Gold Price: ରେକର୍ଡ ସ୍ତରରେ ସୁନା ଦର; ୭୦ ହଜାର ଡେଇଁପାରେ ଭରି ପ୍ରତି ମୂଲ୍ୟ
Advertisement
Article Detail0/zeeodisha/odisha1997653

Gold Price: ରେକର୍ଡ ସ୍ତରରେ ସୁନା ଦର; ୭୦ ହଜାର ଡେଇଁପାରେ ଭରି ପ୍ରତି ମୂଲ୍ୟ

Gold Price in India: ବର୍ତ୍ତମାନ ପରିସ୍ଥିତିରେ ସୁନା ଦରରେ ଅହେତୁକ ବୃଦ୍ଧି ଘଟିବା ସତ୍ତ୍ୱେ ଆଗକୁ ବୃଦ୍ଧି ଘଟିବ ନାଁ କମିବ ସେ ନେଇ ଏକ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି। 

Gold Price: ରେକର୍ଡ ସ୍ତରରେ ସୁନା ଦର; ୭୦ ହଜାର ଡେଇଁପାରେ ଭରି ପ୍ରତି ମୂଲ୍ୟ

Gold Price in 2024: ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ଏବେ ସୁନା ଦରରେ ବୃଦ୍ଧି ପାଇବାରେ ଲାଗିଛି। ଚଳିତ ବର୍ଷ ସୁନା ଦର ରେକର୍ଡ ସ୍ତରରେ କାରବାର କରିଛି। ସୁନା ଦର ସର୍ବାଧିକ ଭରି ପ୍ରତି ୬୩ ହଜାର ଟଙ୍କାରେ କାରବାର କରିଥିବାର ଜଣାପଡ଼ିଥିଲା। ଇଣ୍ଡିଆନ ବୁଲିଅନ ଜ୍ୱେଲର୍ସ ଆସୋସିଏସନ ଅନୁଯାୟୀ ସୁନା ଦର ବର୍ତ୍ତମାନ ସମୟରେ ୬୨ ହଜାର ୨୬୬ ଟଙ୍କାରେ କାରବାର କରୁଛି। ବର୍ତ୍ତମାନ ପରିସ୍ଥିତିରେ ସୁନା ଦରରେ ଅହେତୁକ ବୃଦ୍ଧି ଘଟିବା ସତ୍ତ୍ୱେ ଆଗକୁ ବୃଦ୍ଧି ଘଟିବ ନାଁ କମିବ ସେ ନେଇ ଏକ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି। 

ଗତ ଅକ୍ଟୋବର ମାସରୁ ଇସ୍ରାଏଲ-ହାମାସ ଯୁଦ୍ଧ ଆରମ୍ଭ ହୋଯିବା ପର ଠାରୁ ସୁନା ଦରରେ ବୃଦ୍ଧି ହୋଇଥିବାର ଦେଖିବାକୁ ମିଳିଥିଲା। ସେହିପରି ବଜାର ବିଶେଷଜ୍ଞଙ୍କ କହିବା କଥା ଯେ ସୁନା ଦରରେ ଏପରି ବୃଦ୍ଧି ଆଗକୁ ମଧ୍ୟ ଜାରି ରହିବ। ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦର ବିଗତ ୭ ମାସ ମଧ୍ୟରେ ସର୍ବୋଚ୍ଚ ସ୍ତର ଛୁଇଁଥିଲା। 

କେମିତି ରହିବ ୨୦୨୪ ବର୍ଷରେ ସୁନା ବଜାର
ବିଶ୍ୱ ବଜାର ଅନୁଯାୟୀ ସୁନା ଦର ବଢିବା ଜାରି ରହିଛି। ଏହାର ବଡ଼ କାରଣ ଡଲାର ମୂଲ୍ୟ ଟଙ୍କା ତୁଳନାରେ ହ୍ରାସ ପାଇବାରେ ଲାଗିଛି। ୩ ମାସ ମଧ୍ୟରେ ସୁନାଦର ସବୁଠାରୁ ସର୍ବନିମ୍ନ ସ୍ତର ନିକଟବର୍ତ୍ତୀ ରହିଛି। ଯେଉଁଥିରେ ଅନ୍ୟ ବିଦେଶୀ ମୁଦ୍ରାରେ ସୁନା କିଣିବା ଏକ ପ୍ରକାର ଶସ୍ତା ରହିଥିବା ବିଶେଷଜ୍ଞ କହିଛନ୍ତି। ଦେଶରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ବର୍ତ୍ତମାନ ୧୦ ଗ୍ରାମ ପିଛା ୬୨ ହଜାରରୁ ଅଧିକ ଟଙ୍କାରେ କାରବାର କରୁଛି। 

ଏଚଡ଼ିଏଫସି ସିକ୍ୟୁରିଟିଜ୍ ଅଫ୍ କମୋଡିଟି ମୁଖ୍ୟ ଅନୁଜ ଗୁପ୍ତା କହିଛନ୍ତି ଯେ ଦୀର୍ଘ ସମୟ ଧରି ସୁନା ବୃଦ୍ଧି ହେବାର ଆଶଙ୍କା ରହିଛି। ଅବଶ୍ୟ ସାମ୍ପ୍ରତିକ ସ୍ତରରୁ କିଛି ଲାଭ ବୁକିଂ ଦେଖାଯାଇପାରେ। ହେଲେ ବୁଲିସ୍ ଟ୍ରେଣ୍ଡ ଜାରି ରହିବାର ସମ୍ଭାବନା ରହିଛି। ତାଙ୍କ କହିବା ଅନୁଯାୟୀ ଆସନ୍ତା ବର୍ଷ ସୁନା ମୂଲ୍ୟ ୬୫ ହଜାରରୁ ୬୭ ହଜାର ପର୍ଯ୍ୟନ୍ତ ଯାଇପାରେ। ଏଭଳି ପରିସ୍ଥିତିରେ ସୁନା ସାମ୍ପ୍ରତିକ ସ୍ତରରୁ ଭଲ ରିଟର୍ଣ୍ଣ ଦେଇପାରେ।