Gold Prices: ପାର୍ବଣ ଋତୁ ପୂର୍ବରୁ ଶସ୍ତା ହୋଇଗଲା ସୁନା, ୧୦ ଗ୍ରାମ ସୁନା ମୂଲ୍ୟ ୫୦୦୦ ଟଙ୍କା ହ୍ରାସ
Advertisement
Article Detail0/zeeodisha/odisha1900431

Gold Prices: ପାର୍ବଣ ଋତୁ ପୂର୍ବରୁ ଶସ୍ତା ହୋଇଗଲା ସୁନା, ୧୦ ଗ୍ରାମ ସୁନା ମୂଲ୍ୟ ୫୦୦୦ ଟଙ୍କା ହ୍ରାସ

Gold Prices Today: ପାର୍ବଣ ପୂର୍ବରୁ ସୁନା ଓ ରୂପା ମୂଲ୍ୟରେ ହ୍ରାସ ଲୋକଙ୍କୁ ଏକ ବଡ଼ ଆରାମ ପ୍ରଦାନ କରିବ । ମୂଲ୍ୟ ହ୍ରାସ ଯୋଗୁଁ ପୂର୍ବ ଅପେକ୍ଷା ସୁନା ଓ ରୂପା ଅଳଙ୍କାର କିଣିବା ପାଇଁ କମ୍ ଟଙ୍କା ଖର୍ଚ୍ଚ କରିବାକୁ ପଡିବ, ତେଣୁ ଚାହିଦା ବୃଦ୍ଧିରେ ବ୍ୟବସାୟୀମାନେ ଉପକୃତ ହେବେ ବୋଲି ଆଶା କରାଯାଉଛି ।

 

Gold Silver Prices Today (Photo: SM)

Gold Silver Prices Today: ଗଣେଶ ଚତୃର୍ଥୀ ସହ ପାର୍ବଣ ଋତୁ ଆରମ୍ଭ ହୋଇଛି । ତେଣୁ ଆସନ୍ତା ମାସରୁ ବିବାହ ସିଜିନ୍ ଆରମ୍ଭ ହେବ । ଯେଉଁମାନେ ପାର୍ବଣ ଋତୁରେ କିମ୍ବା ବିବାହ ସିଜିନରେ ସୁନା ଅଳଙ୍କାର କିଣିବାକୁ ପ୍ରସ୍ତୁତ ହେଉଛନ୍ତି, ସେମାନଙ୍କ ପାଇଁ ଭଲ ଖବର ଅଛି । ଯଦି ଆପଣ ଏହି ପାର୍ବଣ ଋତୁରେ ସୁନା କିମ୍ବା ଏହାର ଅଳଙ୍କାର କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଭଲ ଦିନ ଆସିଛି । କାରଣ ବର୍ତ୍ତମାନ ଆପଣଙ୍କୁ ପୂର୍ବ ଅପେକ୍ଷା କମ୍ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଗତ ପାଞ୍ଚ ମାସ ମଧ୍ୟରେ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୦୦୦ ଟଙ୍କା କିମ୍ବା ୮.୧୪ ପ୍ରତିଶତ ହ୍ରାସ ପାଇଛି ।

୫ ମାସରେ ମୂଲ୍ୟ ୮ ପ୍ରତିଶତରୁ ଅଧିକ ହ୍ରାସ ପାଇଲା ସୁନା ଦର
ସରଫା ବଜାରରେ ସୁନା ମୂଲ୍ୟ ମାତ୍ର ୭ ଟି ଅଧିବେଶନରେ ୨୫୭୭ ଟଙ୍କା ହ୍ରାସ ପାଇଛି । ଏବଂ ଯଦି ୫ ମଇ ୨୦୨୩ ସହିତ ତୁଳନା କରାଯାଏ, ସେହି ଦିନ ସୁନା ୧୦ ଗ୍ରାମ ପିଛା ୬୧,୬୪୬ ଟଙ୍କା ଥିଲା, ଯାହା ଇଣ୍ଡିଆ ବୁଲିଅନ୍ ଏବଂ ଜୁଏଲର୍ସ ଆସୋସିଏସନ୍ ତଥ୍ୟ ଅନୁଯାୟୀ ୪ ଅକ୍ଟୋବର ୨୦୨୩ ରେ ୧୦ ଗ୍ରାମ ପିଛା ୫୬,୬୨୭ ଟଙ୍କାକୁ ଖସି ଆସିଛି । ଏହାର ଅର୍ଥ ହେଉଛି ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୫୦୧୯ ଟଙ୍କା ହ୍ରାସ ପାଇଛି ।

କାହିଁକି ହ୍ରାସ ହେଉଛି ସୁନା ମୂଲ୍ୟ?
ବର୍ତ୍ତମାନ ଆମେରିକା ଏବଂ ୟୁରୋପରେ ମୁଦ୍ରାସ୍ଫୀତି ହ୍ରାସ ପାଇବାରେ ଲାଗିଛି। ୨୦୨୦ ମସିହାରେ ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ଘଟିଥିବା ମୁଦ୍ରାସ୍ଫୀତି ହାର ହ୍ରାସ ପାଇବାରେ ଲାଗିଛି । ମୁଦ୍ରାସ୍ଫୀତି ହ୍ରାସ ହେତୁ ସୁନାରେ ନିବେଶ ହ୍ରାସ ପାଉଛି । ତେଣୁ ଅନ୍ୟ ମୁଦ୍ରା ତୁଳନାରେ ଡଲାର ଅଧିକ ଶକ୍ତିଶାଳୀ ହେଉଛି । ଡଲାର ଏଠାରୁ ଆହୁରି ମଜବୁତ ହେବ ବୋଲି ଆଶା କରାଯାଉଛି । ଏହି କାରଣରୁ ଡଲାରର ଶକ୍ତି ଓ ସୁନା ଚାହିଦା ହ୍ରାସ ଯୋଗୁଁ ସୁନା ମୂଲ୍ୟରେ ହ୍ରାସ ଦେଖିବାକୁ ମିଳୁଛି । ଖରାପ ସମୟରୁ ବିଶ୍ୱର ଅର୍ଥନୀତି ପୁନରୁଦ୍ଧାର ଆରମ୍ଭ କରିଛି । ଗତ ବର୍ଷ ଅର୍ଥନୈତିକ ସଙ୍କଟକୁ ଦୃଷ୍ଟିରେ ରଖି ଲୋକମାନେ ପୁଞ୍ଜି ନିବେଶ ପାଇଁ ସୁନା କିଣୁଥିଲେ । କିନ୍ତୁ ବର୍ତ୍ତମାନ ପରିସ୍ଥିତି ବଦଳୁଛି ।

ରୂପା ମୂଲ୍ୟ ମଧ୍ୟ ହ୍ରାସ ପାଇଛି
କେବଳ ସୁନା ନୁହେଁ ରୂପା ମୂଲ୍ୟରେ ମଧ୍ୟ ବହୁତ ହ୍ରାସ ଘଟିଛି । ୫ ମଇ ୨୦୨୩ ରେ, ରୂପା କିଲୋଗ୍ରାମ ପିଛା ୭୭,୨୮୦ ଟଙ୍କାରେ ବିକ୍ରୀ ହେଉଥିଲା, ଯାହା ୪ ଅକ୍ଟୋବରରେ କିଲୋଗ୍ରାମ ପିଛା ୬୭୦୯୧ ଟଙ୍କାକୁ ଖସି ଆସିଛି । ଅର୍ଥାତ୍ ୫ ମାସ ମଧ୍ୟରେ ରୂପା ମୂଲ୍ୟ କିଲୋଗ୍ରାମ ପିଛା ୧୦,୧୮୯ ଟଙ୍କା ହ୍ରାସ ପାଇଛି । ଗତ ୫ ମାସ ମଧ୍ୟରେ ରୂପା ୧୩ ପ୍ରତିଶତରୁ ଅଧିକ ଶସ୍ତା ହୋଇଛି ।