Gold Price Today: ପୁଣି ଖସିଲା ସୁନା ରେଟ୍, ଜାଣନ୍ତୁ ଆଜିର ନୂଆ ଦର
Advertisement
Article Detail0/zeeodisha/odisha2108042

Gold Price Today: ପୁଣି ଖସିଲା ସୁନା ରେଟ୍, ଜାଣନ୍ତୁ ଆଜିର ନୂଆ ଦର

Gold And Silver Price Today: ଗ୍ରାହକଙ୍କ ପାଇଁ ଖୁସି ଖବର। ଲଗାତର ଭାବେ ସୁନା ଦର ବୃଦ୍ଧି ପାଉଥିବା ବେଳେ ଆଜି ସୁନା ଦର (Gold Price Today)ରେ ପରିବର୍ତ୍ତନ ହୋଇଛି। ଯାହା ଗ୍ରାହକଙ୍କୁ ଆଶ୍ବସ୍ତି ଦେଇଛି। 'ଭାଲେନଟାଇନ୍ସ ଡେ' ପୂର୍ବରୁ ଖସିଛି ସୁନା ଦର(Gold Price Today)।  ତେବେ, ଆଜି ସୁନା-ରୂପା କିଣିବା ପୂର୍ବରୁ ଜାଣି ନିଅନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର।

Gold Price Today: ପୁଣି ଖସିଲା ସୁନା ରେଟ୍, ଜାଣନ୍ତୁ ଆଜିର ନୂଆ ଦର

Gold And Silver Price Today: ଗ୍ରାହକଙ୍କ ପାଇଁ ଖୁସି ଖବର। ଲଗାତର ଭାବେ ସୁନା ଦର ବୃଦ୍ଧି ପାଉଥିବା ବେଳେ ଆଜି ସୁନା ଦର (Gold Price Today)ରେ ପରିବର୍ତ୍ତନ ହୋଇଛି। ଯାହା ଗ୍ରାହକଙ୍କୁ ଆଶ୍ବସ୍ତି ଦେଇଛି। 'ଭାଲେନଟାଇନ୍ସ ଡେ' ପୂର୍ବରୁ ଖସିଛି ସୁନା ଦର(Gold Price Today)। ଯଦି ଆପଣ ନିଜ ଜୀବନ ସାଥୀଙ୍କ ପାଇଁ ଭଲ ଉପହାର କିଣିବା ପାଇଁ ଯୋଜନା କରିଛନ୍ତି । ଏହି ଖବର ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆଜି ସୁନା-ରୂପା କିଣିବା ପୂର୍ବରୁ ଜାଣି ନିଅନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର।

ALSO READ: Odisha News: ଗାଧୋଇବା ବେଳେ ଅଘଟଣ , ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ପୁତୁରା ମୃତ, ମାଉସୀ ଗୁରୁତର

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୭ ହଜାର ୦୭୦ ଟଙ୍କା ରହିଛି। ସେହିପରି ୨୪ କ୍ୟାରେଟ ସୁନାର ୧୦ ଗ୍ରାମ ସୁନା ୬୨ ହଜାର ୩୦୦ଟଙ୍କା ରହିଛି। ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୭,୮୪୦ ଟଙ୍କା ଥିବା ବେଳେ   ୨୪ କ୍ୟାରେଟର ଦାମ୍ ୬୩,୦୯୦ ଟଙ୍କା ରହିଛି। ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ ଓ ୨୪ କ୍ୟାରେଟରେ ୧୦ ଟଙ୍କା ଦର ହ୍ରାସ ପାଇଛି। ସେହିପରି , ମାୟାନଗରୀ ମୁମ୍ବାଇରେ  ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପିଛା ୫୭,୬୦୦ ଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୨,୮୪୦ ରହିଛି। ୨୨ କ୍ୟାରେଟରେ ୧୦୦ ଟଙ୍କା ଓ ୨୪ କ୍ୟାରେଟରେ ୧୧୦ ଟଙ୍କା ଦର କମିଛି। 

ସେହିପରି ଚେନ୍ନାଇରେ ବି ସୁନା ଦରରେ ପରିବର୍ତ୍ତନ ହୋଇଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପିଛା ରେଟ୍ ୫୮,୨୯୦ ରହିଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୩,୫୯୦ ରହିଛି। ୨୨ ଓ ୨୪ କ୍ୟାରେଟରେ ମାତ୍ର ୧୦ ଟଙ୍କା ହ୍ରାସ ପାଇଛି। ସେହିପରି ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ର ୧୦ ଗ୍ରାମ୍ ମୂଲ୍ୟ ୫୭,୬୦୦ ଥିବା ବେଳେ ୨୪ କ୍ୟାରେଟ ଦାମ୍ (୧୦ ଗ୍ରାମ୍) ପିଛା ୬୨,୮୪୦ ରହିଛି। ୨୨ କ୍ୟାରେଟରେ ୧୦୦ ଓ ୨୪ କ୍ୟାରେଟରେ ୧୧୦ ଟଙ୍କା ହ୍ରାସ ପାଇଛି।  ଏବଂ ରୂପା ଦର କେଜି ପିଛା ୭୭ ହଜାର ରହିଛି। ସେହିପରି ସିଲଭର ସିଟିରେ ବି ସୁନା ଦର ଖସିଛି।