Gold Price Today: ଧନତେରସ୍ ପୂର୍ବରୁ ଖସିଲା ସୁନା ଦର, ଓଡି଼ଶା ଏତିକି ରହିଛି ଦାମ୍
Advertisement
Article Detail0/zeeodisha/odisha1944075

Gold Price Today: ଧନତେରସ୍ ପୂର୍ବରୁ ଖସିଲା ସୁନା ଦର, ଓଡି଼ଶା ଏତିକି ରହିଛି ଦାମ୍

Gold Price Today: ଗ୍ରାହକଙ୍କ ପାଇଁ ଖୁସି ଖବର। ଧନତେରସ ପୂର୍ବରୁ ଶସ୍ତା ହେଲା ସୁନା (Gold Price Today)। ଏଣିତି ଧନତେରସ (Dhanteras 2023) ଓ ଦୀପାବଳୀରେ ସୁନା ଗହଣା ଦୋକାନରେ ଗ୍ରାହକଙ୍କ ଭିଡ଼ ବଢିବ। ଦିର୍ଘ ଦିନର ବ୍ୟବଧାନ ପରେ ଶସ୍ତା ହୋଇଛି ସୁନା। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ ସୁନା ଦର କେତେ ରହିଛି । ଆଉ ଭରି ପିଛା କେତେ ଟଙ୍କା କମିଛି (Today Gold Silver Price)।

Gold Price Today: ଧନତେରସ୍ ପୂର୍ବରୁ ଖସିଲା ସୁନା ଦର, ଓଡି଼ଶା ଏତିକି ରହିଛି ଦାମ୍

Gold Price Today: ଗ୍ରାହକଙ୍କ ପାଇଁ ଖୁସି ଖବର। ଧନତେରସ ପୂର୍ବରୁ ଶସ୍ତା ହେଲା ସୁନା (Gold Price Today)। ଏଣିତି ଧନତେରସ (Dhanteras 2023) ଓ ଦୀପାବଳୀରେ ସୁନା ଗହଣା ଦୋକାନରେ ଗ୍ରାହକଙ୍କ ଭିଡ଼ ବଢିବ। ଦିର୍ଘ ଦିନର ବ୍ୟବଧାନ ପରେ ଶସ୍ତା ହୋଇଛି ସୁନା। ଯଦି ଆପଣ ଆଜି ସୁନା ଗହଣା କିଣିବା ପାଇଁ ଯୋଜନା ରଖିଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ପାଇଁ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ ସୁନା ଦର କେତେ ରହିଛି । ଆଉ ଭରି ପିଛା କେତେ ଟଙ୍କା କମିଛି (Today Gold Silver Price)।

Also Read: Flight Service: ଭୁବନେଶ୍ବରରୁ ଜୟପୁରକୁ ଉଡ଼ିବ ଦ୍ବିତୀୟ ବିମାନ, ସପ୍ତାହର ଏହି ଦୁଇ ଦିନ ମିଳିବ ସେବା

ଆଜି ଭାରତୀୟ ବଜାରରେ ତଥା ନୂଆଦିଲ୍ଲୀରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୫୬,୬୫୦ ରହିଛି । ସେହିପରି ୨୪ କ୍ୟାରେଟ୍ ସୁନାର ଦାମ୍ ଭରି ପିଛା ୬୧,୭୯୦ ଟଙ୍କା ରହିଛି । ୨୨ କ୍ୟାରେଟରେ ୧୦୦ ଓ ୨୪ କ୍ୟାରେଟରେ ୧୧୦ ଟଙ୍କା ହ୍ରାସ ପାଇଛି।  ସେହିପରି ରୂପା ଦର କେଜି ପିଛା ୭୫,୦୦୦ ଟଙ୍କା ରହିଛି । ରୂପା ଦରରେ ବଡ ପରିବର୍ତ୍ତନ ହୋଇଥିବା ବେଳେ କେଜି ପିଛା ୯୦୦ ଟଙ୍କା ବଢିଛି। 

ସେହିପରି, ମାୟାନଗରୀ ମୁମ୍ବାଇରେ ସୁନା ଦରରେ ବି ପରିବର୍ତ୍ତନ ହୋଇଛି । ୨୨ କ୍ୟାରେଟ୍ ସୁନା ଦାମ୍ ଭରି ପିଛା ୫୬,୫୦୦ ଥିଲା ବେଳେ ୨୪ କ୍ୟାରେଟ୍ ଦାମ୍ ଭରି ପିଛା ୬୧,୬୪୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟରେ ୧୦୦ ଓ ୧୧୦ ଟଙ୍କା କମିଛି। ସେହିକ୍ରମରେ ରୂପା ଦର ବି ବୃଦ୍ଧି ପାଇଛି । ସେହିପରି ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ବି ସୁନା ଦର  ବୃଦ୍ଧି ପାଇଛି। ୨୨ କ୍ୟାରଟ୍ ସୁନା ଦର ଭରି ପିଛା ୫୭,୧୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୬୨,୩୫୦ ଟଙ୍କା ରହିଛି । ୨୨ କ୍ୟାରେଟରେ ୧୫୦ ଓ ୨୪ କ୍ୟାରେଟରେ ୧୭୦ ଟଙ୍କା ବୃଦ୍ଧି ପାଇଛି।  ରୂପା ଦର କେଜି ପିଛା ୭୮,୦୦୦ ଟଙ୍କା ରହିଛି । ରୂପା ୧୦୦୦ ଟଙ୍କା ବଢିଛି।

ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ସୁନା ଦର ଖସିଛି । ୨୨ କ୍ୟାରେଟର ସୁନା ଦାମ୍ ୫୬,୫୦୦ ଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୧,୬୪୦ ରହିଛି। ୨୨ କ୍ୟାରେଟରେ ୧୦୦ ଓ ୨୪ କ୍ୟାରେଟରେ ୧୧୦ ଟଙ୍କା ବୃଦ୍ଧି ପାଇଛି। କିନ୍ତୁ ରୂପା ଦର ବୃଦ୍ଧି ପାଇଛି। ରୂପା ଦର କେଜି ପିଛା ୯୦୦ ଟଙ୍କା ବଢିଛି। ଏବେ ରୂପା ଦର ୭୫.୦୦୦ ଟଙ୍କା ରହିଛି।  ସେହିକ୍ରମରେ ଓଡି଼ଶାର ରାଜଧାନୀ ଭୁବନେଶ୍ବରର ୨୨  କ୍ୟାରେଟ ସୁନା ଦାମ୍ ଭରି ପିଛା ୫୬, ୫୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ଭରି ପିଛା ୬୧,୬୪୦ ଟଙ୍କା ରହିଛି । ୨୨ କ୍ୟାରେଟ୍ ରେ ୧୦୦ ଓ ୨୪ କ୍ୟାରେଟ୍ ରେ ୧୧୦ ଟଙ୍କା କମିଛି। ସେହିପରି ରୂପା କେଜି ପିଛା ଦର ୭୮,୦୦୦ ଟଙ୍କା ରହିଛି। ରୂପା ଦର ୧୦୦୦ ଟଙ୍କା ବଢିଛି। ସେହିପରି କଟକରେ ବି ସୁନା ଦର ୨୨ କ୍ୟାରେଟ୍ ରେ ୧୦୦ ଓ ୨୪ କ୍ୟାରେଟ୍ ରେ ୧୧୦ ଟଙ୍କା କମିଛି।