Love Story: ପ୍ରେମିକକୁ ଭେଟିବା ପାଇଁ ଗାଁରେ ବିଦ୍ୟୁତ କାଟୁଥିଲା ପ୍ରେମିକା.. ଲୋକେ ଜାଣିବା ପରେ ଏମିତି ହେଲା...
Advertisement

Love Story: ପ୍ରେମିକକୁ ଭେଟିବା ପାଇଁ ଗାଁରେ ବିଦ୍ୟୁତ କାଟୁଥିଲା ପ୍ରେମିକା.. ଲୋକେ ଜାଣିବା ପରେ ଏମିତି ହେଲା...

Love Story: ଦୁଇ ମନର ମିଳନ ପାଇଁ ଗାଁ ହେଉଥିଲା ଅନ୍ଧାର । ଗ୍ରାମବାସୀ ଜାଣିବା ପରେ ନେଲେ ଏପରି ପଦକ୍ଷପ !

Love Story: ପ୍ରେମିକକୁ ଭେଟିବା ପାଇଁ ଗାଁରେ ବିଦ୍ୟୁତ କାଟୁଥିଲା ପ୍ରେମିକା.. ଲୋକେ ଜାଣିବା ପରେ ଏମିତି ହେଲା...

Love Story: ପ୍ରେମ ପାଇଁ ଗାଁ ହେଉଥିଲା ଅନ୍ଧାର । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଜଣେ ପ୍ରେମିକା ନିଜ ପ୍ରେମିକ ରାଜକୁମାରଙ୍କୁ ଭେଟିବା ପାଇଁ ପ୍ରତ୍ୟକଥର ଏପରି କାମ କରୁଥିଲେ । କିନ୍ତୁ କଥାରେ ଅଛି ଚୋର ଘରେ ସବୁଦିନ ଅନ୍ଧାର ରାତି ନଥାଏ । ଗାଁ ଲୋକଙ୍କ ସାମ୍ନାରେ ଏ ଘଟଣା ଅଧିକ ଦିନ ଲୁଚି ରହିନଥିଲା । ବାରମ୍ୱାର ବିଦ୍ୟୁତ କାଟ (electric cut) ପାଇଁ ଗାଁର ଲୋକମାନେ ଅସୁବିଧାରେ ପଡୁଥିଲେ । ବିଦ୍ୟୁତ କଟିବା କାରଣରୁ ଲୋକମାନଙ୍କ ମନରେ ଅନେକ ଚିନ୍ତା ଥିଲା । ସାଧାରଣତଃ ଏହା ଧାରଣା ଥିଲା ଯେ, ହୁଏତ ପାୱାର କଟ୍ (Power cut) ହୋଇଛି । କିନ୍ତୁ ଯେତେବେଳେ ସତ ସାମ୍ନାକୁ ଆସିଲା ତାହା ସଭିଙ୍କ ହୋସ୍ ଉଡାଇଦେଲା । ବିଦ୍ୟୁତ କାଟ କରୁଥିବା ଝିଅଟିର ନାମ ପ୍ରୀତି ବୋଲି ସୂଚନା ମିଳିଛି ।

ଇଣ୍ଡିଆ ଟୁଡେ ସୂଚନା ମୁତାବକ ପ୍ରୀତି କୁମାରୀଙ୍କ ସହ ରାଜକୁମାର ନାମକ ପୁଅର ପ୍ରେମ ସମ୍ପର୍କ (Love relation) ଗଢି ଉଠିଥିଲା । କିନ୍ତୁ ପ୍ରେମିକକୁ ଦେଖା କରିବା ପାଇଁ ଦୀର୍ଘ ସମୟ ପାଇଁ ଗାଁରେ ବିଦ୍ୟୁତ କାଟ କରିବା ଏବେ ବି ଲୋକଙ୍କ ବିଶ୍ୱାସ ହେଉନଥିବା କିଛି ଲୋକ କହିଛନ୍ତି । ବିଦ୍ୟୁତ କାଟ ଫଳରେ ଗାଁରେ ଚୋରୀ ବଢିବାକୁ ଲାଗିଥିଲା । ସେଥିପାଇଁ ଗ୍ରାମବାସୀ ଅଧିକ ଚିନ୍ତିତ ଥିଲେ । ବିଦ୍ୟୁତ କାଟ ସମ୍ପର୍କରେ ଲୋକମାନେ ବିଦ୍ୟୁତ ବିଭାଗ (Electricity Department)କୁ ଦାୟୀ କରିବା ସହ ଅଭିଯୋଗ ମଧ୍ୟ କରିଥିଲେ କିନ୍ତୁ ବିଦ୍ୟୁତ ବିଭାଗର ଉତ୍ତର ଶୁଣି ଲୋକମାନେ ଅଧିକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବିଦ୍ୟୁତ ବିଭାଗ ପକ୍ଷରୁ କୁହାଯାଇଥିଲା ଯେ, ବିଭାଗ ପକ୍ଷରୁ ବିଦ୍ୟୁତ କାଟ କରାଯାଇନାହିଁ । ପରେ ଗ୍ରାମବାସୀ ବିଦ୍ୟୁତ କାଟ କାରଣ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିଥିଲେ । ପରେ ବିଦ୍ୟୁତ କାଟ କରି ଦେଖା କରୁଥିବା ସମୟରେ ରାଜକୁମାର ଓ ପ୍ରୀତିଙ୍କୁ ଏକାଠି କାବୁ କରିଥିଲେ ଗ୍ରାମବାସୀ ।

ଧରାପଡିବା ପରେ ପ୍ରେମିକକୁ ଗ୍ରାମର କିଛି ଯୁବକ ମାଡ ମାରିଥିବା ଅଭିଯୋଗ ମଧ୍ୟ ହୋଇଛି । ସୋସିଆଲ ମିଡିଆ (Social Media)ରେ ଏହାର ଏକ ଭିଡିଓ ମଧ୍ୟ ଖୁବ୍ ଭାଇରାଲ୍ (Viral) ହୋଇଥିବା ସୂଚନା ମିଳିଛି । ସବୁକଥା  ଗ୍ରାମବାସୀ ଜାଣିବା ପରେ ଉଭୟ ପ୍ରେମୀ ଯୁଗଳ ଘଟଣାସ୍ଥଳରେ ନତମସ୍ତକ ହୋଇଥିଲେ । ପରେ ଗାଁର ଲୋକେ ପୁଅ ବିଷୟରେ ଜାଣିବା ପାଇଁ ପ୍ରୀତିଙ୍କୁ ପଚରା ଉଚରା କରିଥିଲେ । ପ୍ରୀତି ସବୁକଥା କହିବା ପରେ ଗ୍ରାମବାସୀମାନେ ଯୁବକଙ୍କୁ ମାଡ ମାରିବା ବନ୍ଦ କରିଥିଲେ । ପରେ ଗାଁରେ ଏକ ବୈଠକ ବସିଥିଲା ଉଭୟ ପ୍ରେମୀ ଯୁଗଳଙ୍କ ବିବାହ (Marriage) କରାଇବା ପାଇଁ ଗ୍ରାମବାସୀ ପ୍ରସ୍ତାବ ଦେଇଥିଲେ । ପ୍ରୀତି ଓ ରାଜକୁମାର ଉଭୟେ ଗ୍ରାମବାସୀଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଥିଲେ । ସ୍ଥାନୀୟ ଏକ ମନ୍ଦିର (Temple)ରେ ଉଭୟଙ୍କର ବିବାହ କାର୍ଯ୍ୟକ୍ରମ (Marriage program) ଅନୁଷ୍ଠିତ ହୋଇଥିଲା । ଉଭୟେ ବିବାହ କରିଥିବା କାରଣରୁ ଖୁସି ଥିବା ସୂଚନା ମିଳିଛି । ଖବର ପାଇବା ପରେ ପାଖ ଗାଁ ଲୋକର ଅନେକ ଲୋକ ମଧ୍ୟ ଏହା ଦେଖିବାକୁ ପହଞ୍ଚିଥିଲେ । ତେବେ ନବ ଦମ୍ପତ୍ତିଙ୍କୁ ସମସ୍ତେ ଆଶୀର୍ବାଦ କରିଥିବା ଜଣାପଡିଛି । କିନ୍ତୁ ଏପରି ଏକ ନିଆରା ପ୍ରେମ କାହାଣୀ ବର୍ତ୍ତମାନ ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବିଶେଷ କରି ଅନେକ ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରସାରିତ ହୋଇଥିବା ଦେଖିବାକୁ ମିଳିଛି ।

Also Read- IAF Agniveer Recruitment 2023: ୩୫୦୦ ପଦବୀ ଖାଲି, ଏମିତି କରନ୍ତୁ ଆବେଦନ