Ayushmann khurrana: ଓଡ଼ିଶାର ଛେନାପୋଡ଼କୁ ନେଇ ଟ୍ବିଟ୍ କଲେ ଆୟୁଷ୍ମାନ ଖୁରାନା, କହିଲେ...
Advertisement
Article Detail0/zeeodisha/odisha1586984

Ayushmann khurrana: ଓଡ଼ିଶାର ଛେନାପୋଡ଼କୁ ନେଇ ଟ୍ବିଟ୍ କଲେ ଆୟୁଷ୍ମାନ ଖୁରାନା, କହିଲେ...

Ayushmann khurrana on Chenapoda: ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଛେନାପୋଡ଼ ପ୍ରଥମ ପସନ୍ଦ ହୋଇଥାଏ । ତେବେ ଏହି ଛୋନାପୋଡ଼ ପ୍ରେମରେ ପଡ଼ିଛନ୍ତି ଜଣେ ବଲିଉଡ଼ ଅଭିନେତା । ନିକଟରେ ଛେନାପୋଡ଼କୁ ନେଇ ଆୟୁଷ୍ମାନ ଖୁରାନାଙ୍କ ଏକ ଟ୍ବିଟ୍ ଏହାକୁ ଜିଆଇ ଟ୍ୟାଗ ପ୍ରଦାନ କରିବା ନେଇ ଖୋରାକ ଯୋଗାଇଛି ।

Ayushmann khurrana: ଓଡ଼ିଶାର ଛେନାପୋଡ଼କୁ ନେଇ ଟ୍ବିଟ୍ କଲେ ଆୟୁଷ୍ମାନ ଖୁରାନା, କହିଲେ...

Ayushmann khurrana on Chenapoda: ନୟାଗଡ଼ ଜିଲ୍ଲାରୁ ଆରମ୍ଭ ହୋଇଥିବା ଛେନାପୋଡ଼(Chenapoda) ସାରା ଓଡ଼ିଶାବାସୀଙ୍କ ପ୍ରିୟ ଅଟେ । ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଛେନାପୋଡ଼ ପ୍ରଥମ ପସନ୍ଦ ହୋଇଥାଏ । ତେବେ ଏହି ଛେନାପୋଡ଼ ପ୍ରେମରେ ପଡ଼ିଛନ୍ତି ଜଣେ ବଲିଉଡ଼ ଅଭିନେତା । ଆଜ୍ଞା ହିଁ ରାଜ୍ୟର ଏହି ପ୍ରସିଦ୍ଧ ମିଠାର ସ୍ବାଦ ଚାଖି ଏହାର ପ୍ରେମରେ ପଡ଼ିଛନ୍ତି ଆୟୁଷ୍ମାନ ଖୁରାନା । ନିକଟରେ ଛୋନାପୋଡ଼କୁ ନେଇ ଆୟୁଷ୍ମାନ ଖୁରାନାଙ୍କ ଏକ ଟ୍ବିଟ୍ ଏହାକୁ ଜିଆଇ ଟ୍ୟାଗ ପ୍ରଦାନ କରିବା ନେଇ ଖୋରାକ ଯୋଗାଇଛି ।

ସୂଚନା ଅନୁଯାୟୀ, ଦୀର୍ଘଦିନ ଧରି ନୟାଗଡ଼ ଜିଲ୍ଲାବାସୀ ଛେନାପୋଡ଼କୁ ଜିଆଇ ଟ୍ୟାଗ(GI tag) ପ୍ରଦାନ ନେଇ ଦାବି କରିଆସୁଛନ୍ତି । ତେବେ ଏଯାଏଁ ଏନେଇ ସରକାର କୌଣସି ପଦକ୍ଷପ ଗ୍ରହଣ କରିନଥିବା ଦେଖିବାକୁ ମିଳିଛି । ପ୍ରକାଶଥାଉ କି, ଅଭିନେତା ଆୟୁଷ୍ମାନ ଖୁରାନା(Ayushmann Khurrana) କିଛିଦିନ ତଳେ ଓଡ଼ିଶା ଆସିଥିଲେ । ଏଠାରେ ରହିବା ସମୟରେ ଆୟୁଷ୍ମାନ ଘରେ ପ୍ରସ୍ତୁତ ଛେନାପୋଡ଼ ଖାଇଥିଲେ । ବାସ୍ ଆଉ ଏହାପରେ ଛେନାପୋଡ଼ ପ୍ରେମରେ ପଡ଼ିଯାଇଥିଲେ ଏହି ଅଭିନେତା । ସେ ଏନେଇ ନିଜ ଟ୍ବିଟ୍ ଆକ୍ଟାଉଣ୍ଟରେ ଏକ ଟ୍ବିଟ୍ କରି ଛେନାପୋଡ଼ ଖାଇବାର ଅନୁଭୂତିକୁ ସେୟାର କରିଥିଲେ । ଏହି ଟ୍ବିଟ୍ ରେ ଆୟୁଷ୍ମାନ ଛେନାପୋଡ଼ର ତାରିଫ କରି ଲେଖିଥିଲେ ଯେ, ‘The dark side of chenapoda successfully dilutes the dark side of mine’ । ତେବେ ଛେନାପୋଡ଼କୁ ଜିଆଇ ଟ୍ୟାଗ ପ୍ରଦାନ ନେଇ ସରକାର ଆନ୍ତରିକତା ଦେଖାଉନଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଜିଲ୍ଲାବାସୀ । ତୁରନ୍ତ ଏହାକୁ ଜିଆଇ ଟ୍ୟାଗ ପ୍ରଦାନ ନେଇ ଦାବି କରାଯାଇଛି । ତେବେ ଆୟୁଷ୍ମାନଙ୍କ ଏହି ଟ୍ବିଟ୍ ଛେନାପୋଡ଼କୁ ଜିଆଇ ଟ୍ୟାଗ୍ ପ୍ରଦାନ ନେଇ ଜଳୁଥିବା ନିଆଁରେ ଘିଅ ଢାଳିବା ଭଳି କାମ କରିଛି ।

 

ଏହା ପୂର୍ବରୁ ୨୦୧୭ ମସିହା ଜୁନ ୫ ତାରିଖରେ ଓଡ଼ିଶାର ରୁରାଲ ଡ଼େଭଲପମେଣ୍ଟ ଆଣ୍ତ ମାର୍କେଟିଂ ସୋସାଇଟି(Odisha Rural Development And Marketing Society) ଓରମାସ ପକ୍ଷରୁ ନୟାଗଡ଼ର ଛେନାପୋଡ଼ ସହ ଅନ୍ୟ ୫ଟି ସାମଗ୍ରୀକୁ ଜିଆଇ ଟ୍ୟାଗ୍ ମାନ୍ୟତା ନେଇ ଦାବି କରିଥି୍ଲା । ପ୍ରକାଶଥାଉ କି, ଏହା ପୂର୍ବରୁ ବହୁ ବାଦ ବିବାଦ ପରେ ୨୦୧୯ ମସିହା ଜୁଲାଇ ୨୯ ତାରିଖରେ ରସଗୋଲାକୁ ମିଳିଥିଲା ଭୌଗଳିକ ପରିଚୟ(Geographical Indication) । ମାଡ୍ରାସ ଜିଆଇ କାର୍ଯ୍ୟଳୟରୁ ଏହି ମାନ୍ୟତା ମିଳିବା ସାରା ରାଜ୍ୟରେ ସେଲିବ୍ରେସନର ମାହୋଲ ଦେଖିବାକୁ ମିଳିଥିଲା ।