ମୁସଲିମ ପରିବାର ଗ୍ରହଣ କଲେ ହିନ୍ଦୁ ଧର୍ମ, ନାମକୁ କଲେ ପରିବର୍ତ୍ତନ
Advertisement

ମୁସଲିମ ପରିବାର ଗ୍ରହଣ କଲେ ହିନ୍ଦୁ ଧର୍ମ, ନାମକୁ କଲେ ପରିବର୍ତ୍ତନ

ଗୋଟିଏ ମୁସଲିମ ପରିବାରର ୪ ଜଣ ସଦସ୍ୟ ନିଜର ଧର୍ମ ପରିବର୍ତ୍ତନ କରି ସନାତନ ଧର୍ମ ଗ୍ରହଣ କରିଛନ୍ତି। ଏଥିସହ ସେମାନେ ନିଜର ମୁସଲିମ ନାମକୁ ମଧ୍ୟ ପରିବର୍ତ୍ତନ କରି ହିନ୍ଦୁ ଧର୍ମ ଅନୁସାରେ ନାମକରଣ କରିଛନ୍ତି । ଜୀବନସାରା ସନାତନ ଧର୍ମର ପଥ ଅନୁସରଣ କରିବାକୁ ସଭିଏଁ ଶପଥ ନେଇଛନ୍ତି।

ମୁସଲିମ ପରିବାର ଗ୍ରହଣ କଲେ ହିନ୍ଦୁ ଧର୍ମ, ନାମକୁ କଲେ ପରିବର୍ତ୍ତନ

Religion change: ଉତ୍ତରପ୍ରଦେଶର ଗାଜିଆବାଦରେ ଗୋଟିଏ ମୁସଲିମ ପରିବାର (Muslim family)ର ୪ ଜଣ ସଦସ୍ୟ ନିଜ ଧର୍ମ ତ୍ୟାଗ କରି ସନାତନ ଧର୍ମ ଗ୍ରହଣ କରିଛନ୍ତି । ସଭିଏଁ ହିନ୍ଦୁ ରୀତିନୀତି ଓ ପୂଜାପାଠ କରି ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ। ହିନ୍ଦୁ ରାଧା ଦଳ ସଭାପତି ପିଙ୍କି ଚୌଧରୀ କହିଛନ୍ତି ଯେ, ଧର୍ମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେବା ପରେ ପ୍ରଥମେ ଏହି ପରିବାର ଆମ ସହ ଯୋଗାଯୋଗ କରିଥିଲେ। ତା’ପରେ ସେମାନଙ୍କୁ ସମ୍ପୂର୍ଣ୍ଣ ରୀତିନୀତି ସହିତ ଧର୍ମ ପରିବର୍ତ୍ତନ କରିବାକୁ କୁହାଯାଇଥିଲା । ଆଗାମୀ ସମୟରେ ବହୁ ସଂଖ୍ୟକ ମୁସଲିମ ଲୋକ ସନାତନ ଧର୍ମ ଗ୍ରହଣ କରିବାକୁ ଯାଉଛନ୍ତି ବୋଲି ସେ ମତ ଦେଇଛନ୍ତି ।

ମିଳିଥିବା ସୂଚନା ମୁତାବକ, ଆସିଫଙ୍କ ନାମ ଆକାଶ ଚୌହାନ, ସୁମାଇୟା ଖାଟୁନଙ୍କ ନାମ ପ୍ରିୟା ଚୌହାନ, ନାଜିଆଙ୍କ ନାମ ଅରଖାନା ଏବଂ ୫ ବର୍ଷର ପୁଅର ନାମ ପରିବର୍ତ୍ତନ କରି ଆର୍ଯ୍ୟନ ରଖାଯାଇଛି। ସମସ୍ତେ ସାରା ଜୀବନ ସନାତନ ଧର୍ମର ମାର୍ଗ ଅନୁସରଣ କରିବାକୁ ଶପଥ ନେଇଛନ୍ତି । ସେମାନେ ମତ ଦେଇ କହିଥିଲେ ଯେ, ସନାତନ ଧର୍ମ ହେଉଛି ସବୁଠାରୁ ପବିତ୍ର ଧର୍ମ। ଏହାର ଏକ ଅଂଶ ହେବା ସେମାନଙ୍କ ପାଇଁ ଏକ ସୌଭାଗ୍ୟର ବିଷୟ ।

ମୁସଲିମ ପରିବାର ପୂର୍ବରୁ ହିନ୍ଦୁ ରକ୍ଷା ଦଳ ସହିତ ଯୋଗାଯୋଗ କରିଥିଲେ । ସନାତନ ଧର୍ମ ଗ୍ରହଣ କରିଥିବା ପ୍ରିୟା ଚୌହାନ କହିଛନ୍ତି ଯେ, ୫ ବର୍ଷ ପୂର୍ବେ ସେ ହିନ୍ଦୁ ଧର୍ମ ଅନୁଯାୟୀ ମନ୍ଦିରରେ ବିବାହ କରିଥିଲେ। କିନ୍ତୁ ବ୍ୟକ୍ତିଗତ କାରଣରୁ ସେ ମୁସଲମାନ ଧର୍ମ ଗ୍ରହଣ କରିଥିଲେ। ହିନ୍ଦୁ ରକ୍ଷା ଦଳର ସଭାପତି ପିଙ୍କି ଚୌଧୁରୀଙ୍କ କହିବା ଅନୁଯାୟୀ ଏହି ଲୋକମାନେ ସଂଗଠନ ସହ ଯୋଗାଯୋଗ କରିବା ସହ ସେମାନେ ସନାତନ ଧର୍ମ ଉପରେ ବିଶ୍ୱାସ ପ୍ରକାଶ କରିଥିଲେ। ସମାନ ଆଧାରରେ, ଆମେ ସେମାନଙ୍କୁ ସନାତନ ଧର୍ମକୁ ଘରକୁ ଫେରାଇ ଆଣିବା ସହ ସ୍ୱାଗତ କରିଥିଲୁ । ପିଙ୍କି ଚୌଧୁରୀ କହିଛନ୍ତି ଯେ, ସେହିଭଳି ଅନ୍ୟ ଲୋକଙ୍କୁ ମଧ୍ୟ ଘରକୁ ଫେରିବା ପାଇଁ ପ୍ରସ୍ତୁତ କରାଯିବ। ଭାରତୀୟ ନୀତି ନିୟମ ଅନୁଯାୟୀ ସେମାନଙ୍କୁ ହିନ୍ଦୁ ଧର୍ମରେ ମଧ୍ୟ ଅନ୍ତର୍ଭୁକ୍ତ କରାଯିବ। ଏହି ଲୋକମାନେ SDM କୁ ଭେଟି ନିଜର ନୂଆ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବେ । ଆପଣଙ୍କୁ କହିରଖୁଛୁ ଯେ, ଏହି ପୂରା କାର୍ଯ୍ୟକ୍ରମ ଗାଜିଆବାଦର ଭୋପୁରା ମନ୍ଦିରରେ ଅନୁଷ୍ଠିତ ହୋଇଥିଲା ।

Also Read- ଡାର୍ଲିଙ୍ଗ୍ସ ପାଇଁ ଫିଲ୍ମଫେୟାର OTT ଆୱାର୍ଡ଼ରେ ଶ୍ରେଷ୍ଠ ଅଭିନେତ୍ରୀ ଟାଇଟଲ ଜିତିଲେ ଆଲିଆ ଭଟ୍ଟ

Also Read- ଇତିହାସ ରଚିଲା କେରଳ, ପ୍ରଥମଥର ପାଇଁ ଜିଲ୍ଲା ଚିକିତ୍ସାଳୟରେ କିଡନୀ ପ୍ରତିରୋପଣ