Ganga Vilas Cruise: ୬୮ କୋଟି ଖର୍ଚ୍ଚ କରି ନିର୍ମାଣ କଲେ ଲହରୀରେ ଭାସୁଥିବା ଫାଇବ୍ ଷ୍ଟାର୍ ହୋଟେଲ, ଜାଣନ୍ତୁ 'ଗଙ୍ଗା ବିଳାସ' କ୍ରୁଜର ମାଲିକ ବିଷୟରେ...
Advertisement

Ganga Vilas Cruise: ୬୮ କୋଟି ଖର୍ଚ୍ଚ କରି ନିର୍ମାଣ କଲେ ଲହରୀରେ ଭାସୁଥିବା ଫାଇବ୍ ଷ୍ଟାର୍ ହୋଟେଲ, ଜାଣନ୍ତୁ 'ଗଙ୍ଗା ବିଳାସ' କ୍ରୁଜର ମାଲିକ ବିଷୟରେ...

Ganga Vilas Cruise Owner: ପରିସ୍ଥିତି ଏପରି ଯେ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଏହାର ଟିକେଟ୍ ସମ୍ପୂର୍ଣ୍ଣ ବୁକ୍ ହୋଇସାରିଛି । ଗଙ୍ଗା ବିଳାସ୍ କ୍ରୁଜର ରାଜକୀୟ ଯାତ୍ରା ସହିତ ଭାରତୀୟ ସଂସ୍କୃତି ଦେଖିବା ପାଇଁ ଲୋକମାନେ ମଧ୍ୟ ଏତେ ପରିମାଣର ଅର୍ଥ ଦେବାକୁ ପ୍ରସ୍ତୁତ ଅଛନ୍ତି । ଏହି କ୍ରୁଜରେ ସେହି ସବୁ ସୁବିଧା ଅଛି, ଯାହା ଆପଣଙ୍କୁ ଜଣେ ରାଜା-ମହାରାଜ ପରି ଅନୁଭବ କରାଇବ ।

Ganga Vilas Cruise: ୬୮ କୋଟି ଖର୍ଚ୍ଚ କରି ନିର୍ମାଣ କଲେ ଲହରୀରେ ଭାସୁଥିବା ଫାଇବ୍ ଷ୍ଟାର୍ ହୋଟେଲ, ଜାଣନ୍ତୁ 'ଗଙ୍ଗା ବିଳାସ' କ୍ରୁଜର ମାଲିକ ବିଷୟରେ...

Ganga Vilas Cruise Owner: ଦୁନିଆର ସବୁଠାରୁ ବିଶାଳ ରିଭର କ୍ରୁଜ୍ (World Longest River Cruise) ଗଙ୍ଗା ବିଳାସ କ୍ରୁଜ୍ (Ganga Vilas Cruise) ନିଜ ଯାତ୍ରା ଆରମ୍ଭ କରିଛି । ବାରାଣାସୀରୁ ବାହାରି ଏହି କ୍ରୁଜ୍ ନିଜ ୩୯ ଯାତ୍ରୀଙ୍କ ସହ ୫୧ ଦିନର ଯାତ୍ରା ପୂରା କରିବା ପରେ  ଦିବ୍ରୁଗଡରେ ପହଞ୍ଚିବ । ଏହି ଯାତ୍ରା ପାଇଁ ଆପଣଙ୍କୁ ୨୦ରୁ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଲୋକମାନଙ୍କ ମଧ୍ୟରେ ଏହି ବିଳାସପୂର୍ଣ୍ଣ କ୍ରୁଜ୍ ପାଇଁ ଅନେକ କୌତୂହଳ ରହିଛି । ଲୋକମାନେ ଏହାର ଫଟୋ, ଏହାର ଭିତର ଅଂଶ ଦେଖିବାକୁ ଚାହାଁନ୍ତି । ପରିସ୍ଥିତି ଏପରି ଯେ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଏହାର ଟିକେଟ୍ ସମ୍ପୂର୍ଣ୍ଣ ବୁକ୍ ହୋଇସାରିଛି । ଗଙ୍ଗା ବିଳାସ୍ କ୍ରୁଜର ରାଜକୀୟ ଯାତ୍ରା ସହିତ ଭାରତୀୟ ସଂସ୍କୃତି ଦେଖିବା ପାଇଁ ଲୋକମାନେ ମଧ୍ୟ ଏତେ ପରିମାଣର ଅର୍ଥ ଦେବାକୁ ପ୍ରସ୍ତୁତ ଅଛନ୍ତି । ଏହି କ୍ରୁଜରେ ସେହି ସବୁ ସୁବିଧା ଅଛି, ଯାହା ଆପଣଙ୍କୁ ଜଣେ ରାଜା-ମହାରାଜ ପରି ଅନୁଭବ କରାଇବ ।

ଗଙ୍ଗା ବିଳାସ କ୍ରୁଜ୍ (Ganga Vilas Cruise) ର ରାଜକୀୟ ଶୈଳୀ ଉପରେ ଏତେ ଚର୍ଚ୍ଚା ହେଉଛି । ଏହାକୁ ତିଆରି କରିଥିବା ବ୍ୟକ୍ତିଙ୍କ ବିଷୟରେ ଜାଣିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ରାଜ ସିଂ (Raj Singh) ଗଙ୍ଗା ବିଳାସ କ୍ରୁଜ୍ (Ganga Vilas Cruise)  ର ମାଲିକ ଅଟନ୍ତି । ଅନ୍ତରା ବିଳାସପୂର୍ଣ୍ଣ ରିଭର କ୍ରୁଜ୍ Antara Luxuary River Cruises ) କମ୍ପାନୀ ଏହାକୁ ନିର୍ମାଣ କରିଛି । ରାଜ ସିଂ ଏହି କମ୍ପାନୀର ସିଇଓ ତଥା ପ୍ରତିଷ୍ଠାତା ଅଟନ୍ତି । ଏହି ବିଳାସପୂର୍ଣ୍ଣ କ୍ରୁଜ୍ ବିଷୟରେ ଏକ ଟିଭି ଚ୍ୟାନେଲ୍ ସହିତ କଥାବାର୍ତ୍ତା କରି ସେ କହିଛନ୍ତି ଯେ, ଏହା ଅନ୍ୟ କ୍ରୁଜ୍ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଘରୋଇ କମ୍ପାନୀ ଏହି କ୍ରୁଜ୍ ପରିଚାଳନା କରୁଛି । ଏହାର ସଞ୍ଚାଳନାରେ ଆଇଲ୍ୟାଣ୍ଡ ୱାଟରୱେଜ୍ ଅଥୋରିଟି ଅଫ୍ ଇଣ୍ଡିଆ, ଯାହା ମିନିଷ୍ଟ୍ରି ଅଫ୍ ଶିପିଂ, ପୋର୍ଟ ଏଣ୍ଡ ୱାରଟରୱେଜ୍ ଅଧୀନରେ ଆସିଥାଏ, ଏହାର କାର୍ଯ୍ୟକୁ ସମର୍ଥନ କରୁଛି ।

ଅଧିକ ପଢ଼ନ୍ତୁ:-ଖୁସି ଖବର: ଆଜିଠୁ ୧୪ ଦିନ ପରେ ସରକାରୀ କର୍ମଚାରୀଙ୍କୁ ମିଳିବ ବଡ଼ ଉପହାର

ଅଧିକ ପଢ଼ନ୍ତୁ:-ଭୀଷଣ ସଡ଼କ ଦୁର୍ଘଟଣା: ଗଧକୁ ବଞ୍ଚାଇବାକୁ ଯାଇ ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୨୨ ମୃତ, ୨୦ ଗୁରୁତର

ବିଳାସପୂର୍ଣ୍ଣ କ୍ରୁଜ୍ ତିଆରି କରୁଥିବା ଏହି କମ୍ପାନୀର ମାଲିକ ରାଜ ସିଂ ୧୫ ବର୍ଷ ଧରି ଏହି ବ୍ୟବସାୟରେ ଅଛନ୍ତି । ଏପର୍ଯ୍ୟନ୍ତ ତାଙ୍କ କମ୍ପାନୀ ୯ଟି ବିଳାସପୂର୍ଣ୍ଣ କ୍ରୁଜ୍ ନିର୍ମାଣ କରିଛି । ସେ ନିଜେ ଜଣେ ବନ୍ୟ ଜୀବ ବିଶେଷଜ୍ଞ । ଏକ କାର୍ଯ୍ୟକ୍ରମରେ ତାଙ୍କୁ ବକ୍ତା ଭାବରେ ଡକାଯାଇଥିଲା । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ମଧ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ରାଜ ସିଂ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ଆମେ ଜଳ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଉଚିତ୍ । ଏହାକୁ ବୃଦ୍ଧି କରିବା ପାଇଁ ବାରାଣାସୀ ଓ ଡିବ୍ରୁଗଡ ମଧ୍ୟରେ ଏକ କ୍ରୁଜ୍ ଚାଲିବା ଉଚିତ୍ । କେନ୍ଦ୍ର ମନ୍ତ୍ରୀ ସୋନୋୱାଲ ତାଙ୍କ ଆଇଡିଆକୁ ବହୁତ ପସନ୍ଦ କରିଥିଲେ । ତା’ପରେ ଗଙ୍ଗା ବିଳାସର ଆରମ୍ଭ ହେଲା ।

କ୍ରୁଜ୍ ମାଲିକ ରାଜ ସିଂ କହିଛନ୍ତି ଯେ, ଏହାର ଡିଜାଇନ୍ ଓ ଇଣ୍ଟେରିୟର ଡକ୍ଟର ଅନୀପୁର୍ଣ୍ଣ ଗଣୀମାଲା କରିଛନ୍ତି । ଏଠାରେ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଦୃଷ୍ଟିରେ ରଖି ଏହାକୁ ପରିକଳ୍ପନା କରାଯାଇଛି । କ୍ରୁଜ୍ ର ଡିଜାଇନରେ ଉଜ୍ଜ୍ୱଳ ଓ ହାଲୁକା ରଙ୍ଗ ବ୍ୟବହାର କରାଯାଇଛି । ଭାରତୀୟ ସଂସ୍କୃତିକୁ ଧ୍ୟାନରେ ରଖି ଚିତ୍ରକଳା ମଧ୍ୟ ସ୍ଥିର ହୋଇଛି । କ୍ରୁଜ୍ ସଜାଇବାରେ ମେକ୍ ଇନ୍ ଇଣ୍ଡିଆ ଓ ଭାରତୀୟତା ଉପରେ ଧ୍ୟାନ ଦିଆଯାଇଛି ।