Gajapati News: ଭାଇ ହେବ ତ ଏମିତି, ପରିଣତ ବୟସରେ ବୃଦ୍ଧା ଉଉଣୀଙ୍କ ଆଶାବାଡ଼ି ପାଲଟିଛନ୍ତି କାଶୀନାଥ
Advertisement
Article Detail0/zeeodisha/odisha1770984

Gajapati News: ଭାଇ ହେବ ତ ଏମିତି, ପରିଣତ ବୟସରେ ବୃଦ୍ଧା ଉଉଣୀଙ୍କ ଆଶାବାଡ଼ି ପାଲଟିଛନ୍ତି କାଶୀନାଥ

Gajapati News: ଶୈଶବ ଯାଇ ବାର୍ଦ୍ଧକ୍ୟ ଗ୍ରାସ କଲାଣି ତଥାପି ଜୀବନ ଯୁଦ୍ଧରେ ଭଉଣୀଙ୍କ ପାଇଁ ଦମ୍ଭ ହୋଇ ଛିଡ଼ା ହୋଇଛି ଏହି ଭାଇ । ଗଜପତି ଜିଲ୍ଲା ମୋହନା ବ୍ଲକ ରାଇଯୁକା ଗାଁରୁ ଏଭଳି ଏକ ବୃଦ୍ଧ ଭାଇ ଓ ଭଉଣୀଙ୍କ ଅନାବଳ ଭଲ ପାଇବାର କାହାଣୀ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛି ।

Gajapati News: ଭାଇ ହେବ ତ ଏମିତି, ପରିଣତ ବୟସରେ ବୃଦ୍ଧା ଉଉଣୀଙ୍କ ଆଶାବାଡ଼ି ପାଲଟିଛନ୍ତି କାଶୀନାଥ

Gajapati News: ଭାଇ ଉଭଣୀ ସମ୍ପର୍କକୁ ଦୁନିଆର ସବୁଠାରୁ ସୁନ୍ଦର ଓ ପବିତ୍ର ସମ୍ପର୍କ ଭାବେ ଗଣାଯାଇଥାଏ । ଭଉଣୀ ହାତରୁ ରାକ୍ଷୀ ବାନ୍ଧି ଜୀବନ ସାରା ରକ୍ଷା କରିବା ନେଇ ପ୍ରତିଶ୍ରୃତି ଦେଇଥାଏ ଭାଇ । ତେବେ ଏହି ରାକ୍ଷୀର ମହତ୍ବକୁ ପରିଣତ ବୟସରେ ମଧ୍ଯ ତୁଲାଇ ଆସୁଛନ୍ତି ଜଣେ ବୃଦ୍ଧ ଭାଇ । ଶୈଶବ ଯାଇ ବାର୍ଦ୍ଧକ୍ୟ ଗ୍ରାସ କଲାଣି ତଥାପି ଜୀବନ ଯୁଦ୍ଧରେ ଭଉଣୀଙ୍କ ପାଇଁ ଦମ୍ଭ ହୋଇ ଛିଡ଼ା ହୋଇଛି ଏହି ଭାଇ । ଗଜପତି ଜିଲ୍ଲା ମୋହନା ବ୍ଲକ ରାଇଯୁକା ଗାଁରୁ ଏଭଳି ଏକ ବୃଦ୍ଧ ଭାଇ ଓ ଭଉଣୀଙ୍କ ଅନାବଳ ଭଲ ପାଇବାର କାହାଣୀ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛି ।

ରାଇଯୁକା ଗାଁର ବୃଦ୍ଧ ଭାଇ କାଶୀନାଥ ବିଶୋଇ ଓ ତାଙ୍କ ବଡ଼ ଭଉଣୀ ସୁଲକ୍ଷଣୀ ବିଶୋଇଙ୍କ ଏହି କାହାଣୀ ଯେତିକି ପ୍ରେରଣାଦାୟୀ ସେତିକି କଷ୍ଟଦାୟକ ମଧ୍ଯ। ବଡ଼ ଭଉଣୀ ସୁଲକ୍ଷଣୀଙ୍କ ବୟସ ୮୦ ଟପିଥିବା ବେଳେ ଭାଇଙ୍କ ବୟସ ୭୫ ବର୍ଷ ଅଟେ । ପରିଣତ ବୟସରେ ସାନ ଭାଇ କାଶୀନାଥ ବଡ଼ ଭଉଣୀ ସୁଲକ୍ଷଣିଙ୍କ ସେବା କରୁଥିବା ଦେଖିବାକୁ ମିଳିଛି l ପ୍ରାୟ ୬୦ ବର୍ଷ ତଳେ ବିବାହର ମାତ୍ର ଏକ ମାସ ପୁର୍ବରୁ ରୋଷେଇ କରିବା ସମୟରେ ଭାତ ହାଣ୍ଡି ବସିଥିବା ଚୁଲିରେ ପଡିଯାଇଥିଲେ ସୁଲକ୍ଷଣୀ l ଫଳରେ ତାଙ୍କ ମୁହଁ ସମ୍ପୂର୍ଣ୍ଣ ପୋଡିଯାଇଥିଲା  l ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l ସୁଲକ୍ଷଣୀ ସୁସ୍ଥ ହୋଇ ଫେରିଥିଲେ ମଧ୍ଯ ସବୁଦିନ ପାଇଁ ଅକର୍ମଣ୍ୟ ହୋଇପଡ଼ିଲେ l କିଛି ବର୍ଷ ପରେ ତାଙ୍କ ବାପା ଓ ମା ଆରପାରିକୁ ଚାଲିଯାଇଥିଲେ l ଦୁଃଖ ଏତିକିରେ ସରିନଥିଲା, ଏହା ପରେ ଭାଇ କାଶୀନାଥଙ୍କ ପତ୍ନୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ନିଜ ଗାଁ ବୁଡୁଲିରେ ରହୁଥିବା କାଶୀନାଥଙ୍କ ପୁଅ ଓ ବୋହୂ ମଧ୍ଯ ସେମାନଙ୍କ ଦାୟିତ୍ବ ନେଇ ନଥିଲେ । ଫଳରେ ଗତ ୨୦ ବର୍ଷ ହେବ ରାଇଯୁକା ଗାଁର ଏକ ପାହାଡ଼ ତଳେ ଦୁଃଖ କଷ୍ଟେ ଜୀବନ ବିତାଉଛନ୍ତି ଏହି ବୃଦ୍ଧ ଭାଇ ଭଉଣୀ । ଭଉଣୀ ସୁଲକ୍ଷଣୀ ଦିବ୍ୟାଙ୍ଗ ହୋଇଥିବାରୁ ଭାଇ କାଶୀନାଥ ଖାଇବା ଠାରୁ ଆରମ୍ଭ କରି ତାଙ୍କର ସମସ୍ତ କାର୍ଯ୍ୟ କରିଆସୁଛନ୍ତି l ଘରେ ଥିବା କିଛି ଜିନିଷ ବିକି ନିଜେ ଚଳିବା ସହ ଭଉଣୀଙ୍କୁ ଚଳାଇଆସିୁଛନ୍ତି । ସେପଟେ ସରକାରୀ ଯୋଜନା ନାଁ କେବଳ ମିଳୁଛି ବାର୍ଦ୍ଧକ୍ୟ ଭତ୍ତା । ସରକାରଙ୍କୁ ଘର ଖଣ୍ତିଏ ସହ ସରକାରୀ ଯୋଜନା ଯୋଗାଇ ଦେବା ନେଇ କାଶୀନାଥ ବିଶୋଇ ଗୁହାରୀ କରିଛନ୍ତି ।

Also Read-Accident News: ପୁଣି ଅଘଟଣ! ସୋର ରେଳ ଷ୍ଟେସନରେ କଟି ୨ ଯୁବକ ମୃତ

Also Read-Odisha News: ଡ଼େଙ୍ଗୁ ପରେ ରାଜ୍ୟରେ ଆଖିଧରା ସଂକ୍ରମଣ ଆତଙ୍କ, ହଟସ୍ପଟ୍ ପାଲଟିଛି ଏହି ସ୍ଥାନ

ପ୍ରକାଶ ଥାଉ କି, ଗାଁର କିଛି ଲୋକେ ଗ୍ରାମର ଜାଗା ଦେଇ କାଶୀନାଥ ଓ ଭଉଣୀ ସୁଲକ୍ଷଣୀଙ୍କ ପାଇଁ ଏକ ଚାଳ ଛପର ଘର ତିଆରି କରିଥିଲେ l ହେଲେ ତିତିଲି ବାତ୍ୟାରେ ଏହି ଘର ଭାଙ୍ଗିଯାଇଥିଲା । ପରେ ପୁଣି ଥରେ ଗ୍ରାମବାସୀ ମିଳିତ ଭାବେ ଏକ ଟିଣ ଘର କରିଥିଲେ l  ସେବେଠାରୁ ନିଜ ଭାଗ୍ୟକୁ ଆଦରି ଦୁଃଖ କଷ୍ଟରେ ଏହି ଘରେ ଜୀବନ ବିତାଇଆସୁଛନ୍ତି ଏହି ବୃଦ୍ଧ ଭାଇ - ଭଉଣୀ । ପରିଣତ ବୟସରେ ପରସ୍ପର ପ୍ରତି ଉଭୟଙ୍କ ମଧ୍ଯରେ ଥିବା ସ୍ନେହ ସମାଜ ପାଇଁ ଉଦାହରଣ ପାଲଟିଛି । ଯେଉଁ ବୟସରେ ସେମାନେ ପୁଅ ବୋହୂଙ୍କୁ ସେବା ପାଇବା କଥା ସେହି ବୟସରେ ପରସ୍ପର ଆଶାବାଡ଼ି ପାଲଟିଛନ୍ତି କାଶୀନାଥ ଓ ସୁଲକ୍ଷଣୀ l