Love Story: ଇଟା ଭାଟ୍ଟିରୁ ବିବାହ ବେଦୀ... ନିଆରା ଏ ପ୍ରେମ କାହାଣୀ
Advertisement
Article Detail0/zeeodisha/odisha1762883

Love Story: ଇଟା ଭାଟ୍ଟିରୁ ବିବାହ ବେଦୀ... ନିଆରା ଏ ପ୍ରେମ କାହାଣୀ

କୁହାଯାଏ ପ୍ରେମ ପାଇଁ କୌଣସି ଜାତି ଭେଦର ଫରକ ନାହିଁ । ଯେଉଁଠି ଦୁଇ ମନ ମିଶିଯାଏ ସେଠାରେ ସବୁ ବାଧା ବିଘ୍ନ (Disturbance) ବି ପଛ ଘୁଞ୍ଚା ଦେଇଥାଏ । ଆଗରୁ ଅନେକ ପ୍ରେମ କାହାଣୀ ସମ୍ପର୍କରେ ଆପଣ ପଢିଥିବେ କିମ୍ୱା ଶୁଣିଥିବେ । କିନ୍ତୁ ଏବେ ଯେଉଁ ପ୍ରେମ କାହାଣୀ ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ତାହା ଖୁବ୍ ଭିନ୍ନ । କରୀ କୋଟୱାଲୀ ଅଞ୍

Love Story: ଇଟା ଭାଟ୍ଟିରୁ ବିବାହ ବେଦୀ... ନିଆରା ଏ ପ୍ରେମ କାହାଣୀ

Love Story: କୁହାଯାଏ ପ୍ରେମ ପାଇଁ କୌଣସି ଜାତି ଭେଦର ଫରକ ନାହିଁ । ଯେଉଁଠି ଦୁଇ ମନ ମିଶିଯାଏ ସେଠାରେ ସବୁ ବାଧା ବିଘ୍ନ (Disturbance) ବି ପଛ ଘୁଞ୍ଚା ଦେଇଥାଏ । ଆଗରୁ ଅନେକ ପ୍ରେମ କାହାଣୀ ସମ୍ପର୍କରେ ଆପଣ ପଢିଥିବେ କିମ୍ୱା ଶୁଣିଥିବେ । କିନ୍ତୁ ଏବେ ଯେଉଁ ପ୍ରେମ କାହାଣୀ ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ତାହା ଖୁବ୍ ଭିନ୍ନ । କରୀ କୋଟୱାଲୀ ଅଞ୍ଚଳର ଥାମ୍ବା ଆୱାଲପୁର ଗାଁରେ ଏକ ନିଆରା ପ୍ରେମ କାହାଣୀ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।  କାରଣ ଇଟା ଭାଟିରେ କାମ କରୁଥିବା ସମୟରେ ଦୁଇ ମନ ଗୋଟିଏ ହୋଇଛି । 

ମହୋବା ଜିଲ୍ଲା ପଠା ରୋଡର ଶବାନା ତାଙ୍କ ଭାଉଜ ଏବଂ ବୋହୂ ସହିତ ଏକ ଇଟା ଭାଟିରେ କାମ କରୁଥିଲେ । କାମ କରିବା ସମୟରେ ସେଠାରେ କାମ କରୁଥିବା ବାବୁଙ୍କ ସହ ପ୍ରେମ ସମ୍ପର୍କ (love affair) ଗଢି ଉଠିଥିଲା । ଉଭୟେ ପ୍ରେମକୁ ଏକ ନୂଆ ସମ୍ପର୍କର ନାମ ଦେବାକୁ ଚାହୁଁଥିଲେ ମଧ୍ୟ ମଝିରେ ବାଧା ଦେଉଥିଲା ଧର୍ମର କାନ୍ଥ । ଏପରିକି ଝିଅର ପରିବାର (family) ସଦସ୍ୟଙ୍କ ଅଭିଯୋଗରେ ପୋଲିସ ଏହି ପ୍ରେମୀ ଯୁଗଳଙ୍କୁ ଅଟକ ରଖିଥିଲା । । ତା’ପରେ ଝିଅଟି ନିଜେ ପ୍ରାପ୍ତ ବୟସ୍କ ହୋଇଥିବା ପ୍ରମାଣପତ୍ର ଦେଇଥିଲା । ପରେ ଉଭୟ ପ୍ରେମୀ ଯୁଗଳ ସହମତିରେ ବିବାହ (Consensual marriage) କରିବାକୁ ନିଷ୍ପତ୍ତି ନେଇଥିଲେ । ବିବାହ ପାଇଁ ଉଭୟଙ୍କର ସହମତି ଥିବାରୁ ପୋଲିସ (police) ମଧ୍ୟ ପାରିବାରିକ ଅଭିଯୋଗ ବିଷୟରେ ତଦନ୍ତ କରିବାକୁ ମନା କରିଥିଲା । ପରେ ହିନ୍ଦୁ ଧର୍ମର ରୀତିନୀତି ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ କରୀ କୋଟୱାଲୀ ନିକଟରେ ଅବସ୍ଥିତ ବଜରଙ୍ଗବାଲି ମନ୍ଦିରରେ ବବୁଲୁ ଏବଂ ଶବାନା ବେଦି ଚାରିପଟେ ସାତ ଫେରା ନେଇ ସାତ ଜନ୍ମର ସାଥୀ ହୋଇ ବାଟ ଚାଲିବାକୁ ନିଷ୍ପତ୍ତି ନେଇଥିଲେ ।

ଆପଣଙ୍କୁ ଜଣାଇବାକୁ ଚାହୁଁ ଯେ, ବବଲୁ ହିନ୍ଦୁ ପୁଅ (Hindu son) ଏବଂ ଶବାନା ମୁସଲମାନ ଝିଅ (Muslim girl) ଥିଲେ। ଏ ସମ୍ପର୍କରେ ଜାଣିବା ପରେ ଶବାନାଙ୍କ ପରିବାର ସଦସ୍ୟ ସେମାନଙ୍କ ବିବାହକୁ ବିରୋଧ କରୁଥିଲେ । ପ୍ରବଳ ବର୍ଷା କାରଣରୁ ଇଟାଭାଟି ବନ୍ଦ ହୋଇଯାଇଥିଲା ତେଣୁ ଶବାନାଙ୍କ ପରିବାର ତାଙ୍କୁ ମହୋବାକୁ ନେଇ ଯାଇଥିଲେ। ପରସ୍ପରଠାରୁ ଅଲଗା ହେବା ପରେ ପ୍ରେମୀ ଯୁଗଳଙ୍କ ମଧ୍ୟରେ ଆଉ ଦେଖା ହୋଇପାରୁନଥିଲା । ଦେଖା ହେବାକୁ ଉଭୟେ ଖୁବ୍ ଇଚ୍ଛା କରୁଥିଲେ । କୌଣସି ସୂତ୍ରରୁ ଖବର ପାଇ ବବଲୁ ଗୁରୁବାର ଦିନ ମହୋବାରେ ପହଞ୍ଚିଯାଇଥିଲେ । ଶବାନାଙ୍କ ସହ କଥା ହୋଇ ତାଙ୍କୁ ସାଥିରେ ଆଣିଥିଲେ। ଅନ୍ୟପକ୍ଷରେ ଶବାନାଙ୍କ ପରିବାର ସଦସ୍ୟ ଥାନାରେ ପହଞ୍ଚି ଶବାନା ପ୍ରେମିକ ବବୁଲ ସହ ଫେରାର ହେବାର ଅଭିଯୋଗ କରିଥିଲେ ।

ମହୋବା ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କରୀ ପୋଲିସ ଶୁକ୍ରବାର ଦିନ ବବଲୁ ଏବଂ ଶବାନାଙ୍କୁ ଅଟକ ରଖି ପଚରା ଉଚରା କରୁଥିଲା । ଘଟଣା ସମ୍ପର୍କରେ ସବୁ କିଛି ଜାଣିବା ପରେ ପରିବାର ଲୋକଙ୍କ ସହ ପୋଲିସ ଆଲୋଚନା କରିଥିଲା । ଉଭୟ ପକ୍ଷର ପରିବାର ସଦସ୍ୟ ମଧ୍ୟ କରୀ କୋଟୱାଲିରେ ପହଞ୍ଚିଥିଲେ। ଶବାନା ନିଜ ଭାଇଙ୍କୁ କହିଥିଲେ ଯେ, ସେ ବବୁଲଙ୍କୁ ଭଲ ପାଆନ୍ତି ଓ ତାଙ୍କ ସହ ସାରା ଜୀବନ ରହିବାକୁ ଚାହାନ୍ତି । ଏକଥା ମଧ୍ୟ ଶବାନା କହିଥିଲେ ଯେ, ମୁଁ ପ୍ରାପ୍ତ ବୟସ୍କ । ତେଣୁ ଭଲ ଖରାପ ବୁଝିବାର ଶକ୍ତି ମୋ ପାଖରେ ରହିଛି । ଦୁହିଁ ପ୍ରେମୀ ଯୁଗଳଙ୍କ ଏପରି ନିଷ୍ପତ୍ତି ଆଗରେ ଦୁଇ ପରିବାର ମୁଣ୍ଡ ନୁଆଁଇବା ପାଇଁ ବାଧ୍ୟ ହୋଇଥିଲେ ।

Also read- ବସ୍ ଯାତ୍ରୀଙ୍କୁ ୫ ଥର ଛେପ ଚଟାଇଲେ ସିପାହୀ, ମାଡ଼ ମାରିଲେ ଉଠବସ୍ କରାଇଲେ; ଭିଡିଓ ଭାଇରାଲ୍