Jajpur Train Mishap: ବଡ଼ ଅଘଟଣ; ଯାଜପୁର ରୋଡ ଷ୍ଟେସନରେ ଟ୍ରେନରେ କଟି ୬ ଜଣଙ୍କର ମୃତ୍ୟୁ
Advertisement

Jajpur Train Mishap: ବଡ଼ ଅଘଟଣ; ଯାଜପୁର ରୋଡ ଷ୍ଟେସନରେ ଟ୍ରେନରେ କଟି ୬ ଜଣଙ୍କର ମୃତ୍ୟୁ

Jajpur Train Mishap: ବର୍ଷା ପବନ ଯୋଗୁଁ ଟ୍ରେନ ଏହି ଟ୍ରେନ ତଳେ ଅନେକ ଶ୍ରମିକ ଆଶ୍ରୟ ନେଇଥିଲା ।  ହଠାତ୍ ଠିଆ ହୋଇଥିବା ଟ୍ରେନ୍ ସେହି ସ୍ଥାନ ଛାଡ଼ିବାରୁ ଏହି ଅଘଟଣ ଘଟିଥିବା ପ୍ରାରମ୍ଭିକ ଖବରରୁ ଜଣାପଡିଛି ।

ସୌ: ସୋସିଆଲ ମିଡିଆ

Jajpur Train Mishap: ରାଜ୍ୟରେ ପୁଣି ଏକ ବଡ଼ ଅଘଟଣ ଦେଖିବାକୁ ମିଳିଛି । ଯାଜପୁର ରୋଡ ଷ୍ଟେସନରେ ଟ୍ରେନ୍‌ରେ କଟି ୬ ଜଣଙ୍କର ମୃତ୍ୟୁ ସହ ୨ଜଣ ଆହତ ହୋଇଥିବା ଜଣା ପଡିଛି । ମାଲବାହୀ ଟ୍ରେନ୍ ତଳେ ଆଶ୍ରୟ ନେଇଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ବର୍ଷା ପବନ ଯୋଗୁଁ ଟ୍ରେନ ଏହି ଟ୍ରେନ ତଳେ ଅନେକ ଶ୍ରମିକ ଆଶ୍ରୟ ନେଇଥିଲା ।  ହଠାତ୍ ଠିଆ ହୋଇଥିବା ଟ୍ରେନ୍ ସେହି ସ୍ଥାନ ଛାଡ଼ିବାରୁ ଏହି ଅଘଟଣ ଘଟିଥିବା ପ୍ରାରମ୍ଭିକ ଖବରରୁ ଜଣାପଡିଛି ।

ଗୁରୁତର ଥିବା ୨ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିବା ବେଳେ, ବର୍ତ୍ତମାନ ସୁଦ୍ଧା ମୃତକଙ୍କ କୌଣସି ପରିଚୟ ମିଳିପାରି ନାହିଁ । ଅନ୍ୟପଟେ ଜିଆରପି ଓ ଆରପିଏଫ୍‌ ଅଧିକାରୀ ବର୍ତମାନ ଘଟଣାସ୍ଥଳରେ ପହଞ୍ଚିଛନ୍ତି  । 

ଖବର ଅନୁସାରେ, ଟ୍ରେନ୍‌ଟି ଯାଜପୁର ରୋଡ୍ ଷ୍ଟେସନ ଅଟକି ରହିଥିଲା । ଆଜି ଜୋରରେ ପବନ ହେବାରୁ ଏହା କିଛି ବାଟ ଗଡ଼ି ଯାଇଥିଲା । ଫଳରେ ଶ୍ରମିକମାନେ ଟ୍ରେନ୍‌ ତଳୁ ବାହାରିବାକୁ ଚେଷ୍ଟା କରିବା ସତ୍ତ୍ୱେ ମଧ୍ୟ ଚାପି ହୋଇ ଯାଇଥିଲେ । ସ୍ଥାନୀୟ ଲୋକେ ଆହତ ଶ୍ରମିକଙ୍କୁ ଉଦ୍ଧାର କରି ଯାଜପୁର ହସ୍ପିଟାଲକୁ ନେଇଥିଲେ । ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବର୍ତମାନ ସେମାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ଯାଜପୁର ରୋଡ଼୍‌ ଷ୍ଟେସନ ରେଳ ଟ୍ରାକ୍‌ରେ ଅଟକିଥିବା ଟ୍ରେନ୍‌ ୱାଗନ ତଳେ ୬ ଶ୍ରମିକଙ୍କ ଜୀବନ ଯିବା ଓ ଜଣେ ଗୁରୁତର ହେବା ଘଟଣାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି । ପୂର୍ବତଟ ରେଳପଥ ପକ୍ଷରୁ ଡିଭିଜିନାଲସ୍ତରୀୟ ତଦନ୍ତ ଆରମ୍ଭ ହୋଇଯାଇଥିବା ସିପିଆରଓ ବିଶ୍ୱଜିତ୍ ସାହୁ କହିଛନ୍ତି ।

ସେ କହିଛନ୍ତି, ଏଠାରେ ପ୍ରାୟ ୧୦ଟି ୱାଗନ ଅଟକି ରହିଥିଲା । ମୌସୁମୀ ଋତୁ ଲାଗି ଏହି ୱାଗନରେ ଚିପ୍ସ ଓ ବୋଲଡର ଷ୍ଟକ୍ କରି ରଖାଯାଇଥିଲା । ମୌସୁମୀରେ କୌଣସି ଠାରେ ଟ୍ରାକ୍ କ୍ଷତିଗ୍ରସ୍ତ ହେଲେ ଏହି ୱାଗନକୁ ଇଞ୍ଜିନ୍‌ ଦ୍ୱାରା ସେଠାକୁ ନିଆଯାଏ । ଟ୍ରେନଟି ସେଫ୍ଟି ଲାଇନରେ ଚେନ୍ ଓ ଜାମ୍ ଦେଇ ରଖା ଯାଇଥିଲା । ପବନରେ ଟ୍ରେନ୍ ଗଡ଼ିବା ବେଳେ ଶ୍ରମିକ ବାହାରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଶ୍ରମିକମାନେ ମୃତାହତ ହୋଇଛନ୍ତି ।

ଆଜି ଅପରାହ୍ନରେ ଯାଜପୁର ରୋଡ ଷ୍ଟେସନରେ ଟ୍ରେନରେ କଟି ଛଅ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ  ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପାଞ୍ଚ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ଏବଂ ଶୋକ ସନ୍ତପ୍ତ  ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ଏହି  ଦୁର୍ଘଟଣାରେ ଆହତ ଦୁଇ ଜଣଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ  ଆରୋଗ୍ୟ କାମନା କରିଛନ୍ତି ।

ଏହା ବି ପଢନ୍ତୁ: Odisha Train Accident: ଉଦ୍ଧାର ପରେ NDRF କର୍ମଚାରୀଙ୍କ ଅବସ୍ଥା ଖରାପ; ରକ୍ତ ଭଳି ଦେଖାଯାଉଛନ୍ତି ପାଣି, ଭୋକ ମଧ୍ୟ ଲାଗୁନାହିଁ

ଏହା ବି ପଢନ୍ତୁ: Odisha Train Accident: ବାଲେଶ୍ୱରରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପଛରେ କ’ଣ ରହିଛି କାରଣ? ଉଠୁଛି ଏହି ୧୦ଟି ବଡ଼ ପ୍ରଶ୍ନ