ହେମନ୍ତ ସୋରେନ୍‌ଙ୍କ ଅନ୍ତରୀଣ ଜାମିନ ଆବେଦନ ଖାରଜ
Advertisement
Article Detail0/zeeodisha/odisha2258751

ହେମନ୍ତ ସୋରେନ୍‌ଙ୍କ ଅନ୍ତରୀଣ ଜାମିନ ଆବେଦନ ଖାରଜ

ଅଦାଲତରୁ ଏପରି ରାୟ ମିଳିବା ପରେ ହେମନ୍ତ ସୋରେନ୍‌ଙ୍କ ଓକିଲ ନିଜ ଆବେଦନକୁ ପ୍ରତ୍ୟାହର କରିଦେଇଥିବା ଜଣାପଡିଛି ।

ହେମନ୍ତ ସୋରେନ୍‌ଙ୍କ ଅନ୍ତରୀଣ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ଅନ୍ତରୀଣ ଜାମିନ ଆବେଦନ ଖାରଜ ହୋଇଛି । ଏହାକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ଅଦାଲତରୁ ଏପରି ରାୟ ମିଳିବା ପରେ ହେମନ୍ତ ସୋରେନ୍‌ଙ୍କ ଓକିଲ ନିଜ ଆବେଦନକୁ ପ୍ରତ୍ୟାହର କରିଦେଇଥିବା ଜଣାପଡିଛି ।

ସୂଚନା ମୁତାବକ, ଜଷ୍ଟିସ୍‌ ଦୀପଙ୍କୀ ଦତ୍ତା ଏବଂ ଜଷ୍ଟିସ ସତୀଶ ଚନ୍ଦ୍ରଙ୍କ ଖଣ୍ଡପୀଠ ଶୁଣାଣି ସମୟରେ ତଥ୍ୟ ଲୁଚାଇବା କଥାକୁ ନେଇ ସୋରେନଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସୋରେନଙ୍କ ଓକିଲ କପିଲ ସିବଲ କୋର୍ଟଙ୍କୁ କୋର୍ଟଙ୍କ ପକ୍ଷରୁ କୁହାଯାଇଛି ଯେ, ଆପଣଙ୍କ ଆଚରଣ ଅନେକ କିଛି କହୁଛି , ଆପଣ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆଣୁନାହାନ୍ତି । ଆମେ ଆଶା କରୁଥିଲୁ ଆପଣ ସ୍ପଷ୍ଟତା ସହିକ ସମସ୍ତ ତଥ୍ୟ ଉପସ୍ଥାପନ କରିବେ । ତେବେ ସମସ୍ତ ତଥ୍ୟ ଉପରେ ବିଚାରବିମର୍ଶ କରିବା ପରେ ଗିରଫଦାରୀ ପରେ ବେଲ୍ ପାଇଁ ହୋଇଥିବା ଆବେଦନକୁ ଖାରଜ କରାଯାଇଛି । ଅନ୍ୟପଟେ ପୂର୍ବରୁ ଇଡି ପକ୍ଷରୁ ସୁପ୍ରିମ କୋର୍ଟଙ୍କୁ କୁହାଯାଇଥିଲା ଯେ, ଝାଡଖଣ୍ଡ ହାଇକୋର୍ଟଙ୍କ ଦ୍ୱାରା ସୋରେନଙ୍କ ଗିରଫଦାରୀ ସଠିକ୍‌ । ମେ ୧୩ ତାରିଖ ଦିନ ଟ୍ରାଏଲ କୋର୍ଟ ସୋରେନଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ ।

Also Read- ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଘଟଣା, ଗିରଫ ହେଲା ଅଭିଯୁକ୍ତ

Also Read- Kedarnath Yatra: ବାବା କେଦାରନାଥଙ୍କ ଗର୍ଭଗୃହ ଦର୍ଶନ ଆରମ୍ଭ, ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା