BJP Mishrana Parba: ବିଜେପି ହାତ ଧରିଲେ ପୂର୍ବତନ ବିଜେଡ଼ି ସାଂସଦ-ବିଧାୟକ ଧନେଶ୍ୱର ମାଝୀ
Advertisement

BJP Mishrana Parba: ବିଜେପି ହାତ ଧରିଲେ ପୂର୍ବତନ ବିଜେଡ଼ି ସାଂସଦ-ବିଧାୟକ ଧନେଶ୍ୱର ମାଝୀ

Odisha BJP Unit: ବିଜୁ ଜନତା ଦଳ ପରିତ୍ୟାଗ କରି ବିଜେପି ଶିବରରେ ସାମିଲ ହେଲେ ପୂର୍ବତନ ସାଂସଦ ତଥା ବିଧାୟକ ଧନେଶ୍ୱର ମାଝୀ।

ଫଟୋ ସୌଜନ୍ୟ: ବିଜେପି ମିଡିଆ ସେଲ୍‌

BJD Leader Dhaneswar Majhi Join BJP: ଶୁକ୍ରବାର ବିଜୁ ଜନତା ଦଳ ଛାଡ଼ି ବିଜେପି ହାତ ଧରିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ତଥା କେସିଙ୍ଗା ଏବଂ ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୫ ଥର ବିଧାୟକ ନିର୍ବାଚିତ ହୋଇଥିବା ଧନେଶ୍ୱର ମାଝୀ। ବିଜେଡ଼ି ନେତା ଧନେଶ୍ୱର ମାଝୀ ବିଜୁ ଜନତା ଦଳ ପରିତ୍ୟାଗ କରି ବିଜେପି ଶିବିରରେ ସାମିଲ ହୋଇଛନ୍ତି।

ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂକଳ୍ପବଦ୍ଧ। ପ୍ରଧାନନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ଏବଂ ବିଶ୍ୱାସ ବୃଦ୍ଧି ପାଇ ଚାଲିଛି। ମୋଦି ସରକାର ଏବଂ ମୋଦି ଗ୍ୟାରେଣ୍ଟି ଉପରେ ରାଜ୍ୟବାସୀଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି। ଅନ୍ୟ ପଟେ ରାଜ୍ୟର ବିକାଶରେ ବଡ ବାଧକ ସାଜିଛି ବିଜେଡି। ବିଜୁ ଜନତା ଦଳରେ ଗଣତନ୍ତ୍ର ସମ୍ପୂର୍ଣ୍ଣ ଧ୍ୱଂସ ପାଇଛି ବୋଲି କହିଛନ୍ତି ଧନେଶ୍ୱର ମାଝୀ।

ଶୁକ୍ରବାର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଦଳୀୟ ମିଶ୍ରଣ ପର୍ବରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, ଆଜାଦ୍ ହିନ୍ଦ୍ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ।