Shocking News: ଗ୍ୟାସ ସିଲିଣ୍ଡର ଫାଟି ନିଆଁ ଲାଗିବା ଘଟଣା, ମା'ର ମୃତ୍ୟୁ ଶୁଣି ଜୀବନ ହାରିଲା ପୁଅ
Advertisement

Shocking News: ଗ୍ୟାସ ସିଲିଣ୍ଡର ଫାଟି ନିଆଁ ଲାଗିବା ଘଟଣା, ମା'ର ମୃତ୍ୟୁ ଶୁଣି ଜୀବନ ହାରିଲା ପୁଅ

Shocking News: ମା ର ମୃତ୍ୟୁ ଖବରକୁ ସହଜରେ ଗ୍ରହଣ କରିପାରି ନଥିଲେ ଯୁବକ । ରାଉରକେଲାରୁ ମା ର ମୃତଦେହ ଫେରିନଥିବା ବେଳେ ମାକୁ ଝୁରି ଝୁରି ଆତ୍ମହତ୍ୟା କରିଛନ୍ତି ଯୁବକ । ନିଜ ମା ଙ୍କ ଲୁଗାରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ଏହି ଖବର ପ୍ରଘଟ ପରେ ସମୂର୍ଣ୍ଣ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। 

 

Shocking News: ଗ୍ୟାସ ସିଲିଣ୍ଡର ଫାଟି ନିଆଁ ଲାଗିବା ଘଟଣା, ମା'ର ମୃତ୍ୟୁ ଶୁଣି ଜୀବନ ହାରିଲା ପୁଅ

Shocking News: ଫେବୃଆରୀ ୧୦ ତାରିଖରେ ଘଟିଥିଲା ଏମିତି ଏକ ଭୟଙ୍କର ଘଟଣା ଯାହା ବଲାଙ୍ଗୀର ଜିଲ୍ଲାର ପାଟଣାଗଡକୁ ଥରାଇ ଦେଇଥିଲା। ପରିବାରର ସମସ୍ତେ ବସି ଟିଭି ଦେଖୁଥିଲେ । ଆଉ ସେତିକି ବେଳେ ଫାଟିଥିଲା ଗ୍ୟାସ ସିଲିଣ୍ଡର। ଏହି ବ୍ଲାଷ୍ଟରେ ପରିବାରର ୬ଜଣ ଗୁରୁତର ହୋଇଥିଲେ । ଘଟଣାଟି ଘଟିଥିଲା ପାଟଣାଗଡ଼ର(Bolangir Patnagarh) ବେଲପଡ଼ା ଥାନା କାନୁଟ ଗାଁରେ । ଗୁରୁତର ହୋଇଥିବା ୬ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାରେ ଗୋଟିଏ ପରିବାରର ୫ଜଣ ମହିଳା ଓ ଜଣେ ପୁରୁଷ ଜଳିଯାଇଥିଲେ। ଯାହାଫଳରେ ସମସ୍ତେ ଗୁରୁତର ହୋଇପଡ଼ିଥିଲେ। 

ତେବେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଥମେ ଜଣେ ଓ ଗତକାଲି ଜଣ ଜଣ କରି ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଖବର ଜଣାପଡିବା ପରେ ପରିବାରର ଜଣେ ୧୯ ବର୍ଷୀୟ ଯୁବକ ଆତ୍ମହତ୍ୟା (Self Harm) କରିଛନ୍ତି । ସୂଚନାନୁସାରେ, ଗତକାଲି ମୃତକଙ୍କ ମଧ୍ୟରେ ଆତ୍ମହତ୍ୟା କରିଥିବା ଯୁବକଙ୍କ ମା ରହିଥିଲେ । ତେବେ ମା ର ମୃତ୍ୟୁ ଖବରକୁ ସହଜରେ ଗ୍ରହଣ କରିପାରି ନଥିଲେ ଯୁବକ । ରାଉରକେଲାରୁ(Rourkela) ମା ର ମୃତଦେହ ଫେରିନଥିବା ବେଳେ ମାକୁ ଝୁରି ଝୁରି ଆତ୍ମହତ୍ୟା କରିଛନ୍ତି ଯୁବକ । ନିଜ ମା ଙ୍କ ଲୁଗାରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ଏହି ଖବର ପ୍ରଘଟ ପରେ ସମୂର୍ଣ୍ଣ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। 

Also Read: BJP Council Meeting: ଆଜିଠୁ ବିଜେପି ରାଷ୍ଟ୍ରୀୟ ଅଧିବେଶନ, ସାମିଲ ହେବେ ଓଡ଼ିଶାରୁ ୪ ଜଣ

Also Read:  Top 10 News Headlines: ସକାଳର 10ଟି ବଡ଼ ଖବର