First Flight from Jeypore: ଉଡ଼ିଲା ବିମାନ, ଯୋଡ଼ି ହେଲା ଦକ୍ଷିଣ ଓଡ଼ିଶା
Advertisement
Article Detail0/zeeodisha/odisha1419162

First Flight from Jeypore: ଉଡ଼ିଲା ବିମାନ, ଯୋଡ଼ି ହେଲା ଦକ୍ଷିଣ ଓଡ଼ିଶା

ଆଜି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଉଡାନ ଯୋଜନାରେ ସବୁ ଦିନିଆ ବିମାନ ଚଳାଚଳ କରିଛି। ଏହି ଅନୁମତି ପତ୍ର ବିଭାଗ ପକ୍ଷରୁ ଓଡିଶା ସରକାରଙ୍କୁ ଦିଆଯାଇଛି। 

First Flight from Jeypore: ଉଡ଼ିଲା ବିମାନ, ଯୋଡ଼ି ହେଲା ଦକ୍ଷିଣ ଓଡ଼ିଶା

First Flight from Jeypore: ଜୟପୁର(ପବନ ପାଣିଗ୍ରାହୀ): ଅବିଭକ୍ତ କୋରାପୁଟ ଜିଲାର ବହୁ ବର୍ଷର ଦାବି ପୁରଣ ହୋଇଛି । ଜୟପୁରରୁ ନୀତିଦିନିଆ ବିମାନ ଉଡାଣ ଆଜିଠାରୁ ଆରମ୍ଭ ହୋଇଛି। 'ଉଡାନ' ଯୋଜନାରେ ଜୟପୁର ବିମାନବନ୍ଦରରୁ ଉଡିଛି ବିମାନ। ଭୁବନେଶ୍ୱର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନ ଉଡ଼ାଣର ଶୁଭରାମ୍ଭ କରିଛନ୍ତି। ଜୟପୁରରେ ବିମାନ ଅବତରଣ କରିବା ପରେ ବାଜା, ନାଚ ଗୀତରେ ପ୍ରଥମ ବିମାନ ସ୍ୱାଗତ କରିଥିଲା। ବିମାନରେ ଆସିଥିବା ଯାତ୍ରୀଙ୍କୁ ଫୁଲଗୁଚ୍ଛ ଦେଇ ସ୍ୱାଗତ କରିଯାଇଥିଲା। ଜୟପୁର ବିମାନବନ୍ଦରରେ କୋରାପୁଟ ଜିଲାପାଳ ଅବଦୁଲ ମହମ୍ମଦ ଆକ୍ତର, ଏସପି ବରୁଣ ଗୁଣ୍ଠପାଲ୍ଲି, ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି, କୋରାପୁଟ ବିଜେଡି ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, କୋରାପୁଟ ଜିଲା କଂଗ୍ରେସ ସଭାନେତ୍ରୀ ମିନାକ୍ଷି ବାହିନିପତି, କୋରାପୁଟ ସାସଂଦ ସପ୍ତଗିରି ଉଲ୍ଲକା, କୋରାପୁଟ ବିଧାୟକ ରଘୁରାମ ପାଡାଲ, ପଟ୍ଟାଙ୍ଗି ବିଧାୟକ ପ୍ରତିମ ପାଢୀ,  ଲକ୍ଷମୀପୁର ବିଧାୟକ ପ୍ରଭୁ ଜାନୀ, କୋଟପାଡ ବିଧାୟକ ପଦ୍ମିନି ଦିଆନ, ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଚନ୍ଦ୍ର ଶେଖର ମାଝୀ, ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ଉପାଧ୍ୟକ୍ଷ ବି ସୁନିତା ଉପସ୍ଥିତ ଥିଲେ। 

ଭୁବନେଶ୍ୱରରୁ ପ୍ରଥମ ଯାତ୍ରୀ ଭାବେ ବିଜେପି ନେତା ଭୃଗୁ ବକ୍ସିପାତ୍ର ଜୟପୁରରେ ପହଞ୍ଚି ଥିଲେ। ରାସ୍ତା ଓ ଗୃହ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଭାଷ୍କର ଚନ୍ଦ୍ର ସାମନ୍ତରାୟ, ଉପ ଜିଲାପାଳ ବେଦବର ପ୍ରଧାନ, ଏସଡିପିଓ ଅରୁପ ଅଭିଷେକ ବେହେରା, ପୌର କାର୍ଯ୍ୟନିବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ତହସିଲଦାର ପ୍ରଧାନ ଟୁଲ୍ଲି ଆମ୍ମା ସମେତ ସମସ୍ତ ରାଜନୈତିକ ଦଳର ସଦସ୍ୟମାନେ ଉପସ୍ଥିତ ଥିଲେ। ପୁର୍ବତନ ଜିଲାପାଳ ଉଷା ପାଢୀ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ୫ଟି ସଚିବ ଭିକେ ପାଣ୍ଡିଆନ, କୋରାପୁଟ ଜିଲାପାଳ ଆକ୍ତର, ରାସ୍ତା ଓ ଗୃହ ବିଭାଗର ନିବାହୀ ଯନ୍ତ୍ରୀ ସାମନ୍ତରାୟଙ୍କୁ ଜୟପୁର ବିଧାୟକ ତାରା ପ୍ରସାହ ବାହିନିପତି ଧନ୍ୟବାଦ ଦେଇଛନ୍ତି । 
ବିଧାୟକ ବାହିନିପତି ମଧ୍ୟ କେନ୍ଦ୍ର ଓରାଜ୍ୟ ସରକାରଙ୍କ ଙ୍କ ନିକଟରକେ ଦାବି କରିବା ସହ ବିମାନ ଉଡିବା ନେଇ ଜମି ଅଧିଗ୍ରହଣ ଠାରୁ ଆରମ୍ବ କରି ସମସ୍ତ କ୍ଷେତ୍ର ସହ ଯୋଗ କରିଥିଲେ । ଆଜି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଉଡାନ ଯୋଜନାରେ ସବୁ ଦିନିଆ ବିମାନ ଚଳାଚଳ କରିଛି। ଏହି ଅନୁମତି ପତ୍ର ବିଭାଗ ପକ୍ଷରୁ ଓଡିଶା ସରକାରଙ୍କୁ ଦିଆଯାଇଛି। ଏହି ଅନୁମିତ ପ୍ରକାରେ ଜୟପୁର ବିମାନବନ୍ଦରରୁ ପ୍ରତ୍ୟେହ ସମାନ ସମୟରେ ଏରୋଡ୍ରମରୁ ଯାତ୍ରୀଙ୍କୁ ନେଇ ଚଳପ୍ରଚଳ କରିବ। ଦୀର୍ଘ ବର୍ଷ ଧରି ଅବିଭକ୍ତ କୋରାପୁଟ ଜିଲା ସହ ଜୟପୁର ସହରବାସୀ ବିମାନ ସେବାକୁ ଅପେକ୍ଷା କରି ବସିଥିଲେ। 

୬ ଥର ଉଭୟ ରାଜ୍ୟ ଓ କେନ୍ଦ୍ର ଟିମ ଏୟାର ପୋର୍ଟର ଭିତ୍ତିଭୂମିକୁ ସମୀକ୍ଷା କରିଛନ୍ତି । ବିମାନ ବନ୍ଦର ଅଗ୍ନି ନିରାପତ୍ତା, ସୁରକ୍ଷା, ଆଲୋକି କରଣ, ଜଳ ଯୋଗାଣ ଭଳି ଭିତ୍ତି ଭୁମିର ସୁବିଧା ରହିଛି। ବିମାନ ଚଳାଚଳ ଶୁଭାରମ୍ଭ ହେବା ପରେ ଜୟପୁର ସହ ଅବିଭକ୍ତ କୋରାପୁଟ ଜିଲାରେ ଖୁସିର ଲହରି ଖେଳିଯାଇଛି । ଭୁବନେଶ୍ୱର- ଜୟପୁର- ବିଶାଖାପାଟଣା ଓ ବିଶାପାପାଟଣା-ଜୟପୁର- ଭୁବନେଶ୍ୱର ପ୍ରଥମ ପଯ୍ୟାୟରେ ଉଡିବ । ୯ ସିଟ ବିଶିଷ୍ଟ ବିମାନ ପ୍ରଥମେ ଉଡିବ । ପରବର୍ତ୍ତି ସମୟରେ ବଡ ବିମାନ ଉଡିବା ନେଇ ସୂଚନା ରହିଛି ।