Fire Accident: ଅଗ୍ନିକାଣ୍ଡରେ ସବୁ କିଛି ହୋଇଗଲା ଛାରଖାର; ସରକାରୀ ସହୟତା ଅପେକ୍ଷାରେ ଅଗ୍ନିବିପନ୍ନ
Advertisement

Fire Accident: ଅଗ୍ନିକାଣ୍ଡରେ ସବୁ କିଛି ହୋଇଗଲା ଛାରଖାର; ସରକାରୀ ସହୟତା ଅପେକ୍ଷାରେ ଅଗ୍ନିବିପନ୍ନ

Fire Accident News: ଅଗ୍ନିକାଣ୍ଡରେ ସବୁ କିଛି ସର୍ବସ୍ୱାନ୍ତ ହୋଇପଡ଼ିଛି ଅଗ୍ନିବିପନ୍ନ। ତୁରନ୍ତ ସେମାନଙ୍କ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

Fire Accident: ଅଗ୍ନିକାଣ୍ଡରେ ସବୁ କିଛି ହୋଇଗଲା ଛାରଖାର; ସରକାରୀ ସହୟତା ଅପେକ୍ଷାରେ ଅଗ୍ନିବିପନ୍ନ

Fire Accident In Odisha: ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ନୂଆଡିହି ପଞ୍ଚାୟତ ଦଶୀପୁର ଗ୍ରାମରେ ଘଟିଯାଇଛି ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଗୋଟିଏ ପରିବାର ବାସହରା। ଦୁଇ ପରିବାରର ଜଳିଗଲା ୬ ବଖରା ଘର ସମେତ ଆସବାବପତ୍ର ଜଳି ଯାଇଥିବା ଜଣେ ବ୍ୟକ୍ତି ଆହତ। ଝିଅ ବିବାହ ପାଇଁ ରଖିଥିବା ଅଳଙ୍କାର ସହ ସବୁ କିଛି ଜଳି ପୋଡ଼ି ଛାରଖାର ହୋଇଯାଇଛି।

ଏରସମା ବ୍ଲକ ନୂଆଡିହି ପଞ୍ଚାୟତ ଦଶୀପୁର ଗ୍ରାମରେ ବିଳମ୍ବିତ ରାତିରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଭାସ୍କର ରାଉତଙ୍କ ୪ ବଖରା ଏବଂ ବାସନ୍ତୀ ସାମଲଙ୍କ ୨ ବଖରା ବାସଗୃହ ପୋଡି ପାଉଁଶ ହୋଇଯାଇଛି। ପରିବାର ଲୋକେ ଘରେ ଶୋଇଥିବା ବେଳେ ଭାସ୍କର ରାଉତଙ୍କ ଘରେ ଆକସ୍ମିକ ଅଗ୍ନିକାଣ୍ଡ ହୋଇଥିଲା। ଘରେ ଶୋଇଥିବା ଭାସ୍କର ତାଙ୍କ ସ୍ତ୍ରୀ ଏବଂ ଝିଅ ଜୀବନ ବିକଳରେ ଘରୁ ବାହାରି ଆସିଥିଲେ। ଘରୁ ବାହାରିବା ବେଳେ ଭାସ୍କରଙ୍କ ପିଠି ପୋଡିଯାଇ ଆହତ ହୋଇଥିଲା। ପରିବାର ଲୋକଙ୍କ ପାଟିଶୁଣି ଗ୍ରାମବାସୀ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ଖବର ପାଇ ଏରସମା ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇଲା ବେଳକୁ ଭାସ୍କରଙ୍କ ସବୁକିଛି ଜଳିପୋଡ଼ି ଯାଇଥିଲା।

ଅଗ୍ନିକାଣ୍ଡରେ ଭାସ୍କର ରାଉତଙ୍କ ୪ବଖରା ଘର, ଆସବାବପତ୍ର, କୋଡିଏରୁ ଉର୍ଦ୍ଧ୍ୱ କୁକୁଡା, ଝିଅ ବାହାଘର ପାଇଁ ରଖିଥିବା ଅଳଙ୍କାର, ପଚାଶ ହଜାର ଟଙ୍କା ସମେତ ସବୁକିଛି ଜଳି ଯାଇଥିଲା। ବାସଘର ପୋଡିଯିବା ପରେ ଭାସ୍କରଙ୍କ ପରିବାର ବାସହରା ହୋଇଛି। ଆକସ୍ମିକ ଅଗ୍ନିକାଣ୍ଡରେ ଭାସ୍କରଙ୍କ ସବୁକିଛି ଉଜୁଡି ଯାଇଥିବା ବେଳେ ବାସହରା ହୋଇଛନ୍ତି ପରିବାର। ଭାସ୍କରଙ୍କ ପଡୋଶୀ ବାସନ୍ତୀ ସାମଲଙ୍କ ଦୁଇ ବଖରା ଘର ପୋଡିଯାଇଛି। ଅଗ୍ନିବିପନ୍ନ ପରିବାରକୁ ସହାୟତା ସହ ଆବାସ ଯୋଜନାରେ ପକ୍କାଘର ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। 

ଏରସମା ତହସିଲ କାର୍ଯ୍ୟାଳୟ ପକ୍ଷରୁ ଅଗ୍ନିବିପନ୍ନଙ୍କ ସମ୍ପର୍କରେ ଖବରପାଇ ରାଜସ୍ୱ ନିରୀକ୍ଷକ ଅନୁସନ୍ଧାନ କରିବା ସହ ଅତ୍ୟାବଶ୍ୟକୀୟ ସୁବିଧା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି। ଅଗ୍ନିବିପନ୍ନ ପରିବାରକୁ ବେସରକାରୀ ଏବଂ ସରକାରୀ ସହାୟତା ଯୋଗାଇ ଦେବା ସହିତ ସରକାରଙ୍କ ଆବାସ ଯୋଜନାରେ ପକ୍କାଘର ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

ଅନ୍ୟପଟେ ସୋମବାର ସକାଳେ ସମ୍ବଲପୁର ଅନ୍ତର୍ଗତ ଗୁଣ୍ଡେରପୁର ଅଞ୍ଚଳରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଛି। ସୂଚନା ଅନୁଯାୟୀ KEC ଇଣ୍ଟର ନେସନାଲ ଏକ ପ୍ରୋଜେକ୍ଟ ପାଇ ଗ୍ରାମ୍ୟ ଜଳ ଯୋଗାଣର କାର୍ଯ୍ୟ କରୁଥିଲେ। ତାଙ୍କର ଗୋଦାମ ଘର ତିଆରି କରି ପାଇପ ଏବଂ ବିଭିନ୍ନ ପ୍ଲାଷ୍ଟକ ବ୍ୟବହାର୍ଯ୍ୟ ଜିନିଷ ଗୋଦାମ ଘରେ ଗଛିତ ରଖିଥିଲେ। ସୋମବାର ସକାଳ ୯:୫୦ ମିନିଟ ସମୟରେ ମାନେଶ୍ଵର ଅଗ୍ନିଶମ ବିଭାଗକୁ ସୂଚନା ମିଳିଥିଲା। ମାନେଶ୍ଵର ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରି ନ ପାରିବାରୁ ସମ୍ବଲପୁର ଦଳ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପ୍ରାୟ ୬ ଟିମ ସହ ନିଆଁକୁ ଆୟତ୍ତ କରାଯାଇଛି। କେହି ମୃତାହତ ହୋଇ ନ ଥିବା ବେଳେ ବିପୁଳ ପରିମାଣର କ୍ଷୟ କ୍ଷତି ହୋଇଥିବାର କୁହାଯାଇଛି। ଘଟଣା ସ୍ଥଳରେ ଉପଜିଲ୍ଲାପାଳ ମଧ୍ୟ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଛନ୍ତି।