କାଶ୍ମୀରରୁ କେରଳ ପର୍ଯ୍ୟନ୍ତ ଇଡି ସ୍କାନରରେ ଅନେକ ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha2088783

କାଶ୍ମୀରରୁ କେରଳ ପର୍ଯ୍ୟନ୍ତ ଇଡି ସ୍କାନରରେ ଅନେକ ମୁଖ୍ୟମନ୍ତ୍ରୀ

Enforcement Directorate:  ମନି ଲଣ୍ଡରିଂ ମାମଲାରେ ଝାଡ଼ଖଣ୍ଡର ସିଏମ ହେମନ୍ତ ସୋରେନଙ୍କୁ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଗିରଫ କରିଥିଲା । ଆଜି ଆପଣଙ୍କୁ ଜଣାଇବୁ କେଉଁ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଇଡି ଟାର୍ଗେଟରେ ଥିଲେ ।

କାଶ୍ମୀରରୁ କେରଳ ପର୍ଯ୍ୟନ୍ତ ଇଡି ସ୍କାନରରେ ଅନେକ ମୁଖ୍ୟମନ୍ତ୍ରୀ

Enforcement Directorate: ମନି ଲଣ୍ଡରିଂ ମାମଲାରେ ଝାଡ଼ଖଣ୍ଡର ସିଏମ ହେମନ୍ତ ସୋରେନଙ୍କୁ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଗିରଫ କରିଥିଲା, ତାଙ୍କର ଦିଲ୍ଲୀ ସ୍ଥିତ ବାସଭବନରୁ ଗୋଟିଏ ବିଏମ୍ ଡବ୍ଲୁ କାର୍ ଓ ୩୫ ଲକ୍ଷ ନଗଦ ଟଙ୍କା ମିଳିଥିଲା। ସେହିଭଳି ବିରୋଧୀ ଦଳର ଅନେକ ନେତା ଏବଂ ପୂର୍ବତନ ସିଏମମାନେ ମଧ୍ୟ କେନ୍ଦ୍ରୀୟ ଏଜେନ୍ସି ଦ୍ଵାରା ଯାଞ୍ଚର ସାମ୍ନା କରୁଛନ୍ତି। ସେପଟେ ଦିଲ୍ଲୀ ମଦ ନୀତି ମାମଲାରେ କେନ୍ଦ୍ରୀୟ ଏଜେନ୍ସିର ଯାଞ୍ଚର ସମ୍ମୁଖୀନ ହେଉଛନ୍ତି ଦିଲ୍ଲୀ ସିଏମ୍ ଅରବିନ୍ଦ କେଜ୍ରିୱାଲ। କେଜ୍ରିୱାଲଙ୍କୁ ଇଡି ଆଜି ପର୍ଯ୍ୟନ୍ତ ଚାରିଟି ସମନ ପଠାଇଛି, କିନ୍ତୁ ସେ ଏବେ ଯାଏଁ ହାଜର ହୋଇନାହାଁନ୍ତି।

ମନି ଲଣ୍ଡରିଂ ମାମଲାରେ ତେଲେଙ୍ଗାନା ସିଏମ୍ ରେବଣ୍ଟ ରେଡ୍ଡୀ ମଧ୍ୟ ଇଡି ଯାଞ୍ଚରେ ଅଛନ୍ତି। ବିଧାନସଭାରେ ତତ୍କାଳୀନ ଟିଡିପି ନେତା ରେଡ୍ଡୀଙ୍କୁ ୨୦୧୫ ରେ MLC ନିର୍ବାଚନରେ ନିଜ ପକ୍ଷରେ ଭୋଟ୍ ଦେବା ପାଇଁ ଜଣେ ବିଧାୟକଙ୍କୁ ୫୦ ଲକ୍ଷ ଟଙ୍କା ଲାଞ୍ଚ ଦେବା ପାଇଁ କହିଥିବା ଅଭିଯୋଗରେ ମାମଲା ରୁଜୁ କରାଯାଇଥିଲା । ଇଡି ଏପ୍ରିଲ୍ ୨୦୨୧ରେ କେରଳ ସିଏମ୍ ପିନାରାଇ ବିଜୟଙ୍କ ବିରୋଧରେ ଇଡି ଏକ PMLA ଯାଞ୍ଚ ଆରମ୍ଭ କରିଥିଲା। ସିବିଆଇ ତାଙ୍କୁ ୧୯୯୫ ମସିହା SNC ଲାଭଲିନ୍ ମାମଲାରେ ଚାର୍ଜସିଟ୍ ରୁଜୁ କରିଥିଲା ।  ଇଡୁକିରେ ଜଳ ବିଦ୍ୟୁତ୍ ପ୍ରକଳ୍ପର ଆଧୁନିକୀକରଣ ପାଇଁ କାନାଡାର ଫାର୍ମ SNC ଲାଭାଲିନ ଦିଆଯାଇଥିବା ଚୁକ୍ତିରେ ଦୁର୍ନୀତି ଅଭିଯୋଗ ହୋଇଥିଲା । ବିଜୟ ସେତେବେଳେ ବିଦ୍ୟୁତ୍ ମନ୍ତ୍ରୀ ଥିଲେ।

UPA ଯୁଗରୁ ଆନ୍ଧ୍ରପ୍ରଦେଶର CM YS ଜଗନ୍ ମୋହନ ରେଡ୍ଡୀ ଏକାଧିକ ଯାଞ୍ଚର ସମ୍ମୁଖୀନ ହେଉଛନ୍ତି । ୨୦୧୫ ରେ ଇଡି ତାଙ୍କ ବିରୋଧରେ ଏକ ନୂତନ PMLA ମାମଲାରେ ଏତଲା ରୁଜୁ କରିଥିଲା। ଏହି ମାମଲା ଜଗନଙ୍କ ମାଲିକାନା ଭାରତୀ ସିମେଣ୍ଟର ଆର୍ଥିକ ବ୍ୟାପାର ସମ୍ବନ୍ଧୀୟ ଥିଲା।

ଛତିଶଗଡର ପୂର୍ବତନ ସିଏମ୍ ଭୁପେଶ ବଘେଲ ସରକାରରେ ଥିବା ସମୟରେ କୋଇଲା ପରିବହନ, ମଦ ଭେଣ୍ଡର କାରବାର ଏବଂ ମହାଦେବ ଗେମିଂ ଆପରେ ଅନିୟମିତତା ସମ୍ବନ୍ଧିତ ତିନିଟି ମାମଲାରେ ଇଡି ଯାଞ୍ଚର ସମ୍ମୁଖୀନ ହୋଇଛନ୍ତି।

ବିହାରର ପୂର୍ବତନ ସିଏମ ଲାଲୁ ପ୍ରସାଦ, ତାଙ୍କ ପତ୍ନୀ ରାୱଡି ଦେବୀ ଏବଂ ପୁଅ ତେଜସ୍ୱୀ ଯାଦବ ଆଇଆରସିଟିସି ସ୍କାମ ଏବଂ ଚାକିରି ବଦଳରେ ଜମି ମାମଲାରେ ମୁଖ୍ୟ ଅଭିଯୁକ୍ତ ଅଟନ୍ତି । ପ୍ରଥମ ୨୦୧୭ ଆଇଆରସିଟିସି ମାମଲାରେ ଦୁଇଟି ଆଇଆରସିଟିସି ହୋଟେଲର ରକ୍ଷଣାବେକ୍ଷଣ ପାଇଁ ନିଯୁକ୍ତ ଏକ କମ୍ପାନୀକୁ ରେଳ ମନ୍ତ୍ରୀ ଭାବରେ ଲାଲୁ ଦେଇଥିବା ଅନୁକମ୍ପା ସମ୍ବନ୍ଧୀୟ ହୋଇଥିବାବେଳେ ଦ୍ଵିତୀୟଟି ୨୦୨୨ ଚାକିରୀ ବଦଳରେ ଜମି ମାମଲାରେ ଲାଲୁ ପରିବାରକୁ ରେଳବାଇରେ ଚାକିରି କରାଇଦେବା ବଦଳରେ ପ୍ଲଟ୍ ନେଇଥିବାର ଅଭିଯୋଗ ହୋଇଥିଲା ।

ପୂର୍ବତନ ହରିୟାଣା ସିଏମ୍ ଭୁପିନ୍ଦର ସିଂ ହୁଡାଙ୍କୁ ମାନେସର ଜମି ଚୁକ୍ତି ମାମଲାରେ ଏବଂ ପଞ୍ଚକୁଲାରେ ଆସୋସିଏଟେଡ୍ ଜର୍ଣ୍ଣାଲ୍ ଲିମିଟେଡ୍ (ଏଜିଏଲ୍) କୁ ଜମି ଆବଣ୍ଟନ କରାଯିବା ମାମଲାରେ ଇଡି ଦ୍ୱାରା ଯାଞ୍ଚ କରାଯାଉଛି। ଏଜେଏଲ୍ ମାମଲାରେ ହୁଡା ଏବଂ କଂଗ୍ରେସର ବରିଷ୍ଠ ନେତା ମୋତିଲାଲ ଭୋରାଙ୍କ ବିରୋଧରେ ଏଜେନ୍ସି ଏକ ଅଭିଯୋଗ ଦାଖଲ କରିସାରିଛି।

ରାଜସ୍ଥାନ ଆମ୍ବୁଲାନ୍ସ ସ୍କାମ ମାମଲାରେ ପୂର୍ବତନ ରାଜସ୍ଥାନ ସିଏମ ଅଶୋକ ଗେହଲୋଟ ଏବଂ ସେହି ସମୟରେ ତାଙ୍କର ଡେପୁଟି ସିଏମ ରହିଥିବା ସଚିନ ପାଇଲଟଙ୍କ ସହ କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମଙ୍କ ନାମ ସାମିଲ ଅଛି। ୨୦୧୫ ମାମଲା ଜିକିତ୍ଜା ହେଲଥ କେୟାରକୁ ୨୦୧୦ ରେ ୧୦୮ ଆମ୍ବୁଲାନ୍ସ ସେବା ଚଳାଇବା ପାଇଁ ଏକ ଚୁକ୍ତିନାମା ପ୍ରଦାନ ସହିତ ଜଡିତ ଥିଲା। ସେତେବେଳେ ପାଇଲଟ୍ ଏବଂ କାର୍ତ୍ତି ଏହାର ନିର୍ଦ୍ଦେଶକ ଥିଲେ ବୋଲି କୁହାଯାଉଥିଲା । କମ୍ପାନୀ ଉପରେ ଅତିରିକ୍ତ ଚାଲାଣ ଦାଖଲ କରିଥିବା ଅଭିଯୋଗ ହୋଇଛି ।

ସମାଜବାଦୀ ପାର୍ଟିର ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ସିଏମ୍ ଅଖିଳେଶ ଯାଦବଙ୍କ ବିରୋଧରେ ମଧ୍ୟ ଗୋମତି ନଦୀବନ୍ଧ ପ୍ରକଳ୍ପ ସହିତ ଖଣି ଚୁକ୍ତିରେ ଅନିୟମିତତା ଅଭିଯୋଗରେ ଉଭୟ ସିବିଆଇ ଏବଂ ଇଡି ଦ୍ୱାରା ତଦନ୍ତ ଚାଲିଛି।

ବିଏସପି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ସିଏମ ମାୟାବତୀଙ୍କ ନାମ କୌଣସି କେନ୍ଦ୍ରୀୟ ଏଜେନ୍ସି ଏଫଆଇଆରରେ ନାହିଁ, କିନ୍ତୁ ସିଏମ ଥିବା ସମୟରେ ତାଙ୍କ କାର୍ଯ୍ୟକାଳରୁ ଅନେକ ପ୍ରକଳ୍ପ ଏବଂ ଯୋଜନାର ତଦନ୍ତ ଚାଲିଛି ।

ବିସିସିଆଇ ଦ୍ୱାରା ଜମ୍ମୁ- କାଶ୍ମୀର କ୍ରିକେଟ୍ ଆସୋସିଏସନ୍ (ଜେକେସିଏ) କୁ ଦିଆଯାଇଥିବା ଅନୁଦାନରେ ଅନିୟମିତତା ଅଭିଯୋଗରେ ଜମ୍ମୁ-କାଶ୍ମୀର ପୂର୍ବତନ ସିଏମ୍ ଫାରୁକ୍ ଅବଦୁଲ୍ଲାଙ୍କ ବିରୋଧରେ ତଦନ୍ତ ଚାଲିଛି।

ଫାରୁକ୍ ଅବଦୁଲ୍ଲାଙ୍କ ପୁଅ ତଥା ପୂର୍ବତନ ଜେ ଆଣ୍ଡ କେ ସିଏମ୍ ଓମାର ଅବଦୁଲ୍ଲାଙ୍କୁ ଜମ୍ମୁ-କାଶ୍ମୀର ବ୍ୟାଙ୍କର ଆର୍ଥିକ ବ୍ୟାପାର ତଥା ଏହାର ନିର୍ଦ୍ଦେଶକଙ୍କ ନିଯୁକ୍ତି ସମ୍ବନ୍ଧିତ ମନି ଲଣ୍ଡରିଂ ମାମଲାରେ ୨୦୨୨ ମସିହାରେ ଇଡି ପଚରାଉଚରା କରିଥିଲା।

ଜମ୍ମୁ- କାଶ୍ମୀର ପୂର୍ବତନ ସିଏମ ମେହବୁବା ମୁଫତି ଜମ୍ମୁ-କାଶ୍ମୀର ବ୍ୟାଙ୍କ ପ୍ରସଙ୍ଗରେ ମଧ୍ୟ ଇଡି ଯାଞ୍ଚର ସମ୍ମୁଖୀନ ହେବାକୁ ପଡ଼ିଛି ।ଚଢ଼ାଉ ସମୟରେ ଇଡି ଜବତ କରିଥିବା ଦୁଇଟି ଡାଏରୀକୁ ଆଧାର କରି ଏହି ତଦନ୍ତ ଚାଲିଛି। ଏହି ଡାଏରୀରେ ମୁଫତି ପରିବାରକୁ ଦିଆଯାଇଥିବା ଶୁଳ୍କ ବିଷୟରେ ଉଲ୍ଲେଖ କରାଯାଇଛି।

ଜୁଲାଇ ୨୦୧୯ ରେ, ସିବିଆଇ ଦୁର୍ନୀତି ଅଭିଯୋଗରେ ପୂର୍ବତନ ଅରୁଣାଚଳ ସିଏମ୍ ନବାମ୍ ଟୁକିନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ସିବିଆଇ ଏଫଆଇଆରକୁ ଆଧାର କରି ଇଡି ଟୁକିଙ୍କୁ ଟଙ୍କା ହେରଫେର ଅଭିଯୋଗରେ ଯାଞ୍ଚ କରୁଛି ଏବଂ ଅଭିଯୋଗ ହୋଇଛି ଯେ ତତ୍କାଳୀନ ମନ୍ତ୍ରୀ ଟୁକି ନିଜ ଭାଇଙ୍କ ସହ ମିଶି ଅର୍ଥ ହେରଫେର କରିଥିଲେ।

ନଭେମ୍ବର ୨୦୧୯ ରେ ସିବିଆଇ ଦୁର୍ନୀତି ଅଭିଯୋଗରେ ପୂର୍ବତନ ମଣିପୁର ସିଏମ୍ ଓକ୍ରାମ ଇବୋବି ସିଂଙ୍କ ବାସଭବନରେ ଚଢ଼ାଉ କରିଥିଲା। ଏହି ମାମଲା ମଣିପୁର ବିକାଶ ସୋସାଇଟିରେ ୩୩୨ କୋଟି ଟଙ୍କା ହେରଫେର ସହିତ ଜଡ଼ିତ। ସେହି ସମୟରେ ଇବୋବି ଏହାର ଅଧ୍ୟକ୍ଷ ଥିଲେ। ସିବିଆଇ ମାମଲାକୁ ଆଧାର କରି ଇଡି ଏକ PMLA ମାମଲା ପଞ୍ଜିକରଣ କରିଥିଲା।

ଗୁଜୁରାଟର ପୂର୍ବତନ ସିଏମ ଶଙ୍କର ସିଂ ଭାଘେଲାଙ୍କ ବିରୋଧରେ କେନ୍ଦ୍ର ବୟନ ମନ୍ତ୍ରୀ ଥିବାବେଳେ ମୁମ୍ବାଇରେ ଏକ ଜମି ବିକ୍ରି କରି ସରକାରୀ ଖନନକୁ ୭୦୯ କୋଟି ଟଙ୍କା କ୍ଷତି ଘଟାଇଥିବା ଅଭିଯୋଗରେ ସିବିଆଇ ଓ ଇଡି ଦ୍ୱାରା ଯାଞ୍ଚ କରାଯାଉଛି । ୨୦୧୫ରେ ସିବିଆଇ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିବା ବେଳେ ଇଡି ୨୦୧୬ରେ ମାମଲା ରୁଜୁ କରିଥିଲା । ଏହାର ଠିକ୍ ଗୋଟିଏ ଦିନ ପୂର୍ବରୁ ଭାଘେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତତ୍କାଳୀନ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କୁ “ମୁଠଭେଡ୍ ବିଶେଷଜ୍ଞ” ବୋଲି କହିଥିଲେ । ବର୍ତ୍ତମାନ ଏହି ମାମଲାର ତଦନ୍ତ ଚାଲିଛି।

Also Read- ପେଟିଏମ ଉପରେ ଆକ୍ସନ ନେଲା ଆରବିଆଇ, ଜାଣନ୍ତୁ କଣ ରହିଛି କାରଣ...

Also Read- CBSE Plan: ଦଶମରେ ୩ଟି ଭାଷାରେ ୭ଟି ବିଷୟ ଏବଂ ଦ୍ୱାଦଶରେ ୬ଟି ପେପର