Note Exchange Deadline: ବଢିବକି ୨ହଜାର ଟଙ୍କା ବଦଳାଇବାର ସମୟସୀମା, ବନ୍ଦ ହେବ କି ୫ଶହ ଟଙ୍କା ନୋଟ, ପୁଣି ଫେରିବ କି ୧ ହଜାର ? ଆସିଲା ଉତ୍ତର
Advertisement
Article Detail0/zeeodisha/odisha1794328

Note Exchange Deadline: ବଢିବକି ୨ହଜାର ଟଙ୍କା ବଦଳାଇବାର ସମୟସୀମା, ବନ୍ଦ ହେବ କି ୫ଶହ ଟଙ୍କା ନୋଟ, ପୁଣି ଫେରିବ କି ୧ ହଜାର ? ଆସିଲା ଉତ୍ତର

Note Exchange Deadline: ଭାରତୀୟ ମୁଦ୍ରାକୁ ନେଇ ସଂସଦରୁ ଆସିଛି ଆଉ ଏକ ଉତ୍ତର । ଜାଣନ୍ତୁ କଣ କହିଛନ୍ତି ଅର୍ଥମନ୍ତ୍ରୀ ।

Note Exchange Deadline: ବଢିବକି ୨ହଜାର ଟଙ୍କା ବଦଳାଇବାର ସମୟସୀମା, ବନ୍ଦ ହେବ କି ୫ଶହ ଟଙ୍କା ନୋଟ, ପୁଣି ଫେରିବ କି ୧ ହଜାର ? ଆସିଲା ଉତ୍ତର

Note Exchange Deadline: ଚଳିତ ବର୍ଷ ମେ ମାସରୁ ସର୍କୁଲାରରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ୨ହଜାର ଟଙ୍କାର ନୋଟ୍ ପ୍ରତ୍ୟାହାର କରିବାକୁ ଘୋଷଣା କରିଛି । ଯେଉଁ ଲୋକଙ୍କ ପାଖରେ ୨ହଜାର ଟଙ୍କାର ନୋଟ ରହିଛି ସେମାନେ ଏହି ନୋଟ ଗୁଡ଼ିକୁ ବ୍ୟାଙ୍କ (Bank)ରେ ଜମା କରିବାକୁ କୁହାଯାଇଛି । ଏଥିପାଇଁ ସମୟସୀମା ୩୦ ସେପ୍ଟେମ୍ୱର (30 september) ପର୍ଯ୍ୟନ୍ତ ରଖାଯାଇଛି । ସୂଚନା ଅନୁସାରେ ଯେଉଁ ବ୍ୟକ୍ତିଙ୍କ ପାଖରେ ସେହି ନୋଟ୍ ଗୁଡିକ ରହିଛି ସେମାନେ ବ୍ୟାଙ୍କରେ ବଦଳାଇ ଅନ୍ୟ ନୋଟ୍ ଆଣିବା କାର୍ଯ୍ୟ ଆରମ୍ଭ କରିସାରିଛନ୍ତି । ଏଥିପାଇଁ ଅନେକ ଗୁଡିଏ ବ୍ୟାଙ୍କରେ ସରକାରଙ୍କ ପକ୍ଷରୁ ସୁବିଧା ମଧ୍ୟ କରାଯାଇଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଲୋକଙ୍କ ମନରେ ପ୍ରଶ୍ନ ରହିଛି ଯେ, ଏହି ସମୟସୀମା ଆହୁରୀ ବଢିବ କି ? ସଂସଦରେ ଏହି କଥା ଉଠିବା ପରେ ଯାହା ଜଣାପଡିଛି ଯେ, ଅର୍ଥ ମନ୍ତ୍ରମାଳୟ (Ministry of Finance) ସ୍ପଷ୍ଟ କରିଛି ୨ ହଜାର ଟଙ୍କିଆ ନୋଟ ବଦଳାଇବା (Exchange notes)ର ସମୟସୀମାରେ କୌଣସୀ ପରିବର୍ତ୍ତନ ତଥା ଏହାକୁ ବୃଦ୍ଧି କରାଯିବ ନାହିଁ । ତେଣୁ ସେପ୍ଟେମ୍ୱର ୩୦ ତାରିଖ ପୂର୍ବରୁ ଆପଣ ନିଜ ପାଖରେ ଥିବା ୨ ହଜାର ଟଙ୍କାର ନୋଟ ଗୁଡିକୁ ବ୍ୟାଙ୍କରେ ଜମା କରିବା ଉଚିତ । ଆପଣଙ୍କ ୨ ହଜାର ଟଙ୍କା ନୋଟ ବଦଳରେ ସମାନ ମୂଲ୍ୟର ଅନ୍ୟ ନୋଟ ଆପଣଙ୍କୁ ବ୍ୟାଙ୍କ ପକ୍ଷରୁ ପ୍ରଦାନ (return) କରାଯିବ ।

ସଂସଦର ମୌସୁମୀ ଅଧିବେଶନରେ ଏନସିପି ସାଂସଦ ସୁପ୍ରିୟା ସୁଲେ (supriya sule) ଓ ଅନ୍ୟ ସାଂସଦମାନେ ୨ ହଜାର ଟଙ୍କିଆ ନୋଟ ବିଷୟରେ ସରକାରଙ୍କୁ ପ୍ରଶ୍ନ ପଚାରି ଉତ୍ତର ଦାବି କରିଥିଲେ । ସାଂସଦଙ୍କ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ପଙ୍କଜ ଚୌଧୁରୀ (finance minister pankaj chaudhary) ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ ।

ସଂସଦରେ କଣ ଥିଲା ପ୍ରଶ୍ନ ?

୨ ହଜାର ଟଙ୍କିଆ ନୋଟକୁ ନେଇ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ (Important question) ରହିଥିଲା । ଏହା ପଚରାଯାଇଥିଲା ଯେ, ଚଳିତ ବର୍ଷ ସେପ୍ଟେମ୍ବର ପରେ ସରକାର ଏହି ନୋଟ୍ ବଦଳାଇବା ପାଇଁ ସମୟସୀମା ବଢାଇବାକୁ ଚାହୁଁଛନ୍ତି କି ନାହିଁ । ଏହାର ଉତ୍ତର ଆବଶ୍ୟକ । ଏହି ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ପଙ୍କଜ ଚୌଧୁରୀ ସଂସଦ ଭବନରେ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ସେନେଇ କୌଣସି ଚୁଡାନ୍ତ ନିଷ୍ପତ୍ତି ନିଆଯାଇନାହିଁ । ସେହିପରି ଅନ୍ୟ ଜଣେ ସାଂସଦ ସଂସଦରେ ପ୍ରଶ୍ନ କରିଥିଲେ ଯେ, ଦେଶରୁ ବ୍ଲାକ୍ ମନି (black money) ହଟାଇବା ପାଇଁ ସରକାର ଅଧିକ ମୂଲ୍ୟର ନୋଟକୁ ବିମୁଦ୍ରୀକରଣ କରିବାକୁ ଯୋଜନା କରୁଛନ୍ତି କି ? ଏହାର ଉତ୍ତରରେ କୁହାଯାଇଛି ଯେ, ଏପରି କୌଣସି ଯୋଜନା ହୋଇନାହିଁ । 

କେବଳ ସେତିକି ନୁହେଁ ଏହାସହ ଆହୁରୀ ଅନେକ ପ୍ରଶ୍ନ ସଂସଦରେ ପଚରାଯାଇଥିଲା । ଯାହା ଦେଶର ଜନସାଧାରଣଙ୍କ ମନରେ ରହିଛି । ଅନ୍ୟ ଏକ ପ୍ରଶ୍ନ ହେଉଛି ଏହ ଯେ, ଅନ୍ୟ ମୂଲ୍ୟର ନୋଟ୍ ଯୋଗାଣ ବୃଦ୍ଧି କିମ୍ବା ଏକ ହଜାର ଟଙ୍କିଆ ନୋଟ ପୁଣିଥରେ ଚଳାଇବାକୁ ସରକାରଙ୍କର କୌଣସି ପ୍ରସ୍ତାବ ରହିଛି କି ? ଏହି ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ପଙ୍କଜ ଚୌଧୁରୀ କହିଥିଲେ ଯେ, ଆରବିଆଇ ହିସାବରେ ୨ହଜାର ଟଙ୍କିଆ ନୋଟ ବନ୍ଦ କରିବା ଗୋଟିଏ ମୁଦ୍ରା ପରିଚାଳନା କାର୍ଯ୍ୟ ଥିଲା । ଲୋକଙ୍କ ସୁବିଧା ଓ ଭଲ ପାଇଁ ଏସବୁ କାମ କରାଯାଇଛି । ଏଥିସହ ୨ ହଜାର ଟଙ୍କାର ଅଭାବକୁ ଦୂର କରିବା ପାଇଁ ବଜାରରେ ଅନ୍ୟ ମୂଲ୍ୟର ନୋଟ ବ୍ୟାପକ ପରିମାଣରେ ଗଚ୍ଛିତ ରହିଛି ।

Also Read- Ration Card: ଖୁସି ଖବର! ମାଗଣା ରାସନ ଗ୍ରାହକ ପାଇବେ ବଡ଼ ଲାଭ