Love Case: ୪ପିଲା ଓ ଗର୍ଭବତୀ ସ୍ତ୍ରୀଙ୍କୁ ଛାଡି ୫ପିଲାର ମା' ସହ ଫେରାର ସ୍ୱାମୀ, ଖୋଜୁଛି ପୋଲିସ
Advertisement
Article Detail0/zeeodisha/odisha2060801

Love Case: ୪ପିଲା ଓ ଗର୍ଭବତୀ ସ୍ତ୍ରୀଙ୍କୁ ଛାଡି ୫ପିଲାର ମା' ସହ ଫେରାର ସ୍ୱାମୀ, ଖୋଜୁଛି ପୋଲିସ

Love Case: ଏକ ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ୪ ପିଲାର ବାପା ନିଜ ଗର୍ଭବତୀ ପତ୍ନୀଙ୍କୁ ଛାଡି ଅନ୍ୟ ଜଣେ ମହିଳା ଯାହାଙ୍କର ୫ଟି ପିଲା ଅଛି ତାଙ୍କ ସହ ଫେରାର ହୋଇଯାଇଛନ୍ତି ।

Love Case: ୪ପିଲା ଓ ଗର୍ଭବତୀ ସ୍ତ୍ରୀଙ୍କୁ ଛାଡି ୫ପିଲାର ମା' ସହ ଫେରାର ସ୍ୱାମୀ, ଖୋଜୁଛି ପୋଲିସ

Love Case:  ପ୍ରେମ କାହାପାଇଁ ସହଜ ତ ପୁଣି କାହା ପାଇଁ ଅସହଜ ବ୍ୟାପାର । ସଚ୍ଚା ପ୍ରେମୀ କେବଳ ଏତିକି ବୁଝନ୍ତି ଯେ, ନିଜ ପ୍ରେମ ପାଇଁ ସେମାନଙ୍କୁ ନିଆଁ କିମ୍ୱା ପାଣିକୁ ଡେଇଁବା ପରି ସ୍ଥିତି ଆସେଲେ ସେମାନେ ତାହା ମଧ୍ୟ କରିପାରିବେ । ଏହାମଧ୍ୟ କୁହାଯାଏ ପ୍ରେମ ହେଉଛି ଅତ୍ୟନ୍ତ ପବିତ୍ର ତେଣୁ ପ୍ରେମୀ ଯୁଗଳଙ୍କୁ ଅଟକାଇବା ଅସମ୍ଭବ । ପ୍ରେମୀ ଯୁଗଳ ସମସ୍ତ ପରିସ୍ଥିତିକୁ ସାମ୍ନା କରିପାରନ୍ତି । କିନ୍ତୁ ପ୍ରେମକୁ ନେଇ ବେଳେବେଳେ ଏପରି ପରିସ୍ଥିତି ସୃଷ୍ଟି ହୋଇଥାଏ ଯାହାକୁ ଗ୍ରହଣ କରିବା ସାଧାରଣରେ ସହଜ ହୋଇନଥାଏ । ସେମିତି ଏକ ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ୪ ପିଲାର ବାପା ନିଜ ପତ୍ନୀଙ୍କୁ ଛାଡି ଅନ୍ୟ ଜଣେ ମହିଳା ଯାହାଙ୍କର ୫ଟି ପିଲା ଅଛି ତାଙ୍କ ସହ ଫେରାର ହୋଇଯାଇଛନ୍ତି ।

ହରିୟାଣା କର୍ଣ୍ଣଲରେ ଦେଖିବାକୁ ମିଳିଛି ଏପରି ଏକ ପ୍ରେମଜନିତ ବ୍ୟାପାର । ମିଳିଥିବା ଖବର ମୁତାବକ ୪ ପିଲାଙ୍କ ପିତା ଯିଏ ଅନ୍ୟ ଜଣେ ମହିଳାଙ୍କ ସହ ଫେରାର୍ ହୋଇଯାଇଛନ୍ତି ତାଙ୍କ ପତ୍ନୀ ପଞ୍ଚମଥର ପାଇଁ ଗର୍ଭବତୀ ଅଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ସେ ଯେଉଁ ମହିଳାଙ୍କ ସହ ଫେରାର ହେଲେ ସେ ମଧ୍ୟ ୫ଟି ପିଲାର ମାଆ । ଏପରି ଘଟଣା ପରେ ସେମାନଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ଫେରାର ହୋଇଥିବା ବ୍ୟକ୍ତିଜଣକ ହେଉଛନ୍ତି ୟୁପି ଫାରୁଖାବାଦର ସଲିମ । ସୂଚନା ମୁତାବକ ସଲିମଙ୍କ ଶାଳୀ ତାଙ୍କ ଘରକୁ ବୁଲିବାକୁ ଆସିଥିବା ସମୟରେ  ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ହଠାତ୍ ଦିନେ ଦୁହେଁ ଯୋଜନା କରି ଘରୁ କେଉଁଆଡେ ଫେରାର ହୋଇଯାଇଥିଲେ । ପାଖାପାଖି ଏକ ସପ୍ତାହ ଧରି ନଫେରିବା କାରଣରୁ ଉଭୟଙ୍କ ପରିବାର ଥାନାରେ ଅଭିଯୋଗ କରିଥିଲେ ।

ସ୍ଥାନୀୟଲୋକେ କହିଛନ୍ତି ଯେ, ଉଭୟଙ୍କ ମଧ୍ୟରେ  ଦୀର୍ଘ ଦିନରୁ ପ୍ରେମ ସମ୍ପର୍କ ଥିବା ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ଆଲୋଚନା ହେଉଥିଲା । ଅନେକ ଥର ଉଭୟଙ୍କୁ ପାଖାପାଖି ଦେଖିଥିଲେ ପଡିଶାଲୋକେ । ତାହା ଆଜି ସତ ବୋଲି ପ୍ରମାଣିତ ହେଲା । ଅନ୍ୟପଟେ ପୋଲିସ ବର୍ତ୍ତମାନ ଉଭୟଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କ ପତ୍ତା ମିଳିନଥିବା ସୂଚନା ରହିଛି । ଖୁବଶୀଘ୍ର ସେମାନଙ୍କ ନିକଟରେ ପୋଲିସ ପହଞ୍ଚିବ ବୋଲି ଜଣେ ଅଧିକାରୀ କହିଛନ୍ତି । ଏପରି ଏକ ପ୍ରେମ କାହାଣୀକୁ ନେଇ ପରିବାର ଲୋକେ ଲଜ୍ୟା ଅନୁଭବ କରୁଥିବା କୁହାଯାଉଛି ।

Also Read- Makar Sankranti 2024: ଆଜିଠୁ ବରୁଣେଶ୍ୱର ମେଳା, ପୀଠରେ ପ୍ରବଳ ଭିଡ

Also Read- ୩ ବର୍ଷ ବିଧବା ରହିବା ପରେ ହିନ୍ଦୁ ପୁଅକୁ ବାହା ହେଲେ କିନ୍ତୁ ତାପରେ...