ମାଆ ହେବାର ୫ମାସ ପରେ ପୁଣି ଗର୍ଭବତୀ କ୍ରିତିକା ! ଖୁସିରେ ନାଚିଲେ ଅରମାନ ମଲିକ
Advertisement

ମାଆ ହେବାର ୫ମାସ ପରେ ପୁଣି ଗର୍ଭବତୀ କ୍ରିତିକା ! ଖୁସିରେ ନାଚିଲେ ଅରମାନ ମଲିକ

Armaan malik Second Wife Pregnant: ୟୁଟ୍ୟୁବର ଅରମାନ ମଲିକ ନିକଟରେ ଏପ୍ରିଲରେ ୩ଟି ସନ୍ତାନର ପିତା ହୋଇଥିଲେ। ଅରମାନଙ୍କ ଦୁଇ ପତ୍ନୀ ପାୟଲ ଏବଂ କ୍ରିତିକା ମଲିକ ତିନିଟି ସନ୍ତାନ ଜନ୍ମ ଦେଇଥିଲେ । ପୁଣି ଖବର ମିଳିଛି ଯେ, ଅରମାନର ଦ୍ୱିତୀୟ ପତ୍ନୀ କ୍ରିତିକା ପୁଣିଥରେ ଗର୍ଭବତୀ ହୋଇଛନ୍ତି।

ମାଆ ହେବାର ୫ମାସ ପରେ ପୁଣି ଗର୍ଭବତୀ କ୍ରିତିକା ! ଖୁସିରେ ନାଚିଲେ ଅରମାନ ମଲିକ

Armaan malik Second Wife Pregnant: ପ୍ରସିଦ୍ଧ ୟୁଟ୍ୟୁବର୍ ଅରମାନ ମଲିକଙ୍କୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି । ଖବର ମିଳିଛି ଯେ, ପୁଣିଥରେ ଅରମାନଙ୍କ ଘରକୁ ଖୁସି ଖବର ଆସିବାକୁ ଯାଉଛି । ଅରମାନଙ୍କ ଦ୍ୱିତୀୟ ପତ୍ନୀ କ୍ରିତିକା ମଲିକ ପୁନର୍ବାର ଗର୍ଭବତୀ ହୋଇଛନ୍ତି । ଆପଣଙ୍କୁ କହିରଖୁଛୁ ଯେ, କ୍ରିତିକା ମାତ୍ର ୫ ମାସ ପୂର୍ବରୁ ଏକ କନ୍ୟା ସନ୍ତାନର ମାଆ ହୋଇଥିଲେ । କେବଳ କ୍ରିତିକା ନୁହଁନ୍ତି ଅରମାନର ପ୍ରଥମ ପତ୍ନୀ ପାୟଲ ମଲିକ ମଧ୍ୟ ଗର୍ଭବତୀ ଥିଲେ । ପାୟଲ ଯାଆଁଳା ସନ୍ତାନ ଜନ୍ମ ଦେଇଥିଲେ । ଯେତେବେଳେ ଅରମାନଙ୍କ ଉଭୟ ପତ୍ନୀ ଏକାବେଳେ ଗର୍ଭବତୀ ହେବାର ଖବର ଆସିଥିଲା ସେହି ସମୟରେ ଲୋକମାନେ ଅରମାନଙ୍କ ସମେତ ତାଙ୍କ ଦୁଇ ପତ୍ନୀ ପାୟଲ ଏବଂ କ୍ରିତିକାଙ୍କୁ ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ କରିଥିଲେ। କିନ୍ତୁ ଅରମାନ ଓ ତାଙ୍କ ପତ୍ନୀ ସୋସିଆଲ ମିଡିଆ ଟ୍ରୋଲକୁ ଖାତିର କରୁନଥିଲେ । ପୁଣି ଏବେ କ୍ରିତିକା ତାଙ୍କ ସୋସିଆଲ ମିଡିଆ ଭ୍ଲଗ୍ ମାଧ୍ୟମରେ ପ୍ରଶଂସକମାନଙ୍କୁ ଗର୍ଭଧାରଣ ସମ୍ପର୍କରେ ଖୁସି ଖବର ଜଣାଇବା ପରେ ସେ ଏବଂ ଅରମାନ ଉଭୟଙ୍କୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ଚାଲିଛି ।

ଅରମାନ ମଲିକ ତାଙ୍କ ଭ୍ଲଗରେ ଏକଥା କହିଛନ୍ତି ଯେ, ପାୟଲ ଗର୍ଭବତୀ ଥିବା ନେଇ ଖବର ପରିବାରକୁ କହିବା ପରେ ସମସ୍ତେ ଖୁସି ହୋଇଯାଇଥିଲେ । ଏକ ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ, କ୍ରିତିକା ପ୍ରଥମେ ଖୁସିର ସହ ଅରମାନକୁ ଏହି ଖବର ସମ୍ପର୍କରେ ଜଣାଇଥିଲେ । ସେ କହିଥିଲେ ଯେ, ତୋବା ଆଗକୁ ବଡ ଭଉଣୀର ପରିଚୟ ପାଇବ । ତେବେ ବର୍ତ୍ତମାନ ଏହି ଖବରରେ କେତେ ସତ୍ୟତା ରହିଛି ସେନେଇ ପ୍ରଶଂସକ ପ୍ରସ୍ନ କରିଛନ୍ତି । ଯେତେବେଳେ କ୍ରିତିକା ପାୟଲ ମଲିକଙ୍କୁ ଏହା କହିଥିଲେ ସେହି କଥାରୁ ଜଣା ପଡୁଛି ଯେ, ଏହା ସତ ଅଟେ । ପାୟଲ କ୍ରିତିକାଙ୍କ ଗର୍ଭଧାରଣ ବିଷୟରେ ଜାଣିବା ପରେ ଖୁସି ହେବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । କିନ୍ତୁ ସାମାନ୍ୟ ଗାଳି କରି ଏହା କହିଥିଲେ ଯେ, ସେ ତାଙ୍କୁ ପୂର୍ବରୁ କାହିଁକି ଏ ବିଷୟରେ ଜଣାଇନଥିଲେ ।

ପାୟଲଙ୍କୁ କହିବା ପୂର୍ବରୁ କ୍ରିତିକା ଘରେ ଥିବା ସମସ୍ତ ସଦସ୍ୟଙ୍କୁ ଏହି ଖବର ବିଷୟରେ କହିଥିଲେ । ପାୟଲଙ୍କ ଏହି ଗର୍ଭଧାରଣ ପରେ ଅରମାନ ବର୍ତ୍ତମାନ ପଞ୍ଚମ ସନ୍ତାନର ପିତା ହେବାକୁ ଯାଉଛନ୍ତି । ଅରମାନ ମଲିକ ପରିବାର ଲୋକେ ପାୟଲଙ୍କ ଗର୍ଭଧାରଣ ଖବର ଶୁଣି ଖୁସି ମନାଉଥିବା ସମୟରେ କିଛି ବ୍ୟକ୍ତି ଏହାକୁ ନେଇ ଉପଭୋଗ କରୁଛନ୍ତି, କିନ୍ତୁ କିଛି ଲୋକ ସେମାନଙ୍କୁ ଟ୍ରୋଲ କରୁଛନ୍ତି। ଜଣେ ସୋସିଆଲ ମିଡିଆ ୟୁଜର ଏହା ଲେଖିଛନ୍ତି ଯେ, “ଶତ ପ୍ରତିଶତ ଏହି କଥା ଏକ ଉପହାସ।” ତେବେ କିଛି ବ୍ୟକ୍ତି ଅରମାନଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଆଉ କିଛି ବ୍ୟକ୍ତି ଅରମାନଙ୍କ ପତ୍ନୀ ଓ ଶୁଶୁଙ୍କ ଉପଯୁକ୍ତ ଯତ୍ନ ନେବାପାଇଁ କମେଣ୍ଟ ମାଧ୍ୟମରେ ପରାମର୍ଶ ଦେଇଥିବା ଦେଖିବାକୁ ମିଳିଛି ।

Also Read- Tempered Glass: ଏହି ବ୍ୟବସାୟରେ ଲାଭ ୯୦%, ଜାଣନ୍ତୁ କିପରି କରିବେ ବ୍ୟବସାୟ

Also Read- Seema Haider: ହାତୁଡିରେ ଇଟା ଭାଙ୍ଗୁଛନ୍ତି ସୀମା ହାଇଦରଙ୍କ ସହ ସଚିନ୍ ମୀନା, ଜାଣନ୍ତୁ କାରଣ