Deepika Chikhaliya on Adipurush: ତେଜୁଛି ଆଦିପୁରୁଷ ବିବାଦ: ମଡର୍ଣ୍ଣ ରାବଣଙ୍କୁ ମଧ୍ୟ ନିନ୍ଦା କଲେ ସୀତା
Advertisement

Deepika Chikhaliya on Adipurush: ତେଜୁଛି ଆଦିପୁରୁଷ ବିବାଦ: ମଡର୍ଣ୍ଣ ରାବଣଙ୍କୁ ମଧ୍ୟ ନିନ୍ଦା କଲେ ସୀତା

ପୌରାଣିକ ଚରିତ୍ରଗୁଡ଼ିକ ବିଷୟରେ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ଢାଞ୍ଚା ଅଛି। ବହୁ ବର୍ଷ ପୂର୍ବେ ପ୍ରସାରିତ ହୋଇଥିବା ରାମାନନ୍ଦ ସାଗରଙ୍କ ସିରିଏଲ 'ରାମାୟଣ'ର ପ୍ରତିଟି ଚରିତ୍ର ଲୋକଙ୍କ ମନରେ ଏପରି ସ୍ଥାନ ସୃଷ୍ଟି କରିଛନ୍ତି, ଯାହାର ପ୍ରଭାବ ଆଜି ବି ଲୋକଙ୍କ ମନରେ ଛାପି ହୋଇ ରହିଛି। ତେବେ ଏହି ଚରିତ୍ରଙ୍କୁ ଛାଡ଼ିଦେଲେ ଲୋକମାନେ ଅନ୍ୟ କୌଣସି ଚରିତ୍ର ଦେଖିବାକୁ ପ୍ରସ୍ତୁତ ନଥିବା ଜଣାପଡ଼ିଛି। ସୈଫ ଅଲ୍ଲୀ ଖାନଙ୍କ ଅଭିନୀତ 'ଆଦିପୁରୁଷ'ରେ ରାବଣର ଚିତ୍ରଣକୁ ନେଇ ଲୋକମାନେ ଜୋରଦାର ଅସନ୍ତୋଷ ଜାହିର କରିବାରେ ଲାଗିଛନ୍ତି। 

Deepika Chikhaliya on Adipurush: ତେଜୁଛି ଆଦିପୁରୁଷ ବିବାଦ: ମଡର୍ଣ୍ଣ ରାବଣଙ୍କୁ ମଧ୍ୟ ନିନ୍ଦା କଲେ ସୀତା

Deepika Chikhaliya on Adipurush: ମୁମ୍ବାଇ: ତମାମ ଦେଶରେ ଏବେ ଦଶହରା ପାଳନରେ ମସଗୁଲ। ସ୍ଥାନେ ସ୍ଥାନେ ରାମଲିଲା ଖେଳାଯାଉଛି ଏବଂ ପାରମ୍ପାରିକ ଭାବରେ ରାମ-ରାବଣର ପାରମ୍ପରିକ ଯୁଦ୍ଧ ପ୍ରଦର୍ଶନ କରାଯାଉଛି। ଏହି ଉତ୍ସବ ଅବସରରେ 'ଆଦିପୁରୁଷ'ର (Adipurush) ଚଳଚ୍ଚିତ୍ର ନିର୍ମାତା ଟିଜର (Teasear) ରିଲିଜ୍ କରି ଏକ ବିବାଦ ସୃଷ୍ଟି କରିଛନ୍ତି। ଫିଲ୍ମର ଟିଜର ରିଲିଜ ହେବା ପରଠାରୁ ରାବଣ ଏବଂ ହନୁମାନ ଚରିତ୍ରକୁ ନେଇ ବିବାଦ ଲାଗି ରହିଛି। ଲୋକମାନେ ସୋସିଆଲ ମିଡିଆରେ ନିଜର ଅସନ୍ତୋଷ ଜାରି କରୁଛନ୍ତି। ବର୍ତ୍ତମାନ ଦୁରଦର୍ଶନରେ ପ୍ରସାରିତ ରାମାନନ୍ଦ ସାଗରଙ୍କ ପ୍ରସିଦ୍ଧ ସିରିଏଲ 'ରାମାୟଣ'ର ସୀତା ମଧ୍ୟ ନିଜର ମତ ପ୍ରକାଶ କରି' ରାମାୟଣ'କୁ ବେଞ୍ଚମାର୍କ ବୋଲି କହିଛନ୍ତି।

ପୌରାଣିକ ଚରିତ୍ରଗୁଡ଼ିକ ବିଷୟରେ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ଢାଞ୍ଚା ଅଛି। ବହୁ ବର୍ଷ ପୂର୍ବେ ପ୍ରସାରିତ ହୋଇଥିବା ରାମାନନ୍ଦ ସାଗରଙ୍କ ସିରିଏଲ 'ରାମାୟଣ'ର ପ୍ରତିଟି ଚରିତ୍ର ଲୋକଙ୍କ ମନରେ ଏପରି ସ୍ଥାନ ସୃଷ୍ଟି କରିଛନ୍ତି, ଯାହାର ପ୍ରଭାବ ଆଜି ବି ଲୋକଙ୍କ ମନରେ ଛାପି ହୋଇ ରହିଛି। ତେବେ ଏହି ଚରିତ୍ରଙ୍କୁ ଛାଡ଼ିଦେଲେ ଲୋକମାନେ ଅନ୍ୟ କୌଣସି ଚରିତ୍ର ଦେଖିବାକୁ ପ୍ରସ୍ତୁତ ନଥିବା ଜଣାପଡ଼ିଛି। ସୈଫ ଅଲ୍ଲୀ ଖାନଙ୍କ ଅଭିନୀତ 'ଆଦିପୁରୁଷ'ରେ ରାବଣର ଚିତ୍ରଣକୁ ନେଇ ଲୋକମାନେ ଜୋରଦାର ଅସନ୍ତୋଷ ଜାହିର କରିବାରେ ଲାଗିଛନ୍ତି। 

ରାମାୟଣରେ ସୀତା ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଅଭିନେତ୍ରୀ ଦୀପିକା ଚିଖାଲିଆ ମଧ୍ୟ ରାବଣର ଚିତ୍ରଣକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ 'ଯଦି ମୁଁ ରାବଣଙ୍କୁ ଅରବିନ୍ଦ ତ୍ରିବେଦୀଙ୍କ ସହ ଯୋଡି ଦେଖେ ତେବେ ମୋତେ ଏହି ଚିତ୍ରଣ ଭଲ ଲାଗେ ନାହିଁ। ମୁଁ ବିଶ୍ୱାସ କରେ ଯେ ଏକ ଚରିତ୍ରକୁ ନିଜ ଉପାୟରେ ଉପସ୍ଥାପନ କରିବାର ସ୍ୱାଧୀନତା ଅଛି। ତେବେ ଏତେ ଶୀଘ୍ର ଏହା ଉପରେ କୌଣସି ନିଷ୍ପତ୍ତି ନେବା ନିଶ୍ଚିତ ଭାବେ ଭୁଲ ହେବ। ଯେକୌଣସି ଚଳଚ୍ଚିତ୍ରର ବିଷୟବସ୍ତୁ ଦେଖିବା ଆବଶ୍ୟକ, କିନ୍ତୁ ଯେତେବେଳେ ରାମାୟଣ କଥା ଆସେ, ସେତେବେଳେ ଲୋକଙ୍କ ଭାବନା ମଧ୍ୟ ଦେଖିବା ଆବଶ୍ୟକ।

ସେ ଆହୁରି ମଧ୍ୟ କହିଛନ୍ତି ଯେ 'ଲୋକଙ୍କ ବିଶ୍ୱାସ ତାଙ୍କ ସହ ଜଡିତ। ମୁଁ ସର୍ବସାଧାରଣ ସ୍ଥାନରେ ଜିନ୍ସ ପିନ୍ଧିବା ଛାଡି ଦେଇଛି, କାରଣ ଲୋକମାନେ ସୀତାଙ୍କୁ ପୂଜା କରନ୍ତି। ସୈଫ ଅଲି ଖାନଙ୍କ ଚରିତ୍ର ରାବଣକୁ ଖିଲଜୀଙ୍କ ସହ ତୁଳନା କରାଯାଉଛି। ଯଦି ରାବଣ ଶ୍ରୀଲଙ୍କାରୁ ଆସିଛନ୍ତି, ତେବେ ସେ ସିଂହଳବାସୀଙ୍କ ପରି ଦେଖାଯିବା ଉଚିତ। ମୋ କହିବା ଅନୁସାରେ, ଫିଲ୍ମର ଚରିତ୍ର ଦେଖିବା ଜରୁରୀ ଅଟ। ଯଦିଓ ମୁଁ ଟିଜରରେ ମାତ୍ର ୩୦ ସେକେଣ୍ଡ ଦେଖିବା ପରେ ମୁଁ ଅଧିକ ବୁଝିପାରିଲି ନାହିଁ। ତେବେ ଏହି ସିନେମାରେ ସମସ୍ତ ଚରିତ୍ରକୁ ଏକ ଭିନ୍ନ ରୂପରେ ଚରିତ୍ରକୁ ଚିତ୍ରଣ କରାଯାଇଛି। ମୁଁ ବିଶ୍ୱାସ କରେ ସମୟ ସହିତ ପରିବର୍ତ୍ତନ ଆବଶ୍ୟକ, କିନ୍ତୁ ଯେତିକି କାହାର ଭାବାବେଗ ସହିତ ଖେଳିବା ଉଚିତ ହେବନାହିଁ।

ଅଧିକ ପଢନ୍ତୁ: Cheetah Helicopter Crash: ଅରୁଣାଚଳ ପ୍ରଦେଶରେ ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ପାଇଲଟ ଶହୀଦ