EPFO Pension: ୬ କୋଟି PF ଖାତା ଧାରକଙ୍କ ବହୁତ ବଡ଼ ଖୁସି ଖବର, ଜାଣିଲେ ଆପଣ ବି ହୋଇଯିବେ ଖୁସ୍!
Advertisement

EPFO Pension: ୬ କୋଟି PF ଖାତା ଧାରକଙ୍କ ବହୁତ ବଡ଼ ଖୁସି ଖବର, ଜାଣିଲେ ଆପଣ ବି ହୋଇଯିବେ ଖୁସ୍!

EPFO Pension: ଇପିଏସ୍ ଅଧୀନରେ ବେତନ ପ୍ରାପ୍ତ ଶ୍ରେଣୀ ଦ୍ୱାରା ପ୍ରାପ୍ତ ସର୍ବନିମ୍ନ ମାସିକ ପେନସନ୍ ବୃଦ୍ଧି କରିବାକୁ ଦୀର୍ଘ ସମୟ ଧରି ଦାବି ହୋଇଆସୁଛି । ବର୍ତ୍ତମାନ ଏହି ସମ୍ବନ୍ଧରେ ନୂତନ ଅପଡେଟ୍ ହେଉଛି ଯେ ସର୍ବନିମ୍ନ ମାସିକ ପେନ୍‌ସନକୁ ୧,୦୦୦ରୁ ବୃଦ୍ଧି କରି ୭,୫୦୦ ଟଙ୍କା କରିବାକୁ ଶ୍ରମ ମନ୍ତ୍ରଣାଳୟକୁ 'ଇପିଏସ୍ -95 ରାଷ୍ଟ୍ରିୟ ସଂଘର୍ଷ ସମିତି' ୧୫ ଦିନର ନୋଟିସ ଦେଇଛି ।

EPFO Pension: ୬ କୋଟି PF ଖାତା ଧାରକଙ୍କ ବହୁତ ବଡ଼ ଖୁସି ଖବର, ଜାଣିଲେ ଆପଣ ବି ହୋଇଯିବେ ଖୁସ୍!

EPFO Pension: ଯଦି ଆପଣ ମଧ୍ୟ ଚାକିରି କରୁଛନ୍ତି ଓ ଆପଣଙ୍କର ଦରମା (Salary) ରୁ ଇପିଏଫ୍ (EPF) କଟାଯାଏ । ତେବେ ଏହି ଖବର ଆପଣଙ୍କୁ ଖୁସି କରିଦେବ । ଇପିଏସ୍ (EPS) ଅଧୀନରେ ବେତନ ପ୍ରାପ୍ତ ଶ୍ରେଣୀ ଦ୍ୱାରା ପ୍ରାପ୍ତ ସର୍ବନିମ୍ନ ମାସିକ ପେନସନ୍ ବୃଦ୍ଧି କରିବାକୁ ଦୀର୍ଘ ସମୟ ଧରି ଦାବି ହୋଇଆସୁଛି । ବର୍ତ୍ତମାନ ଏହି ସମ୍ବନ୍ଧରେ ନୂତନ ଅପଡେଟ୍ ହେଉଛି ଯେ ସର୍ବନିମ୍ନ ମାସିକ ପେନ୍‌ସନ (EPFO Pension) କୁ ୧,୦୦୦ରୁ ବୃଦ୍ଧି କରି ୭,୫୦୦ ଟଙ୍କା କରିବାକୁ ଶ୍ରମ ମନ୍ତ୍ରଣାଳୟ (Labour Ministry) କୁ 'ଇପିଏସ୍ -95 ରାଷ୍ଟ୍ରିୟ ସଂଘର୍ଷ ସମିତି' ୧୫ ଦିନର ନୋଟିସ ଦେଇଛି ।

ଇପିଏସ୍ -95 ରାଷ୍ଟ୍ରିୟ ସଂଘର୍ଷ ସମିତି ଦେଇଥିବା ନୋଟିସରେ କୁହାଯାଇଛି ଯେ, ଯଦି ଚାହିଦା ପୂରଣ ନହୁଏ ତେବେ ଦେଶବ୍ୟାପୀ ଆନ୍ଦୋଳନ କରାଯିବ । କର୍ମଚାରୀ ପେନସନ୍ ସ୍କିମ୍-୧୯୯୫ ଅର୍ଥାତ EPS-95 ଅବସର ପାଣ୍ଠି ସଂସ୍ଥା (Retirement Fund Body) କର୍ମଚାରୀ ପ୍ରୋଭିଡେଣ୍ଟ୍ ପାଣ୍ଠି ସଂଗଠନ (EPFO) ଦ୍ୱାରା ପରିଚାଳିତ । ଏହା ଅଧୀନରେ ଛଅ କୋଟିରୁ ଅଧିକ ଅଂଶ ଧାରକ ଓ ୭୫ ଲକ୍ଷ ପେନସନଭୋଗୀ ହିତାଧିକାରୀ ଅଛନ୍ତି । ଇପିଏସ୍ -95 ରାଷ୍ଟ୍ରିୟ ସଂଘର୍ଷ ସମିତି (EPS-95 Rashtriya Sangharsh Samiti) ଶ୍ରମ ମନ୍ତ୍ରୀ (Labour Minister) ଭୁପେନ୍ଦ୍ର ଯାଦବ (Bhupendra Yadav) ଙ୍କୁ ଲେଖିଥିବା ଚିଠିରେ କହିଛି ଯେ, ଇପିଏସ୍ -95 ପେନ୍‌ସନ୍‌ଭୋଗୀଙ୍କ ପେନସନ୍‌ ପରିମାଣ ବହୁତ କମ୍‌ । ଏହା ବ୍ୟତୀତ ଚିକିତ୍ସା ସୁବିଧା ମଧ୍ୟ ସୀମିତ ଅଟେ । ଏହି କାରଣରୁ ପେନସନଭୋଗୀଙ୍କ ମୃତ୍ୟୁ ହାର ବୃଦ୍ଧି ପାଉଛି । 

ଇପିଏସ୍ -95 ରାଷ୍ଟ୍ରିୟ ସଂଘର୍ଷ ସମିତି (EPS-95 Rashtriya Sangharsh Samiti) ଦ୍ୱାରା ଲେଖାଯାଇଥିବା ଚିଠିରେ ଏହା ମଧ୍ୟ କୁହାଯାଇଛି ଯେ, ଯଦି ଏହି ପେନସନ୍ ରାଶି ବୃଦ୍ଧି ୧୫ ଦିନ ମଧ୍ୟରେ ଘୋଷଣା ନ କରାଯାଇ, ତେବେ ଦେଶବ୍ୟାପୀ ଆନ୍ଦୋଳନ କରାଯିବ । ଏହା ଅଧୀନରେ ରେଳ ଓ ସଡ଼କ ପରିବହନକୁ ବନ୍ଦ କରିବା ଏବଂ ସାମୂହିକ ଆମରନ ଅନଶନ ପର୍ଯ୍ୟନ୍ତ ପଦକ୍ଷେପ ନେବାକୁ ଚେତାବନୀ ଦିଆଯାଇଛି ।

ଏହା ବି ପଢ଼ନ୍ତୁ:-ଟୁଇଟର ସିଇଓ ପଦରୁ ଇସ୍ତଫା ଦେବେ ଏଲୋନ୍ ମସ୍କ, ଜାଣନ୍ତୁ କ'ଣ ରହିଛି କାରଣ

ଏହା ବି ପଢ଼ନ୍ତୁ:-ଅଣ୍ଡା ସହ ଭୁଲରେ ବି ଖାଆନ୍ତୁ ନାହିଁ ଏହି ୫ଟି ଜିନିଷ, ଶରୀର ପାଇଁ ହୋଇଥାଏ ବହୁତ କ୍ଷତିକାରକ

ଏହା ବି ପଢ଼ନ୍ତୁ:-ଭାରତରେ ପୁଣି ଆସିବ କୋରୋନାର ଖତରନାକ୍ ଲହର! ଚୀନର ଏହି ନୂତନ ଭାରିଆଣ୍ଟ ବଢ଼ାଇଲା ଚିନ୍ତା

 

ନିୟମିତ ବ୍ୟବଧାନରେ ଘୋଷିତ ମହଙ୍ଗା ଭତ୍ତା (Dearness Allowance) ସହିତ ସର୍ବନିମ୍ନ ପେନସନ୍ ୧୦୦୦ରୁ ବୃଦ୍ଧି କରି ୭,୫୦୦ ଟଙ୍କା କରିବାକୁ ଇପିଏସ୍ -95 ରାଷ୍ଟ୍ରିୟ ସଂଘର୍ଷ ସମିତି (EPS-95 Rashtriya Sangharsh Samiti) ଦାବି କରିଛି । ଏହା ସହିତ ଇପିଏସ୍ -95 ରାଷ୍ଟ୍ରିୟ ସଂଘର୍ଷ ସମିତି (EPS-95 Rashtriya Sangharsh Samiti) ଅକ୍ଟୋବର ୪, ୨୦୧୬ ଓ ନଭେମ୍ବର ୪, ୨୦୨୨ରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ବାସ୍ତବିକ ଦରମା ଉପରେ ପେନସନ୍ ଦେବାକୁ ଦାବି କରିଛି ।