EPFO Higher Pension: ପେନସନଭୋଗୀଙ୍କ ପାଇଁ ବଡ଼ ଝଟକା, ଜାନୁଆରୀରୁ ହ୍ରାସ ପାଇବ ଆପଣଙ୍କର ପେନସନ ରାଶି, ସରକାର ନେଲେ ଏହି ପଦକ୍ଷେପ!
Advertisement

EPFO Higher Pension: ପେନସନଭୋଗୀଙ୍କ ପାଇଁ ବଡ଼ ଝଟକା, ଜାନୁଆରୀରୁ ହ୍ରାସ ପାଇବ ଆପଣଙ୍କର ପେନସନ ରାଶି, ସରକାର ନେଲେ ଏହି ପଦକ୍ଷେପ!

Pension:  ସେପ୍ଟେମ୍ବର ୨୦୧୪ ପୂର୍ବରୁ ଅବସର ନେଇଥିବା ବ୍ୟକ୍ତିଙ୍କ ପେନସନ ଉପରେ ନୂତନ ସର୍କୁଲାର ଯୋଗୁଁ ଲୋକମାନେ ବହୁ ଟେନସନର ଅଛନ୍ତି । ଏଠାରେ କହି ରଖୁଛୁ ଯେ, କେନ୍ଦ୍ର ସରକାର ଅନେକ କର୍ମଚାରୀଙ୍କ ପେନସନ ରଦ୍ଦ କରିପାରନ୍ତି । କର୍ମଚାରୀ ମାନେ ଗତ ୫ ବର୍ଷ ଧରି ଏହାର ଲାଭର ଉଠାଉଛନ୍ତି ।

EPFO Higher Pension: ପେନସନଭୋଗୀଙ୍କ ପାଇଁ ବଡ଼ ଝଟକା, ଜାନୁଆରୀରୁ ହ୍ରାସ ପାଇବ ଆପଣଙ୍କର ପେନସନ ରାଶି, ସରକାର ନେଲେ ଏହି ପଦକ୍ଷେପ!

EPFO Higher Pension: ପେନସନ ପାଉଥିବା ଲୋକଙ୍କ ପାଇଁ ଏକ ବଡ଼ ଖବର ଅଛି । ଏହିପରି ସୂଚନା କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ (EPFO) ତରଫରୁ ଦିଆଯାଇଛି, ଯାହା ପରେ ଆପଣଙ୍କୁ ଏକ ବଡ଼ ଝଟକା ଲାଗିପାରେ । ସେପ୍ଟେମ୍ବର ୨୦୧୪ ପୂର୍ବରୁ ଅବସର ନେଇଥିବା ବ୍ୟକ୍ତିଙ୍କ ପେନସନ (Pension) ଉପରେ ନୂତନ ସର୍କୁଲାର (Pension Circular) ଯୋଗୁଁ ଲୋକମାନେ ବହୁ ଟେନସନର ଅଛନ୍ତି । ଏଠାରେ କହି ରଖୁଛୁ ଯେ, କେନ୍ଦ୍ର ସରକାର (Central Governmant) ଅନେକ କର୍ମଚାରୀଙ୍କ ପେନସନ (Employees Pension) ରଦ୍ଦ କରିପାରନ୍ତି । କର୍ମଚାରୀ ମାନେ ଗତ ୫ ବର୍ଷ ଧରି ଏହାର ଲାଭର ଉଠାଉଛନ୍ତି ।

 କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ (EPFO) ର ଆଞ୍ଚଳିକ କାର୍ଯ୍ୟାଳୟକୁ ପଠାଯାଇଥିବା ସର୍କୁଲାର ଅନୁଯାୟୀ, ସେହି ସମସ୍ତ କର୍ମଚାରୀ ଯେଉଁମାନେ ସେପ୍ଟେମ୍ବର ୧,୨୦୧୪ ପୂର୍ବରୁ ଅବସର ନେଇଛନ୍ତି ଓ ଯେଉଁମାନଙ୍କୁ ଅଧିକ ବେତନରେ ପେନସନ୍ ମିଳୁଛି ସେମାନଙ୍କ ପୁନଃ ଯାଞ୍ଚ କରାଯିବ । ଏହି କାରଣରୁ ପେନସନ ଦେୟ ବନ୍ଦ ହୋଇପାରେ । ଏଠାରେ ଜଣାଇ ରଖୁଛୁ ଯେ, ଏହା ସୁନିଶ୍ଚିତ କରିବା ଜରୁରୀ କି ଯେଉଁ ବରିଷ୍ଠ ନାଗରିକଙ୍କୁ ଜାନୁୟାରୀ ୨୦୨୩ରୁ  ଆରମ୍ଭ ହେବାକୁ ଥିବା ପେନସନକୁ ୫୦୦୦ ବା ୬୦୦୦ର ଦରମାରେ ପରିବର୍ତ୍ତିତ କରିଦିଆଯିବ । ଇପିଏଫ୍ଓ ଦ୍ୱାରା ଏ ସମ୍ପର୍କରେ ଏକ ପ୍ରସ୍ତାବ ଦିଆଯାଇଥିଲା ।

ପେନସନଭୋଗୀଙ୍କ ଅଧିକାରକୁ ନେଇ ଉଦ୍ବେଗ ପ୍ରକାଶ କରି ଅଧିକାରୀ କହିଛନ୍ତି ଯେ,  ବର୍ତ୍ତମାନର ନିଷ୍ପତ୍ତି ଯୋଗୁଁ ହଜାର ହଜାର ଅବସରପ୍ରାପ୍ତ କର୍ମଚାରୀଙ୍କୁ କ୍ଷତି ସହିବାକୁ ପଡ଼ିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୦୩ରେ OTIS ଲିଫ୍ଟ ମାମଲାରେ ସୁପ୍ରିମକୋର୍ଟ EPS-95 କୁ ସମର୍ଥନ କରିଥିଲେ । ପରେ ୨୪,୬୭୨ ଲୋକଙ୍କ ପେନସନ୍ ସଂଶୋଧନ କରାଯାଇଥିଲା । ଇପିଏଫ୍ଓ ସର୍କୁଲାର ଅନୁଯାୟୀ, କୌଣସି ପେନସନ ଯୋଗ୍ୟତାକୁ ସଂଶୋଧନ କରିବା ପୂର୍ବରୁ ପେନସନଭୋଗୀଙ୍କୁ ଏହା ବିଷୟରେ ଜଣାଇବା ଆବଶ୍ୟକ । ଏଥିପାଇଁ ଅଗ୍ରୀମ ବିଜ୍ଞପ୍ତି ପଠାଇବା ଆବଶ୍ୟକ । ୧ ସେପ୍ଟେମ୍ୱର ୨୦୧୪ ପୂର୍ବରୁ ସେବାନିବୃତ୍ତି ହେବା ପୂର୍ବରୁ EPS ର ଅନୁଚ୍ଛେଦ 11 (3) ଅନୁଯାୟୀ ବିକଳ୍ପ ବ୍ୟବହାର କରାଯାଇଥିଲା କି ନାହିଁ ।

ଅଧିକ ପଢ଼ନ୍ତୁ:-ଭାରତର ପରାଜୟର ସବୁଠାରୁ ବଡ଼ ଭିଲେନ୍ ଏହି ୩ ଖେଳାଳି! ୱାଶିଂଟନ୍ ସୁନ୍ଦରଙ୍କ ସବୁ କଠିନ ପରିଶ୍ରମ ବେକାର

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ଼ ଖବର; ସରକାର ବଦଳାଇଲେ ନିୟମ, ଶେଷ ହେବ ପେନସନ୍ ଓ ଗ୍ରାଚ୍ୟୁଇଟି!

ଅଧିକ ପଢ଼ନ୍ତୁ:-ଏହି ୪ଟି କାରଣରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆକୁ ମିଳିଲା ଶୋଚନୀୟ ପରାଜୟ, ଭାଙ୍ଗି ଚୁରମାର ହେଲା ହାର୍ଦ୍ଦିକଙ୍କ ବଡ଼ ସ୍ୱପ୍ନ

ସେପଟେ, ହିମାଚଳ ପ୍ରଦେଶ (Himachal Pradesh) ରେ ପୁରୁଣା ପେନସନ ସ୍କିମ୍ ପୁନଃ ଲାଗୁ (OPS Restored) କରାଯାଇଛି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ (Sukhwinder Singh Sukhu) ଙ୍କ ନେତୃତ୍ୱରେ କଂଗ୍ରେସ ସରକାର (Congress Govt) ରାଜ୍ୟରେ ପୁରୁଣା ପେନସନ ଯୋଜନା (Old Pension Scheme) କୁ ପୁନଃ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ୨୦୨୨ ବର୍ଷର ବଜେଟରେ ରାଜସ୍ଥାନ ସରକାର ମଧ୍ୟ ଆଗାମୀ ଆର୍ଥିକ ବର୍ଷରେ ପୁରୁଣା ପେନସନ୍ (Old Pension Scheme) ପୁନଃ ଆରମ୍ଭ କରିବାକୁ ଘୋଷଣା କରିଥିଲେ । ଏହା ସହିତ ଛତିଶଗଡ ରାଜ୍ୟ ସରକାର ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ୨୦୦୪ ମସିହାରେ କେନ୍ଦ୍ର ସରକାର ପୁରୁଣା ପେନସନ୍ ଯୋଜନାକୁ ରଦ୍ଦ କରି ଏହା ବଦଳରେ ଜାତୀୟ ପେନସନ୍ ବ୍ୟବସ୍ଥା ଆରମ୍ଭ କରିଥିଲେ ।