EPF Interest Rate 2023: ଖୁସି ଖବର: PF ଉପରେ ମିଳିବ ୯ ପ୍ରତିଶତ ପର୍ଯ୍ୟନ୍ତ ସୁଧ ହାର! TDS ମଧ୍ୟ ହେବ କମ୍, ଏପ୍ରିଲ୍ ୧ରୁ ଲାଗୁ ହେବ ନୂଆ ନିୟମ
Advertisement

EPF Interest Rate 2023: ଖୁସି ଖବର: PF ଉପରେ ମିଳିବ ୯ ପ୍ରତିଶତ ପର୍ଯ୍ୟନ୍ତ ସୁଧ ହାର! TDS ମଧ୍ୟ ହେବ କମ୍, ଏପ୍ରିଲ୍ ୧ରୁ ଲାଗୁ ହେବ ନୂଆ ନିୟମ

EPF Interest Rate 2023:  ୮.୧୦ ପ୍ରତିଶତ ସୁଧ ହାରରେ ଟଙ୍କା ଦେଉଥିବା ଏହି ଫିକ୍ସ୍ଡ ଡିପୋଜିଟ୍ ବର୍ତ୍ତମାନ ଲୋକମାନଙ୍କୁ ଭଲ ରିଟର୍ଣ୍ଣ ଦେବାରେ ସକ୍ଷମ ହେବ । କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ (EPFO) ସମ୍ବନ୍ଧରେ ବଜେଟରେ ମଧ୍ୟ ଏକ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପିଏଫରୁ ପ୍ରତ୍ୟାହାର ନେଇ ଟିକସ ନିୟମ ପରିବର୍ତ୍ତନ କରିଛନ୍ତି । ବର୍ତ୍ତମାନ ପାଞ୍ଚ ବର୍ଷରୁ କମ୍ ସମୟ ମଧ୍ୟରେ PF ଆକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ ୩୦ ବଦଳରେ ୨୦ ପ୍ରତିଶତ TDS ଚାର୍ଜ କରାଯିବ ।

EPF Interest Rate 2023: ଖୁସି ଖବର: PF ଉପରେ ମିଳିବ ୯ ପ୍ରତିଶତ ପର୍ଯ୍ୟନ୍ତ ସୁଧ ହାର! TDS ମଧ୍ୟ ହେବ କମ୍, ଏପ୍ରିଲ୍ ୧ରୁ ଲାଗୁ ହେବ ନୂଆ ନିୟମ

EPF Interest Rate 2023: ବଜେଟ୍ ୨୦୨୩-୨୪ର ଉପସ୍ଥାପନା ପରେ ଇପିଏଫ୍ ପ୍ରତ୍ୟାହାର ସମ୍ବନ୍ଧରେ ମଧ୍ୟ ନୂତନ ନିଷ୍ପତ୍ତି ନିଆଯାଇଛି, ଯାହାର ସିଧା ଲାଭ କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ (EPFO) ରେ ଟଙ୍କା ରଖିବା ଏବଂ ଏଥିରୁ ଟଙ୍କା ପ୍ରତ୍ୟାହାର କରିଥିବା ଲୋକଙ୍କୁ ହେବ । ୮.୧୦ ପ୍ରତିଶତ ସୁଧ ହାରରେ ଟଙ୍କା ଦେଉଥିବା ଏହି ଫିକ୍ସ୍ଡ ଡିପୋଜିଟ୍ ବର୍ତ୍ତମାନ ଲୋକମାନଙ୍କୁ ଭଲ ରିଟର୍ଣ୍ଣ ଦେବାରେ ସକ୍ଷମ ହେବ । କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ (EPFO) ସମ୍ବନ୍ଧରେ ବଜେଟରେ ମଧ୍ୟ ଏକ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପିଏଫରୁ ପ୍ରତ୍ୟାହାର ନେଇ ଟିକସ ନିୟମ ପରିବର୍ତ୍ତନ କରିଛନ୍ତି । ବର୍ତ୍ତମାନ ପାଞ୍ଚ ବର୍ଷରୁ କମ୍ ସମୟ ମଧ୍ୟରେ PF ଆକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ ୩୦ ବଦଳରେ ୨୦ ପ୍ରତିଶତ TDS ଚାର୍ଜ କରାଯିବ । ଏହା ସେହି ଆକାଉଣ୍ଟଧାରୀମାନଙ୍କୁ ମଧ୍ୟ ଉପକୃତ କରିବ ଯାହାର PAN ଏପର୍ଯ୍ୟନ୍ତ ଅପଡେଟ୍ ହୋଇନାହିଁ ।

ନିୟମ ଅନୁଯାୟୀ, ଯଦି ଜଣେ ଆକାଉଣ୍ଟଧାରୀ ପାଞ୍ଚ ବର୍ଷ ମଧ୍ୟରେ ଟଙ୍କା ପ୍ରତ୍ୟାହାର କରନ୍ତି, ତେବେ ତାଙ୍କୁ TDS ଦେବାକୁ ପଡ଼ିଥାଏ । ଏଥି ଏହା ପରେ ପାଞ୍ଚ ବର୍ଷ ପରେ କୌଣସି TDS ଆଦାୟ କରାଯାଏ ନାହିଁ । ଯଦି ପାନ୍ କାର୍ଡ ଲିଙ୍କ୍ ହୋଇନାହିଁ, ୩୦ ପ୍ରତିଶତ TDS କଟାଯାଇଥାଏ । ଏହି ହାର ମଧ୍ୟ ୧୦ ପ୍ରତିଶତକୁ ହ୍ରାସ କରାଯାଇଛି । ୧ ଏପ୍ରିଲ ୨୦୨୩ରୁ ନୂତନ ନିୟମ ଲାଗୁ ହେବ । EPFO ର ଆଗାମୀ ବୈଠକରେ ବର୍ତ୍ତମାନର ସୁଧ ହାରକୁ ଆହୁରି ବଢ଼ାଇବାକୁ ଓ ଦୀର୍ଘ ସମୟ ଧରି ନିବେଶକଙ୍କୁ ଆକର୍ଷିତ କରିବାକୁ ନିଷ୍ପତ୍ତି ନିଆଯାଇପାରେ । ନୂତନ ସୁଧ ହାରରେ ବୃଦ୍ଧି ଧ୍ୟାନରେ ରଖାଯିବ ଯେ ଲୋକମାନେ ଦୀର୍ଘ ସମୟ ଧରି ଏହି ପାଣ୍ଠିରେ ବିନିଯୋଗ କରନ୍ତି ଏବଂ ସମାନ ଲମ୍ବା ସମୟ ପାଇଁ ବଜାରରେ ଉପଲବ୍ଧ ଅନେକ ବିକଳ୍ପ ଅଧିକ ରିଟର୍ଣ୍ଣ ଦେଉଛି । ଆକଳନ ଅନୁଯାୟୀ, ଖୁବ୍ ଶୀଘ୍ର EPFO ​​ରେ ନିବେଶ ଉପରେ ୯ ପ୍ରତିଶତ ରିଟର୍ଣ୍ଣ  ମିଳିପାରେ । ୨୦୧୬ରେ ଏହି ରିଟର୍ଣ୍ଣ ୮.୫% ଥିଲା ଓ ବର୍ତ୍ତମାନ ଏହା ୮.୧% ସୁଧ ହାର ମିଳୁଛି ।

ଆପଣଙ୍କୁ କହି ରଖୁଛୁ ଯେ, ଗତ ୪ ଦଶନ୍ଧି ମଧ୍ୟରେ ଏହା ସର୍ବନିମ୍ନ ସୁଧ ହାର (EPFO Interest Rate) ଅଟେ । ଡିସେମ୍ବର ୨୦୨୨ରେ EPFO ୧୪.୯୩ ଲକ୍ଷ ନୂତନ ସଦସ୍ୟଙ୍କୁ ଯୋଡିଛି । ଏକ ବର୍ଷ ପୂର୍ବେ ସମାନ ଅବଧି ତୁଳନାରେ ଏହା ଦୁଇ ପ୍ରତିଶତ ଅଧିକ । ଶ୍ରମ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି । EPFO ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଡିସେମ୍ବର ୨୦୨୨ରେ ସଦସ୍ୟଙ୍କ ସଂଖ୍ୟା ୧୪.୯୩ ଲକ୍ଷ ବୃଦ୍ଧି ପାଇଛି । ମନ୍ତ୍ରଣାଳୟ କହିଛି ଯେ, ଯଦି ଗତ ବର୍ଷ ସମାନ ମାସ ତୁଳନା କରାଯାଏ ତେବେ ଡିସେମ୍ବର ୨୦୨୨ରେ ଗତ ବର୍ଷ ସମାନ ମାସ ତୁଳନାରେ ସଦସ୍ୟଙ୍କ ସଂଖ୍ୟା ୩୨,୬୩୫ ଅଧିକ ବୃଦ୍ଧି ପାଇଛି । ଶ୍ରମ ମନ୍ତ୍ରଣାଳୟ କର୍ମଚାରୀଙ୍କ ରାଜ୍ୟ ବୀମା ନିଗମ (ESIC) ର ବେତନ ତଥ୍ୟ ମଧ୍ୟ ପ୍ରକାଶ କରିଛି । ଏହା ଦର୍ଶାଏ ଯେ ଡିସେମ୍ବର ୨୦୨୨ରେ ୧୮.୦୩ ଲକ୍ଷ ନୂତନ କର୍ମଚାରୀ ESIC ସହିତ ଯୋଡ଼ିଛନ୍ତି ।

 ଅଧିକ ପଢ଼ନ୍ତୁ-ଏସିଆ କପ୍ ୨୦୨୩ ପୂର୍ବରୁ BCCIକୁ ଧମକ ଦେଲେ PCB ଅଧ୍ୟକ୍ଷ ନଜାମ ସେଠୀ

 ଅଧିକ ପଢ଼ନ୍ତୁ-ଦିନିକିଆରେ ମଧ୍ୟ ଧୂଳି ଚଟାଇବା ପାଇଁ ଟିମ୍ ଇଣ୍ଡିଆ ପ୍ରସ୍ତୁତ; ଏଥର ଏହି ସମୟରେ ଆରମ୍ଭ ହେବ ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍, ଏଠାରେ ଦେଖନ୍ତୁ ତାରିଖ ଓ ସମୟ

ଅଧିକ ପଢ଼ନ୍ତୁ-ସରକାରୀ କର୍ମଚାରୀଙ୍କୁ ବଡ଼ ଝଟକା, ମହଙ୍ଗା ଭତ୍ତା ଦେବାକୁ ମନା କଲେ ମୋଦି ସରକାର

 

ଯଦି ବାର୍ଷିକ ଭିତ୍ତିରେ ତୁଳନା କରାଯାଏ, ଡିସେମ୍ବର ୨୦୨୧ ତୁଳନାରେ ଡିସେମ୍ବର ୨୦୨୨ ରେ ESI ଯୋଜନାରେ ଯୋଗଦାନ କରୁଥିବା କର୍ମଚାରୀଙ୍କ ସଂଖ୍ୟା ୧୪.୫୨ ଲକ୍ଷ ଅଧିକ ହୋଇଥିବା ଜଣାପଡିଛି । ଡିସେମ୍ବର ୨୦୨୨ରେ EPFO ​​ଦ୍ୱାରା ଯୋଡ଼ି ହୋଇଥିବା ୧୪.୯୩ ଲକ୍ଷ ନୂତନ ସଦସ୍ୟଙ୍କ ମଧ୍ୟରୁ ୮.୦୨ ଲକ୍ଷ ପ୍ରଥମ ଥର ପାଇଁ ଏହି ସାମାଜିକ ସୁରକ୍ଷା ଅଧୀନରେ ଆସିଛନ୍ତି । ସର୍ବାଧିକ ୨.୩୯ ଲକ୍ଷ ନୂତନ ଭାବେ ଯୋଡ଼ି ହୋଇଥିବା ସଦସ୍ୟ ୧୮ ରୁ ୨୧ ବର୍ଷ ବୟସ ବର୍ଗରେ ଅଛନ୍ତି । ୨୨ରୁ ୨୫ ବର୍ଷ ବୟସ ବର୍ଗରେ ୨.୦୮ ଲକ୍ଷ ନୂତନ ସଦସ୍ୟ ଯୋଡ଼ି ହୋଇଛନ୍ତି । ମୋଟ ନୂତନ ସଦସ୍ୟଙ୍କ ମଧ୍ୟରୁ ୫୫.୬୪ ପ୍ରତିଶତ ୧୮ରୁ ୨୫ ବର୍ଷ ବୟସ ବର୍ଗରେ ଅଛନ୍ତି ।