PM Kisan: ଜଲଦି କରାଇ ନିଅନ୍ତୁ e-KYC, ଆସିବାକୁ ଯାଉଛି କିସାନ ସମ୍ମାନ ନିଧି ଯୋଜନାର ୧୫ତମ କିସ୍ତି...
Advertisement

PM Kisan: ଜଲଦି କରାଇ ନିଅନ୍ତୁ e-KYC, ଆସିବାକୁ ଯାଉଛି କିସାନ ସମ୍ମାନ ନିଧି ଯୋଜନାର ୧୫ତମ କିସ୍ତି...

PM Kisan 15th Installment Date: ଯଦି ଆପଣ ପିଏମ କିସାନ ସମ୍ମାନ ନିଧି ଯୋଜନାର ଜଣେ ହିତାଧିକାରୀ, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ। କୃଷକମାନଙ୍କୁ(Farmers) ଆର୍ଥିକ ସହାୟତା ଯୋଗାଇବା ପାଇଁ ସରକାରଙ୍କ ଦ୍ୱାରା ପରିଚାଳିତ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର(PM Kisan Samman nidhi scheme) ୧୫ତମ କିସ୍ତି ଖୁବ୍ ଶୀଘ୍ର ଆସିବା ନେଇ ସୂଚନା ମିଳିଛି। 

PM Kisan: ଜଲଦି କରାଇ ନିଅନ୍ତୁ e-KYC, ଆସିବାକୁ ଯାଉଛି କିସାନ ସମ୍ମାନ ନିଧି ଯୋଜନାର ୧୫ତମ କିସ୍ତି...

PM Kisan 15th Installment Date: ଯଦି ଆପଣ ପିଏମ କିସାନ ସମ୍ମାନ ନିଧି ଯୋଜନାର ଜଣେ ହିତାଧିକାରୀ, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ। କୃଷକମାନଙ୍କୁ(Farmers) ଆର୍ଥିକ ସହାୟତା ଯୋଗାଇବା ପାଇଁ ସରକାରଙ୍କ ଦ୍ୱାରା ପରିଚାଳିତ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର(PM Kisan Samman nidhi scheme) ୧୫ତମ କିସ୍ତି ଖୁବ୍ ଶୀଘ୍ର ଆସିବା ନେଇ ସୂଚନା ମିଳିଛି। ମିଡିଆ ରିପୋର୍ଟ ଅନୁସାରେ ଏହି ଯୋଜନାର ୧୫ତମ କିସ୍ତିର ୨ ହଜାର ଟଙ୍କା ନଭେମ୍ବର ଶେଷ ସୁଦ୍ଧା ଯୋଗ୍ୟ ଚାଷୀଙ୍କ ଆକାଉଣ୍ଟକୁ ଆସିଯାଇପାରେ ।ଏହି ସମୟରେ, ଡିବିଟି କୃଷି ବିହାରର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ପ୍ରଧାନ ମନ୍ତ୍ରୀ କିସାନ୍ ସମ୍ମାନ ନିଧି ଯୋଜନାର ୧୫ତମ କିସ୍ତିର ହିତାଧିକାରୀମାନେ eKYC କରାଇନେବା ଆବଶ୍ୟକ। ଯେଉଁମାନେ eKYC କରିନାହାଁନ୍ତି, ସେମାନେ ଏହି ଯୋଜନାର ଲାଭ ପାଇବାରୁ ବଞ୍ଚିତ ହେବେ।

- ସର୍ବପ୍ରଥମେ PM Kisan https://pmkisan.gov.in/ ପୋର୍ଟାଲର ଅଫିସିଆଲ୍ ୱେବସାଇଟ୍ କୁ ଯାଆନ୍ତୁ।

-ଏହା ପରେଏଠାରେ ପେମେଣ୍ଟ ସଫଳତା ଟ୍ୟାବରେ ଭାରତର ମାନଚିତ୍ର ଦୃଶ୍ୟମାନ ହେବ।

-ବର୍ତ୍ତମାନ ଡାହାଣ ପାର୍ଶ୍ୱରେ ଏକ ହଳଦିଆ ରଙ୍ଗର ଟ୍ୟାବ୍ 'ଡ୍ୟାସବୋର୍ଡ' ଦେଖାଯିବ, ଏଥିରେ କ୍ଲିକ୍ କରନ୍ତୁ |

- କ୍ଲିକ୍ କରିବା ପରେ, ଆପଣ ଏକ ନୂଆ ପେଜରେ ପହଞ୍ଚିବେ।

- ଏବେ ଆପଣଙ୍କୁ ଭିଲେଜ ଡ୍ୟାସବୋର୍ଡ ଟ୍ୟାବରେ ଆପଣଙ୍କର ସମ୍ପୂର୍ଣ୍ଣ ବିବରଣୀ ପୂରଣ କରନ୍ତୁ।

- ଏଠାରେ ରାଜ୍ୟ, ଜିଲ୍ଲା, ଉପ-ଜିଲ୍ଲା ଏବଂ ପଞ୍ଚାୟତ ଚୟନ କରନ୍ତୁ।

- ବର୍ତ୍ତମାନ ଶୋ ବଟନ୍ ଉପରେ କ୍ଲିକ୍ କରନ୍ତୁ ।

- ଏହା ପରେ ଆପଣ ଆପଣଙ୍କର ବିବରଣୀ ଚୟନ କରନ୍ତୁ।

ଯୋଜନା ୨୦୧୯ରେ ଆରମ୍ଭ ହୋଇଥିଲା-

ମୋଦି ସରକାର ୨୦୧୯ ମସିହାରେ ପ୍ରଧାନମନ୍ତ୍ରୀ କିସାନ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଭାରତରେ କୃଷକଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରିବା। ଏହି ଯୋଜନା ଅଧୀନରେ ଯୋଗ୍ୟ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥାଏ। ଏହି ଟଙ୍କା କୃଷକଙ୍କ ଆକାଉଣ୍ଟକୁ ୨ ହଜାର ଲେଖାଏ ଟଙ୍କା ତିନି କିସ୍ତିରେ ପଠାଯାଏ ।

Also Read: Congress Satyagrah: ଶ୍ରୀମନ୍ଦିର ସାମ୍ନାରେ କଂଗ୍ରେସର ସତ୍ୟାଗ୍ରହ, ଦାବି ଶୁଣିବେ ତ ସରକାର?