Eid ul-Fitr 2023: ଜାଣନ୍ତୁ କାହିଁକି ପାଳନ କରାଯାଏ ଇଦ୍ ଉଲ ଫିତର, କ’ଣ ରହିଛି ଏହା ପଛର ଇତିହାସ
Advertisement
Article Detail0/zeeodisha/odisha1663373

Eid ul-Fitr 2023: ଜାଣନ୍ତୁ କାହିଁକି ପାଳନ କରାଯାଏ ଇଦ୍ ଉଲ ଫିତର, କ’ଣ ରହିଛି ଏହା ପଛର ଇତିହାସ

Eid ul-Fitr 2023: ଇଦ୍ ଉଲ ଫିତର ମୁସଲମାନଙ୍କ ଲାଗି ଏକ ବଡ଼ ଓ ଖାସ ପର୍ବ ଅଟେ । ଯାହା ରମଜାନ ମାସ ପୂରଣ ହେବା ପରେ ପାଳନ କରାଯାଇଥାଏ । ଇସଲାମିକ କ୍ୟାଲେଣ୍ଡର ଅନୁଯାୟୀ, ରମଜାନ ପରେ ଶାୱାଲର ପ୍ରଥମ ଦିନରେ ଇଦ୍-ଉଲ୍-ଫିତର ପାଳନ କରାଯାଏ। ସକାଳର ନମାଜ ପାଠ ସହ ଏହା ଆରମ୍ଭ ହୋଇଥାଏ ।

ସୌ(ସୋସିଆଲ ମିଡିଆ)

Eid ul-Fitr 2023: ଇଦ୍ ଉଲ ଫିତର (Eid ul-Fitr 2023) ମୁସଲମାନଙ୍କ ଲାଗି ଏକ ବଡ଼ ଓ ଖାସ ପର୍ବ ଅଟେ । ଯାହା ରମଜାନ ମାସ ପୂରଣ ହେବା ପରେ ପାଳନ କରାଯାଇଥାଏ । ଇସଲାମିକ କ୍ୟାଲେଣ୍ଡର ଅନୁଯାୟୀ, ରମଜାନ ପରେ ଶାୱାଲର ପ୍ରଥମ ଦିନରେ ଇଦ୍-ଉଲ୍-ଫିତର ପାଳନ କରାଯାଏ। ସକାଳର ନମାଜ ପାଠ ସହ ଏହା ଆରମ୍ଭ ହୋଇଥାଏ । ଗତ ମାର୍ଚ୍ଚ ମାସ ୨୪ ତାରିଖ ଶୁକ୍ରବାରଠାରୁ ରମଜାନ ମାସ ଆରମ୍ଭ ହୋଇଥିଲା । ଆଜି ଅର୍ଥାତ୍ ୨୨ ଏପ୍ରିଲ ଶନିବାର ଦିନ ସାରା ଦେଶରେ ଇଦ୍ ଉଲ୍ ଫିତର (Eid ul-Fitr) ପାଳନ କରାଯାଉଛି । ଇସଲାମୀୟ ବିଶ୍ୱାସ ଅନୁଯାୟୀ, ରମଜାନ ସମୟରେ ଯେଉଁ ମାନେ ଶୁଦ୍ଧ ହୃଦୟରେ ଉପବାସ କରିବା ସହ ନମାଜ (Namaz) ପାଠ କରିଥାଆନ୍ତି ସେମାନଙ୍କର ସମସ୍ତ ପାପ କ୍ଷୟ ହୋଇଥାଏ ।

ଇଦ୍ ଉଲ ଫିତର ମହତ୍ତ୍ବ

ବିଶ୍ୱାସ କରାଯାଏ ଯେ, ଏହି ଦିନ ହଜରତ ମହମ୍ମଦ ଯୁଦ୍ଧରେ ଗୌରବମୟ ବିଜୟ ହାସଲ କରିଥିଲେ, ଏହି ବିଜୟ ଉତ୍ସବ ପାଳନ ଲାଗି ପ୍ରତିବର୍ଷ ଇଦ୍ ପର୍ବ ପାଳନ କରାଯାଇଥାଏ । କୁହାଯାଏ ଯେ, ୬୨୪ ଖ୍ରୀଷ୍ଟାବ୍ଦରେ ପ୍ରଥମ ଥର ପାଇଁ ଇଦ୍ ଉଲ୍ ଫିତର ପାଳନ କରାଯାଇଥିଲା। କୁରାନର କାହାଣୀ ଅନୁଯାୟୀ, ଆରବରେ ହଜରତ ମହମ୍ମଦ (Muhammad hazrat ali) ) ଦେଖିଥିଲେ ଯେ ପ୍ରତ୍ୟେକ ବ୍ୟକ୍ତି ପରସ୍ପରଠାରୁ ଅଲଗା ହୋଇ ଦୁଇ ଭାଗରେ ବିଭକ୍ତ ହୋଇଛନ୍ତି। ସମସ୍ତଙ୍କୁ ଏକଜୁଟ କରିବା ପାଇଁ ସେ ଏକ ନିୟମ ତିଆରି କଲେ । ଯାହା ସମସ୍ତେ ଅନୁସରଣ କରିବା ଆରମ୍ଭ କଲେ । ଏହାର ନାମ ରୋଜା ରଖାଯାଇଥିଲା । ହଜରତ ମହମ୍ମଦ କହିଥିଲେ, ଏହି ରୋଜା ସମୟରେ ଆମେ ଦିନସାରା କିଛି ଖାଇବୁ ନାହିଁ କି ପିଇବୁ ନାହିଁ । ଯାହା ଦ୍ବାରା ଏକ ଭୋକିଲା ଓ ଗରିବ ଲୋକଟିଏ କିପରି ଜୀବନ ବିତାଉଛି ତାହା ଜାଣିବାକୁ ସକ୍ଷମ ହେବୁ । ଏହାଦ୍ବାରା ଆମ ଭିତରେ ତ୍ୟାଗ ଓ ବଳିଦାନର ଭାବନା ସୃଷ୍ଟି ହେବା ସହ ଦୁଃଖ ଯନ୍ତ୍ରଣା ଭୋଗିବାକୁ ଶକ୍ତି ମିଳିବ । ସେ ଜାକତ-ଉଲ-ଫିତର ନେଇ ମାର୍ଗ ମଧ୍ୟ କହିଥିଲେ ଯାହାକୁ ଜାକତ କିମ୍ବା ଦାନ କରିବା ମଧ୍ୟ କୁହାଯାଇଥାଏ । ରମଜାନ ଓ ଇଦ୍ ମଧ୍ୟରେ ଆଉ ଏକ ଜିନିଷ ଅଛି ଯାହା ଭାଇଚାରାକୁ ଯୋଡିଥାଏ । ତାହା ହେଉଛି ଜକାତ୍ । ଏହାର ଅର୍ଥ ହେଉଛି ନିଜର ବାର୍ଷିକ ଆୟରୁ କିଛି ଅଶଂ ଆର୍ଥିକ ଭାବେ ସ୍ବଚ୍ଛଳ ନଥିବା ଲୋକଙ୍କୁ ଦାନ କରିଯାଇଥାଏ। ଇଦ୍ (Eid) ପ୍ରାର୍ଥନା ପୂର୍ବରୁ ଗରିବ ଲୋକଙ୍କୁ ଗହମ, ବାର୍ଲି କିମ୍ବା ଟଙ୍କା ପ୍ରଦାନ କରାଯାଇଥାଏ ।

କେମିତି ପାଳନ କରାଯାଏ ଇଦ୍

ଇଦ୍ ଅବସରରେ ମୁସଲମାନ ମାନେ ନୂଆ କପଡ଼ା ପିନ୍ଧି ସକାଳୁ ମସଜିଦ ଯାଇ ନମାଜ (Namaz) ପାଠ କରିଥାଆନ୍ତି । ପରେ ପରସ୍ପରକୁ ଆଲିଙ୍ଗନ କରି ପରିବାର ଓ ବନ୍ଧୁଙ୍କ ସହ ଏହି ପର୍ବକୁ ଧୁମଧାମରେ ପାଳନ କରିଥାଆନ୍ତି । ଏହି ଦିନ ମୁସଲମାନ ସମ୍ପ୍ରଦାୟର ଲୋକମାନେ ଘରେ ଖୁରମା ଓ ସମେଆଁ ପରି ସୁସ୍ୱାଦୁ କରିଥାଆନ୍ତି ।

କେତେ ପ୍ରକାର ହୋଇଥାଏ ଇଦ୍

କିଛି ଲୋକ ହଜରତ ମହମ୍ମଦଙ୍କ (Muhammad hazrat ali) ଜନ୍ମଦିନକୁ ଇଦ୍ ରୂପେ ପାଳନ କରିଥାଆନ୍ତି। ଦୁନିଆର ସମସ୍ତ ମୁସଲମାନ ଦୁଇଟି ଇଦ୍ ଅର୍ଥାତ୍ ଇଦ୍-ଉଲ୍-ଫିତର ଓ ଇଦ୍-ଉଲ୍-ଜୁହା ଏକତ୍ର ପାଳନ କରନ୍ତି। ପର୍ବ ଇଦରେ ରମଜାନ ଚାନ୍ଦ ଅସ୍ତ ହୋଇ ଇଦ୍ ଚାନ୍ଦ ଦେଖାଯିବାର ପରଦିନ ଇଦ୍ ପାଳନ କରାଯାଏ । ଏହି ପର୍ବ ବଳିଦାନ ଓ ଦାନର ପ୍ରତୀକ ଅଟେ । ଏହି ଦିନ ଦାନର ଏକ ପରମ୍ପରା ରହିଛି ।