Eid Al Adha 2023: ଏହି ଦିନ ପାଳନ ହେବ ବକ୍ରି ଇଦ୍, ଜାଣନ୍ତୁ କେବେ?
Advertisement
Article Detail0/zeeodisha/odisha1756366

Eid Al Adha 2023: ଏହି ଦିନ ପାଳନ ହେବ ବକ୍ରି ଇଦ୍, ଜାଣନ୍ତୁ କେବେ?

Eid Al Adha 2023: ଇସଲାମ୍ ଧର୍ମର ଏକ ବଡ଼ ପର୍ବ ହେଉଛି ଇଦ୍ ଉଲ୍ଲା ଅଦା (Eid Al Adha 2023)। ଯାହାକୁ ବକ୍ରି ଇଦ୍ (Bakrid)ବୋଲି କୁହାଯାଏ। ଏହାକୁ ବଡ ଇଦ୍ ବି  (Bakrid festival) କୁହାଯାଏ।  ଏହା ହେଉଛି ଏକ ବଳିଦାନର ପର୍ବ । ଏହି ଦିନ (Prophet Ibrahim)  ଇସଲାମ ଧର୍ମର ଇବ୍ରାହିମଙ୍କୁ ନେଇ ଏକ କିମ୍ବଦନ୍ତୀ ମଧ୍ୟ ରହିଛି । ଚଳିତ ବର୍ଷ ବକ୍ରି ଇଦ୍ ତାରିଖକୁ ନେଇ ଅନେକଙ୍କ ମଧ୍ୟରେ ଦ୍ବନ୍ଦ ମଧ୍ୟ ରହିଛି । 

ସୌଜନ୍ୟ- ସୋସିଆଲ ମିଡ଼ିଆ

Eid Al Adha 2023: ଇସଲାମ୍ ଧର୍ମର ଏକ ବଡ଼ ପର୍ବ ହେଉଛି ଇଦ୍ ଉଲ୍ଲା ଅଦା (Eid Al Adha 2023)। ଯାହାକୁ ବକ୍ରି ଇଦ୍ (Bakrid)ବୋଲି କୁହାଯାଏ। ଏହାକୁ ବଡ ଇଦ୍ ବି  (Bakrid festival) କୁହାଯାଏ।  ଏହା ହେଉଛି ଏକ ବଳିଦାନର ପର୍ବ । ଏହି ଦିନ (Prophet Ibrahim)  ଇସଲାମ ଧର୍ମର ଇବ୍ରାହିମଙ୍କୁ ନେଇ ଏକ କିମ୍ବଦନ୍ତୀ ମଧ୍ୟ ରହିଛି । ଚଳିତ ବର୍ଷ ବକ୍ରି ଇଦ୍ ତାରିଖକୁ ନେଇ ଅନେକଙ୍କ ମଧ୍ୟରେ ଦ୍ବନ୍ଦ ମଧ୍ୟ ରହିଛି । ଚଳିତ ବର୍ଷ ଜୁନ୍ ୨୮ରେ ବକ୍ରି ଇଦ୍ ପାଳନ କରାଯିବ ବୋଲି କିଛି ଲୋକ କହୁଥିବା ବେଳେ ଆଉ କିଛି ଲୋକେ ଜୁନ୍ ୨୯ରେ ଏହି ପର୍ବ ପାଳନ କରାଯିବ ବୋଲି କହୁଛନ୍ତି । 

Also Read: EPF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ପେନସନ ଆବେଦନ ପାଇଁ ବଢିଲା ତାରିଖ; ଏହି ଦିନ ମଧ୍ୟରେ କରିପାରିବେ ଆବେଦନ

Also Read: Horoscope Today 27 June 2023: ଆଜି ଏହି ୪ଟି ରାଶି ଉପରେ ହେବ ଧନର ବର୍ଷା, ଏହି ୨ଟି ରାଶି ପାଇଁ ବିପଦ; ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?

ଇସଲାମିକ କ୍ୟାଲେଣ୍ଡର ବା ଜିଲହିଜ୍ଜ (Zil Hajj Month) କ୍ୟାଲେଣ୍ଡର (Months in Islamic Calendar) ଅନୁସାରେ ବକ୍ରି ଇଦ୍ ପାଳନ କରାଯାଏ ।ଜିଲହିଜ୍ଜ  ହେଉଛି ଇସଲାମିକ କ୍ୟାଲେଣ୍ତର । ଜିଲହିଜ୍ଜା ମାସରେ ଚନ୍ଦ୍ର ଦେଖିବାର ୧୦ ଦିନ ପରେ ବକ୍ରି ଇଦ୍ ପାଳନ କରାଯାଏ।   ଇସଲାମିକ କ୍ୟାଲେଣ୍ଡର ଅନୁଯାୟୀ ଜୁନ ୧୯ ତାରିଖ ସୋମବାର ଜିଲହିଜ୍ଜ ମାସର ଚନ୍ଦ୍ର ଦେଖାଯିବା ପରେ ୨୦୨୩ ବକ୍ରି ଇଦ୍ ତାରିଖ ସ୍ଥିର ହୋଇଯାଇଛି। ଚଳିତ ମାସ ୨୯ ତାରିଖରେ ବକ୍ରି ଇଦ୍ ପାଳନ କରାଯିବ । ଇଦ୍ ସମୟରେ ଏକାଧିକ ଇସଲାମ ଧର୍ମର ଲୋକେ ମକ୍କା ଯାଆନ୍ତି । ଏବଂ ଏହି ପବିତ୍ର ପର୍ବକୁ ସେଠାରେ ପାଳନ କରନ୍ତି।  ବକ୍ରି ଇଦ୍ ଦିନ ମୁସଲମାନ ଧର୍ମର ଲୋକମାନେ ସକାଳୁ ସକାଳୁ ସମୂହ ନମାଜ ପାଠ ପାଇଁ ବିଭିନ୍ନ ମସଜିଦରେ ଏକାଠି ହୋଇଥାଆନ୍ତି। ନମାଜ ପାଠ ପରେ ପରପ୍ପରକୁ ମିଠା ଖୁଆଇ ଇଦ୍ ର ଶୁଭେଚ୍ଛା ଜଣାଇ ଥାଆନ୍ତି।  ଘରେ ଘରେ ସୁସ୍ୱାଦୁ ବ୍ୟଞ୍ଜନ ଆସର ମଧ୍ୟ ଜମିଥାଏ। ଏହି ଦିନ ଛେଳିକୁ ବଳି ଦିଆଯିବାର ପରମ୍ପରା ମଧ୍ୟ ରହିଛି । ଛେଳିର ବଳି ମାଂସକୁ ଗରିବ ଲୋକଙ୍କୁ ଦାନ ଦିଆଯିବାର ପରମ୍ପରା ମଧ୍ୟ କାହିଁ କେଉଁ କାଳରୁ ରହିଆସିଛି। 

ବକ୍ରି ଇଦକୁ (Bakrid festival significance) ନେଇ ରହିଛି ଏମିତି କିଛି ପୌରାଣିକ କଥା: ଇସଲାମିକ୍ ବିଶ୍ୱାସ ଅନୁଯାୟୀ, ଭବିଷ୍ୟବକ୍ତା (Prophet Ibrahim) ଆଲ୍ଲାଙ୍କ ପ୍ରତି ତାଙ୍କ ବିଶ୍ବାସ ଓ ଭଲପାଇବା ଦେଖି ଆଲ୍ଲା ତାଙ୍କୁ ପରୀକ୍ଷା କରିଥିଲେ।  ତାଙ୍କୁ ତାଙ୍କର ଅତି ପ୍ରିୟ ଜିନିଷ ବଳି ଦେବାକୁ କହିଥିଲେ। ଭବିଷ୍ୟ‌ଦ୍‌ବକ୍ତା ତାଙ୍କ ପୁତ୍ର ହଜରତ ଇସମାଇଲଙ୍କୁ ଅଧିକ ଭଲ ପାଉଥିଲେ ଏବଂ ଜୀବନ ଅପେକ୍ଷା ସେ ତାଙ୍କ ପାଇଁ ଅଧିକ ପ୍ରିୟ ଥିଲେ। ଆହ୍ଲାଙ୍କ ଆଦେଶ ପାଇବା ପରେ ଭବିଷ୍ୟ‌ଦ୍‌ବକ୍ତା ଇବ୍ରାହିମ ତାଙ୍କ ପୁଅକୁ ବଳି ଦେବାକୁ ନିଷ୍ପତ୍ତି ନେଇଥିଲେ। ସେ ନିଜ ପୁଅକୁ ବଳି ଦେବାକୁ ଯିବା ମାତ୍ରେ ଆଲ୍ଲା ତାଙ୍କ ପୁଅର ଜୀବନ ଦାନ ବା ଫେରାଇ ଦେଇଥିଲେ ।  ଆଲ୍ଲା ପୁଅ ବଦଳରେ ପଶୁ ବଳିଦାନ ଦେଇଥିଲେ। ଜିଲହିଜ୍ଜ ମାସର ଦଶମ ଦିନରେ ଏହି ଘଟଣା ଘଟିଥିଲା। ଏହି ଘଟଣାର ସ୍ମୃତିରେ, ପ୍ରତିବର୍ଷ ଜିଲହିଜ୍ଜ ମାସର ଦଶମ ଦିନରେ ଇଦ୍-ଉଲ୍-ଅଜହା କିମ୍ବା ବକ୍ରିଇଦ ପର୍ବ ପାଳନ କରାଯାଇଥାଏ।