Earthquake News: ଶୀତ ସହିତ ଭୂକମ୍ପରେ ଥରିଲା କଶ୍ମୀର, ଜାଣନ୍ତୁ କେତେ ଥିଲା ତୀବ୍ରତା?
Advertisement

Earthquake News: ଶୀତ ସହିତ ଭୂକମ୍ପରେ ଥରିଲା କଶ୍ମୀର, ଜାଣନ୍ତୁ କେତେ ଥିଲା ତୀବ୍ରତା?

Earthquake News: ଆଜି ସକାଳୁ ଜମୁକାଶ୍ମୀରରେ ଭୂକମ୍ପ ଅନୁଭୁତ ହୋଇଛି । ଭୂକମ୍ପର ତୀବ୍ରତା ରିଚ୍ଟର ସ୍କେଲରେ ୩.୬ ରହିଥିଲା । 

Earthquake News: ଶୀତ ସହିତ ଭୂକମ୍ପରେ ଥରିଲା କଶ୍ମୀର, ଜାଣନ୍ତୁ କେତେ ଥିଲା ତୀବ୍ରତା?

Earthquake News: ଆଜି ସକାଳେ ଭୂକମ୍ପରେ ଥରିଛି ଜମୁକାଶ୍ମୀର । ମଙ୍ଗଳବାର ସକାଳ ୮.୫୩ ରେ ଭୂକମ୍ପ ହୋଇଥିବା ନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ସୂଚନା ଦେଇଛି । ଏହି ଭୂକମ୍ପର ତୀବ୍ରତା ରିଚ୍ଟର ସ୍କେଲରେ ୩,୬ ଥିବା ଜଣାପଡିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଭୂକମ୍ପରେ କୌଣସି କ୍ଷୟକ୍ଷତିପ ଖବର ଆସିନାହିଁ । ଭୂକମ୍ପ ଆରମ୍ଭ ହେବା କ୍ଷଣେ ଲୋକମାନେ ଭୟଭୀତ ହୋଇ ଘରୁ ଖୋଲା ସ୍ଥାନକୁ ଦୌଡିଯାଇଥିଲେ ।

ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ସୂଚନା ଅନୁଯାୟୀ, ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି କିଶ୍ଟୱର । କେବଳ ଏତିକି ନୁହେଁ, ଚାଇନାର ଜିଜଙ୍ଗ ପ୍ରଦେଶରେ ମଧ୍ୟ ସକାଳ ସାତଟାରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଛି । ସେଠାରେ ଭୂକମ୍ପର ତୀବ୍ରତା ରିଚ୍ଟର ସ୍କେଲରେ ୩.୭ ରହିଥିଲା । ସୋମବାର ସନ୍ଧ୍ୟାରେ ଆସାମରେ ୩.୬ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଥିଲା।

Also Read- Odisha Festival: ଆଜି ପ୍ରସିଦ୍ଧ ଶୁଲିଆ ଯାତ୍ରା; ରକ୍ତରଞ୍ଜିତ ହେବ ପୀଠ

Also Read- Atomic Battery: ବିନା ଚାର୍ଜରେ ୫୦ ବର୍ଷ ଯାଏଁ ଯୋଗାଇବ ଶକ୍ତି