ଜଣେ ’ଛାତ୍ର’ ଓ ’ଧାବକ’ଙ୍କ ମଧ୍ୟରେ ସମାନତା
Advertisement

ଜଣେ ’ଛାତ୍ର’ ଓ ’ଧାବକ’ଙ୍କ ମଧ୍ୟରେ ସମାନତା

ମୋର ମୋ ଛାତ୍ରାବସ୍ଥାର ସେହି ଦିନର ଘଟଣା ସବୁ ମନେ ଅଛି ,ଯେତେବେଳେ ଆମ ପାଇଁ ପରୀକ୍ଷା ଗୋଟିଏ ଲକ୍ଷ୍ଯ ଥିଲା ।  ସେତେବେଳେ ଛାତ୍ର ମାନଙ୍କର ଏଭଳି ଗୋଟିଏ ସମୁହ ଥିଲା(ବାସ୍ତବରେ ଅଧିକ ସଂଖ୍ୟାରେ) ଯେଉଁମାନେ ବର୍ଷ ସାରା ମସ୍ତି କରୁଥିଲେ,ବୁଲୁଥିଲେ କିନ୍ତୁ ପରୀକ୍ଷା ତାରିଖ ଘୋଷଣା ସହିତ ସେମାନେ ସକ୍ରୀୟ ହେଉଥିଲେ । ପରୀକ୍ଷା ତାରିଖ ଘୋଷଣା ସହିତ ସେମାନେ ଦିନ

SOCIAL MEDIA

ମୋର ମୋ ଛାତ୍ରାବସ୍ଥାର ସେହି ଦିନର ଘଟଣା ସବୁ ମନେ ଅଛି ,ଯେତେବେଳେ ଆମ ପାଇଁ ପରୀକ୍ଷା ଗୋଟିଏ ଲକ୍ଷ୍ଯ ଥିଲା ।  ସେତେବେଳେ ଛାତ୍ର ମାନଙ୍କର ଏଭଳି ଗୋଟିଏ ସମୁହ ଥିଲା(ବାସ୍ତବରେ ଅଧିକ ସଂଖ୍ୟାରେ) ଯେଉଁମାନେ ବର୍ଷ ସାରା ମସ୍ତି କରୁଥିଲେ,ବୁଲୁଥିଲେ କିନ୍ତୁ ପରୀକ୍ଷା ତାରିଖ ଘୋଷଣା ସହିତ ସେମାନେ ସକ୍ରୀୟ ହେଉଥିଲେ । ପରୀକ୍ଷା ତାରିଖ ଘୋଷଣା ସହିତ ସେମାନେ ଦିନ ରାତି ପରିଶ୍ରମ କରୁଥିଲେ । ଆଉ କୌଣସି ପ୍ରକାରରେ ପରୀକ୍ଷା ବୈତରଣୀ ପାସ୍ ମଧ୍ଯ କରୁଯାଉଥିଲେ (ସେମାନଙ୍କ ମଧ୍ଯରୁ କିଛି ମଧ୍ଯ ଭଲ ନମ୍ବର ରଖୁଥିଲେ । କିନ୍ତୁ ଏହି ଗ୍ରୁପ ପରୀକ୍ଷା କାଳରେ ବହୁତ ଚିନ୍ତିତ ରହୁଥିଲେ ଓ ସେମାନଙ୍କ ନିଦ ଗାଏବ ହୋଇଯାଉଥିଲା । ସେମାନଙ୍କ ପାଇଁ ଦିନ ରାତି ସମାନ ଥିଲା । କିନ୍ତୁ ଥରେ ପରୀକ୍ଷା ସରିବା ପରେ ପାଠପଢାକୁ ନେଇ ସେମାନଙ୍କ ସବୁ ଗମ୍ଭୀରତା ଗାଏବ ହୋଇଯାଉଥିଲା । ପୁଣି ସେଇ ପୁରୁଣା ମସ୍ତିର ଦିନ ଆରମ୍ଭ ହେଉଥିଲା । ପଢା ବହି ସବୁ ଥାକକୁ ଚାଲିଯାଇ ଆଗାମୀ ପରୀକ୍ଷା ପର୍ଯ୍ୟନ୍ତ ପଡିରହୁଥିଲେ । ଅନ୍ୟପକ୍ଷରେ କିଛି ଏଭଳି ଛାତ୍ର ମଧ୍ଯ ଥିଲେ ଯେଉଁମାନେ ବର୍ଷ ସାରା ପଢୁଥିଲେ ଓ ସେମାନଙ୍କ ପାଇଁ ଏହା କିଛି ମାଇନା ରଖୁନଥିଲା ଯେ, କେବେ ପରୀକ୍ଷା ହେବ । ସେମାନେ ପରୀକ୍ଷାକୁ ସାମ୍ନା କରିବାକୁ ସବୁବେଳେ ପ୍ରସ୍ତୁତ ରହୁଥିଲେ । ନିସେନ୍ଦହରେ ଏଭଳି ଛାତ୍ରମାନେ ଶ୍ରେଣୀରେ ସବୁବେଳ ଆଗରେ ରହୁଥିଲେ । ପରୀକ୍ଷାର ଗୋଟିଏ ରାତି ପୂର୍ବରୁ କିମ୍ବା ପରୀକ୍ଷା ଦିନ ସେମାନେ ନିଶ୍ଚିନ୍ତ ଓ ଶାନ୍ତ ରହୁଥିଲେ ।

ମୁଁ ଧାବକଙ୍କ ମଧ୍ଯରେ ବି ଏମିତି ପ୍ରବୃତ୍ତି ଦେଖିଛି । ଧାବକଙ୍କ ମଧ୍ଯରେ ଏଭଳି କିଛି ସମୁହ ଅଛନ୍ତି (ପ୍ରାୟ ଅଧିକାଂଶ),ଯେଉଁମାନେ କୌଣସି ଦୌଡ଼ ପ୍ରତିଯୋଗୀତାର କିଛି ଦିନ ପୂର୍ବରୁ କିମ୍ବା କିଛି ସପ୍ତାହ ପୂର୍ବରୁ ଜୋରଦାର ଦୌଡ଼ ପ୍ରାକ୍ଟିସ ଆରମ୍ଭ କରିଦିଅନ୍ତି । ଯାହାର ଅର୍ଥ ହେଉଛି ସେମାନେ ଦୌଡ଼ ପାଇଁ ପ୍ରସ୍ତୁତ ନଥାନ୍ତି । ତେବେ ପ୍ରତିଯୋଗୀତା ଦିନ ଭଲ ପ୍ରଦର୍ଶନର ଇଛା ସେମାନଙ୍କୁ ଅଧିକ ଜୋର ଲଗାଇବାକୁ ବାଧ୍ଯ କରେ । ସେମାନେ ନିଜ ଶକ୍ତି ଓ କ୍ଷମତା ବାହାରକୁ ଯାଇ ଚେଷ୍ଟା କରନ୍ତି । ଏଭଳି ସମୁହର ଧାବକ ଦୌଡ଼ କାଳରେ ଆହତ ହେବାର ସମ୍ଭବନା ଅଧିକ ଥାଏ । କାରଣ ପ୍ରାକ୍ଟିସ ନଥିବା କାରଣରୁ ସେମାନ ଟ୍ରାକରେ ପଡି ଆଘାତ ପାଇବାର ଆଶଙ୍କା ଅଧିକ ଥାଏ ।  ଏହା ସହିତ ସେମାନଙ୍କ ମଧ୍ଯରୁ କିଛି ଅବାଞ୍ଛନୀୟ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ମଧ୍ଯ ହୁଅନ୍ତି । ଅନ୍ୟପକ୍ଷରେ ଧାବକଙ୍କର ଏଭଳି ଗୋଟିଏ ଛୋଟ ସମୁହ ମଧ୍ୟ ଥାଆନ୍ତି ଯେଉଁମାନେ ନିୟମିତ ଅଭ୍ଯାସ କରନ୍ତି । ବର୍ଷ ସାର ଦୌଡିବାର ପ୍ରାକ୍ଟିସ କରନ୍ତି । ଆଉ ନିସନ୍ଦେହରେ ଦୌଡ଼ ପ୍ରତିଯୋଗୀତାର ଫାଇନାଲ ଦିନ ସେମାନେ ଅତିରିକ୍ତ ଝାଳ ନବୁହାଇ ଭଲ ଗତିରେ ଦୌଡ଼ ପୁରା କରନ୍ତି ।

ସାରାଂଶ

ଏଥିରୁ ଆମେ ଶିକ୍ଷା ପାଇଲେ ଯେ, ପାଠପଢା ହେଉ କି ଦୌଡ଼ କ୍ରମାଗତ ଭାବେ ଅଭ୍ୟାସ କରିବାର ଫାଇଦା ରହିଛି । ଯଦି ପରୀକ୍ଷା କିମ୍ବା ଦୌଡ଼ ପାଇଁ ବର୍ଷ ତମାମ ପରିଶ୍ରମ କରାଯିବ ତେବେ କେଇଦିନ ଆଗରୁ କରାଯାଇଥିବା ପରିଶ୍ରମ ତୁଳନାରେ ଅଧିକ ଲାଭ ମିଳିବ ।