ଠାକୁରଙ୍କୁ ହେଉଛି ଗରମ: ସାମ୍ନାରେ କୁଲର ଲଗାଇଲେ ଭକ୍ତ !
Advertisement

ଠାକୁରଙ୍କୁ ହେଉଛି ଗରମ: ସାମ୍ନାରେ କୁଲର ଲଗାଇଲେ ଭକ୍ତ !

ଭଗବାନଙ୍କୁ ନେଇ ଭକ୍ତ ମନରେ ଥାଏ ଅନେକ ଆବେଗ । କେତେବେଳେ ଭକ୍ତ କୁହେ ପ୍ରଭୁଙ୍କ ଦୟାରେ ସବୁ ହେଉଛି ପୁଣି କେବେ କୁହେ 'କରି କରାଉ ଥାଉ ତୁହି ତୋବିନୁ ଅନ୍ୟ ଗତୀ ନାହିଁ' । ବିଶ୍ୱାସ (i cant believe) ରହିଛି ଭଗବାନ ହିଁ ସବୁ କିଛି ସୃଷ୍ଟି କରିଛନ୍ତି , ତେଣୁ ଭଗବାନ ପ୍ରକୃତି ବାହାରେ । କୌଣସି ପ୍ରାକୃତିକ ଘଟଣା କିମ୍ୱା ପାଗ ଦ୍ୱାରା ଭଗବାନ ପ୍ରଭ

ଠାକୁରଙ୍କୁ ହେଉଛି ଗରମ: ସାମ୍ନାରେ କୁଲର ଲଗାଇଲେ ଭକ୍ତ !

Viral news: ଭଗବାନଙ୍କୁ ନେଇ ଭକ୍ତ ମନରେ ଥାଏ ଅନେକ ଆବେଗ । କେତେବେଳେ ଭକ୍ତ କୁହେ ପ୍ରଭୁଙ୍କ ଦୟାରେ ସବୁ ହେଉଛି ପୁଣି କେବେ କୁହେ 'କରି କରାଉ ଥାଉ ତୁହି ତୋବିନୁ ଅନ୍ୟ ଗତୀ ନାହିଁ' । ବିଶ୍ୱାସ (i cant believe) ରହିଛି ଭଗବାନ ହିଁ ସବୁ କିଛି ସୃଷ୍ଟି କରିଛନ୍ତି , ତେଣୁ ଭଗବାନ ପ୍ରକୃତି ବାହାରେ । କୌଣସି ପ୍ରାକୃତିକ ଘଟଣା କିମ୍ୱା ପାଗ ଦ୍ୱାରା ଭଗବାନ ପ୍ରଭାବିତ ନୁହଁନ୍ତି ବୋଲି କେହି ଯୁକ୍ତି ଉପସ୍ଥାପନ କରିପାରିବେ ନାହିଁ । କିନ୍ତୁ ଭକ୍ତର ମନରେ ଭଗବାନଙ୍କ ପ୍ରତି ଥାଏ ଅହେତୁକ ଅନୁକମ୍ପା । ନିଜର ନିତ୍ୟକର୍ମ ପରି ଭଗବାନଙ୍କୁ ମଧ୍ୟ ସ୍ନାନ କରାଇଦିଏ ଭକ୍ତ । ପ୍ରଭୁ ବାସ୍ନା ଭୋଗୀ କହି ବିଭିନ୍ନ ପ୍ରକାରର ଖାଦ୍ୟ ଦ୍ରବ୍ୟ, ଫୁଲ, ଚନ୍ଦନ, ଧୂପ, ଦୀପ, ଝୁଣା ଅର୍ପଣ କରିଥାଏ ଭକ୍ତ ।

ବାରଣାସୀ (varanasi) ଅଞ୍ଚଳରେ ଜଣେ ଭକ୍ତ ଭକ୍ତିରେ ଏତେ ମାତ୍ରାରେ ବୁଡି ରହିଛନ୍ତି ଯେ, ସେ ନିଜ ପୂଜା ଘରେ ଠାକୁରଙ୍କ ପାଇଁ କରନ୍ତି ସ୍ୱତନ୍ତ୍ର ବ୍ୟବସ୍ଥା । ବର୍ତ୍ତମାନ ଗ୍ରୀଷ୍ମର ପ୍ରକୋପ ଅଧିକ ରହିଥିବାରୁ ପ୍ରାୟ ଅଧିକାଂଶ ଅଞ୍ଚଳରେ ଗରମ ଅନୁଭୁତ ହେଉଛି । ନିଜ ସକ୍ଷମ ହିସାବରେ ଲୋକମାନେ ଫ୍ୟାନ୍ (fan), କୁଲର, କିମ୍ୱା ଏସି (air conditioner ) ବ୍ୟବହାର କରୁଛନ୍ତି । ତେବେ ମଣିଷକୁ ଯେପରି ଗରମ କିମ୍ୱା ଶୀତ (winter) ଅନୁଭୁତ ହୁଏ ଠିକ୍ ସେହିପରି ଭଗବାନଙ୍କୁ ମଧ୍ୟ ଏହା ଅନୁଭୁତ  ହୁଏ ବୋଲି ଭାବିଛନ୍ତି ଜଣେ ଭକ୍ତ । ସେଥିପାଇଁ ସେ ନିଜ ଠାକୁର ଘରେ ଭଗବାନଙ୍କ ଚିତ୍ର ସାମ୍ନାରେ ଏକ କୁଲର ଲଗାଇଦେଇଛନ୍ତି । ସାଧାରଣ ଲୋକଙ୍କ ପରି ଭଗବାନଙ୍କୁ ଯେପରି ସାମାନ୍ୟ ଆସ୍ୱସ୍ତି ମିଳୁ ତାହା ଭକ୍ତ ଜଣକ ଚାହିଁଛନ୍ତି । କେବଳ ସେତିକି ନୁହେଁ, ଭଗବାନଙ୍କୁ କିପରି ଆରମ (relax) ଲାଗିବ ସେହି ବିଶ୍ୱାସରେ ଭକ୍ତ ଜଣକ ହାଲୁକା ସୂତା କପଡା (Cotton fabric)ରେ ତିଆରି ପୋଷାକ ଭଗବାନଙ୍କ ଫଟୋ ଓ ମୂର୍ତ୍ତିକୁ ପିନ୍ଧାଇ ଦେଇଛନ୍ତି । କାଶୀ ନିକଟରେ ଥିବା ଏକ ମନ୍ଦିରରେ ଶୁକ୍ରବାର (friday) ଦିନ ଏପରି ବ୍ୟବସ୍ଥା କରିଛନ୍ତି ଭକ୍ତ । ପୂରୋହିତ କହିଛନ୍ତି ଯେ, କଥାରେ ଅଛି ମର୍ତ୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହୋଇଲେ ମରଇ । ଏସବୁ ବିଶ୍ୱାସର କଥା । ତେଣୁ ଆମେ ଯେପରି ଜୀବନଚର୍ଯ୍ୟା କରୁଛନ୍ତି ଠିକ୍ ସେହିପରି ଭଗବାନଙ୍କର ମଧ୍ୟ ସବୁ ଦାୟୀତ୍ୱ ନେଇଥାଉ ।

Also read- ରେଳ ବିଭାଗରେ ବ୍ୟବସାୟ କରିବେ ଗୌତମ ଆଦାନୀ: IRCTC ସହ ହେବ ପ୍ରତିଦ୍ୱନ୍ଦ୍ୱିତା

ଫଟୋଟି ଭାଇରାଲ୍ ହେବାପରେ ସୋସିଆଲ ମିଡିଆରେ ଅନେକ ପ୍ରତିକ୍ରିୟା (reaction) ମଧ୍ୟ ଦେଖିବାକୁ ମିଳିଛି । ଅନେକ ଜଣ କଥାଟିକୁ ବିଶ୍ୱାସର ସହ ନେଇଥିବାବେଳେ କିଛି ଜଣ ମଜାକ ଉଡାଇଥିବା ଜଣାପଡିଛି । ଫେସବୁକ (Facebook) ସମେତ ହ୍ୱାଟସଆପ (Whatsapp) ଓ ଅନ୍ୟ ସୋସିଆଲ ମିଡିଆ ସାଇଟ ଗୁଡିକରେ ଫଟୋଟି ଭାଇରାଲ (viral) ହୋଇଛି । ଆପଣଙ୍କୁ ସୂଚନା ଦେବାକୁ ଚାହୁଁ ଯେ, ବାରଣାସୀରେ ତାପମାତ୍ରା (temperature) କିଛି ଦିନ ହେବ ୪୦ ଡିଗ୍ରୀ ପାର କରିଛି । ତେଣୁ ଲୋକେ ଅନେକ ଅସୁବିଧା (problem)ର ସମ୍ମୁଖୀନ ହେଉଛନ୍ତି । ଘର ସମେତ ଅଫିସ ଗୁଡିକରେ ଏସି ଲଗାଇବା ଏକ ପ୍ରକାରର ବାଧ୍ୟତାମୂଳକ ହୋଇପଡୁଛି । କେବଳ ସେତିକି ନୁହେଁ ଅନେକ ମନ୍ଦିର (temple)ରେ ମଧ୍ୟ ଏସି ଲଗାଯାଇଥିବା ଦେଖିବାକୁ ମିଳିଛି । ଉତ୍ତାପରୁ ରକ୍ଷା ପାଇବା ପାଇଁ ଦୋକାନ (shop) ବଜାରରେ ମଧ୍ୟ ଏସି ବ୍ୟବହାର ବଢିଛି ।

Also read- BJD ଉପରେ ବର୍ଷିଲେ BJP ସାଂସଦ ଅପରାଜିତା ଷଡଙ୍ଗୀ