Dengue: ଡେଙ୍ଗୁ ଆତଙ୍କ! ହଟସ୍ପଟ୍ ପାଲଟିଲା ରାଜଧାନୀର ଏହି ୩ ଅଞ୍ଚଳ
Advertisement
Article Detail0/zeeodisha/odisha1763626

Dengue: ଡେଙ୍ଗୁ ଆତଙ୍କ! ହଟସ୍ପଟ୍ ପାଲଟିଲା ରାଜଧାନୀର ଏହି ୩ ଅଞ୍ଚଳ

Dengue: ଡ଼େଙ୍ଗୁରେ ଆତଙ୍କରେ ଆତଙ୍କିତ ହୋଇପଡ଼ିଛନ୍ତି ରାଜ୍ୟବାସୀ । ବର୍ତ୍ତମାନ ବର୍ଷା (Rain) ଆରମ୍ଭ ହୋଇଥିବା ବେଳେ ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି ।

ସୌ(ସୋସିଆଲ ମିଡିଆ)

Dengue: ମୌସୁମୀ ଆରମ୍ଭକୁ ଚିନ୍ତା ବଢାଇଛି ଡ଼େଙ୍ଗୁ (Dengue) । ରାଜ୍ୟରେ ଧୀରେ ଧୀରେ ଡ଼େଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜଧାନୀ ଭୁବନେଶ୍ବରରେ (Bhubaneswar) କିନ୍ତୁ ପରିସ୍ଥିତି ଜଟଳି ହେବା ପରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୭୫ ଜଣ ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିରୁ ଅଧିକାଂଶ ଖୋର୍ଦ୍ଧା (khordha) ଜିଲ୍ଲାରେ ଥିବା ଜଣାପଡ଼ିଛି । ଡ଼େଙ୍ଗୁରେ ଆତଙ୍କରେ ଆତଙ୍କିତ ହୋଇପଡ଼ିଛନ୍ତି ରାଜ୍ୟବାସୀ । ବର୍ତ୍ତମାନ ବର୍ଷା (Rain) ଆରମ୍ଭ ହୋଇଥିବା ବେଳେ ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି ।

ସୂଚନାଯୋଗ୍ୟ, ରାଜଧାନୀରେ ଡ଼େଙ୍ଗୁ ସ୍ଥିତି (Dengue) ଜଟିଳ ହେଉଥିବା ବେଳେ ବର୍ଷା ରତୁ ଆରମ୍ଭ ନହେଉଣୁ ଆଇଆରସି ଭିଲେଜ(IRC Village), ସାଲିଆ ସାହି (Salia Sahi) ଓ ଓଲଡ଼ ଟାଉନ (Old Town) ଅଞ୍ଚଳ ହଟସ୍ପଟ୍ ପାଲଟିଛି । ତେବେ ଏହାର ମୁକାବିଲା ନେଇ ବିଏମସି (Bhubaneswar Municipal Corporation) ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଛି । ଏନେଇ ମେୟର ସୁଲୋଚନା ଦାସ (Mayor Sulochana Das) କହିଛନ୍ତି, ରାଜଧାନୀର ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ ଜାରି ରହିଛି । ଏମିତି କି, ସମ୍ବେଦନଶୀଳ ଅଞ୍ଚଳରେ ସଫେଇ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଉଛି । ଆବଶ୍ୟକତା ଥିବା ସ୍ଥାନରେ ମଶା ଔଷ ଓ ବ୍ଲିଚିଂ ପକାଯାଉଛି । ସମୂହ ସଫେଇ ମାଧ୍ୟମରେ ଏହାକୁ ପ୍ରତିହିତ କରାଯାଇପାରିବ । ଗତବର୍ଷ ରାଜଧାନୀର ଅନେକ ସ୍ଥାନରେ ଡ଼େଙ୍ଗୁ ବ୍ୟାପିଥିଲା କିନ୍ତୁ ଚଳିତ ବର୍ଷ ସେପରି ସ୍ଥିତି ନାହିଁ । ତେବେ ଡ଼େଙ୍ଗୁକୁ ଆଖି ଆଗରେ ରଖି ବିଏମସି ପକ୍ଷରୁ ୨୦ଟି ଫଗିଂ ମେସିନ ମଗାଯାଇଛି । ଏହାସହ ଭୁବନେଶ୍ବରର ଦୁଇଟି ସ୍ଥାନରେ ଡ଼େଙ୍ଗୁ ନେଇ ରକ୍ତ ପରୀକ୍ଷା କରାଯାଉଛି । ସେପଟେ ବିଏମସି ଅତିରିକ୍ତ କମିଶନର (BMC Additional commissioner) କହିଛନ୍ତି, ରାଜଧାନୀବାସୀଙ୍କୁ ସତର୍କ ରହିବା ସହ ନିଜ ଅଞ୍ଚଳକୁ ସଫା ରଖିବାକୁ ହେବ । ସମ୍ବେଦନଶୀଳ ସ୍ଥାନରେ ପ୍ରାଥମିକତା ଭାବେ ଫଗିଂ କରାଯାଉଛି ।

ସେପଟେ, କୋରାପୁଟ (koraput) ଜିଲ୍ଲାରେ ମଧ୍ଯ ଡ଼େଙ୍ଗୁ ବୃଦ୍ଧି ପାଇଛି । ଜିଲ୍ଲାରେ ଶନିବାର ୨ ଓ ରବିବାର ଆଉ ଦୁଇ ଜଣ ଡ଼େଙ୍ଗୁ (Dengue) ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମସ୍ତ ଆକ୍ରାନ୍ତ କୋରାପୁଟ ମିଶନ କମ୍ପାଉଣ୍ତ ଅଞ୍ଚଳର ବୋଲି ଜଣାପଡ଼ିଛି । ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ, ଗତ ଜାନୁୟାରୀ ମାସରୁ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ୮ ଜଣଙ୍କ ରକ୍ତ ନମୂନା ପଜିଟିଭ୍ (Blood test positive) ଆସିଛି । ଏବେ ସ୍ଥିତି ନିୟନ୍ତ୍ରଣରେ ରହିଥିଲେ ମଧ୍ଯ ଆଗକୁ ଡ଼େଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ନେଇ ସମ୍ଭାବନା ରହିଛି । ତେବେ ଡ଼େଙ୍ଗୁ ଆକ୍ରାନ୍ତ ସଂଖ୍ୟା ବଢୁଥିଲେ ମଧ୍ଯ ପରିସ୍ଥିତି ଚିନ୍ତାଜନକ ନାହିଁ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ।

ପ୍ରକାଶ ଥାଉ କି, ସରକାରୀ ରିପୋର୍ଟ ଅନୁଯାୟୀ,  ଗତବର୍ଷ କୋରାପୁଟ ଜିଲ୍ଲାରେ ସର୍ବାଧିକ ୨୨୪ ଜଣ ଡ଼େଙ୍ଗୁରେ ଆକ୍ରାନ୍ତ ହୋଇଥିଲେ । ସେହିପରି ...

୨୦୨୧ ମସିହାରେ- ୧୫୨ ଜଣ

୨୦୨୦ ମସିହାରେ-୧୦୨ ଜଣ

୨୦୧୮ ମସିହାରେ -୧୭ ଜଣ ଡ଼େଙ୍ଗୁ ରୋଗୀ ଚିହ୍ନଟ୍ ହୋଇଥିଲେ ।

ଡ଼େଙ୍ଗୁ ଏକ ଭୂତାଣୁଜନିତ ଜୂର ହୋଇଥିବାରୁ ପ୍ରାୟ ୯୦ ପ୍ରତିଶତ ଲୋକେ ଆପେ ସୁସ୍ଥ ହୋଇଯାଆନ୍ତି । ପାଣି ଜମୁଥିବା ସ୍ଥାନ ସଫା କରିବା, ଡ଼ଷ୍ଟବିନକୁ ପ୍ରତିଦିନ ସଫା କରିବା, ଖାଲୁଆ ଜାଗାରେ ଯେଭଳି ପାଣି ନ ଜମି ନରୁହେ ସେଥିପ୍ରତି ସତର୍କ ରହିଲେ ଡ଼େଙ୍ଗୁର ମୁକାବିଲା କରିହେବ ।

ଏହା ବି ପଢନ୍ତୁ-MO BUS: ଗଡ଼ିବ ଆଉ ୨୦୦ଟି ‘ମୋ ବସ’, ରାଜଧାନୀରେ ଖୁବଶୀଘ୍ର ଚାଲିପାରେ ଇ-ବସ୍! ଜାଣନ୍ତୁ କେବେ ?