Dengue: ଡେଙ୍ଗୁ ପଛରେ କୋଭିଡ୍‌! ୧୮ ଜିଲ୍ଲାରେ ଚିହ୍ନଟ ହେଲେଣି ଏତିକି ରୋଗୀ
Advertisement

Dengue: ଡେଙ୍ଗୁ ପଛରେ କୋଭିଡ୍‌! ୧୮ ଜିଲ୍ଲାରେ ଚିହ୍ନଟ ହେଲେଣି ଏତିକି ରୋଗୀ

Dengue:ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୯୭ ଜଣ ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିରୁ ଅଧିକାଂଶ ଖୋର୍ଦ୍ଧା ଜିଲ୍ଲାରେ ଥିବା ଜଣାପଡ଼ିଛି । ଡ଼େଙ୍ଗୁରେ ଆତଙ୍କରେ ଆତଙ୍କିତ ହୋଇପଡ଼ିଛନ୍ତି ରାଜ୍ୟବାସୀ । 

ସୌ(ସୋସିଆଲ ମିଡିଆ)

Dengue:ମୌସୁମୀ ଆରମ୍ଭରୁ ଚିନ୍ତା ବଢାଇଛି ଡ଼େଙ୍ଗୁ (Dengue) । ରାଜ୍ୟରେ ଧୀରେ ଧୀରେ ଡ଼େଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜଧାନୀ ଭୁବନେଶ୍ବରରେ (Bhubaneswar) ପରିସ୍ଥିତି ଜଟଳି ହେବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୯୭ ଜଣ ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିରୁ ଅଧିକାଂଶ ଖୋର୍ଦ୍ଧା (khordha) ଜିଲ୍ଲାରେ ଥିବା ଜଣାପଡ଼ିଛି । ଡ଼େଙ୍ଗୁରେ ଆତଙ୍କରେ ଆତଙ୍କିତ ହୋଇପଡ଼ିଛନ୍ତି ରାଜ୍ୟବାସୀ । ବର୍ତ୍ତମାନ ବର୍ଷା (Rain) ଆରମ୍ଭ ହୋଇଥିବା ବେଳେ ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି ।

ସୂଚନାଯୋଗ୍ୟ, ରାଜଧାନୀରେ ଡ଼େଙ୍ଗୁ ସ୍ଥିତି (Dengue) ଜଟିଳ ହେଉଥିବା ବେଳେ ବର୍ଷା ଆରମ୍ଭ ନହେଉଣୁ ଆଇଆରସି ଭିଲେଜ(IRC Village), ସାଲିଆ ସାହି (Salia Sahi) ଓ ଓଲଡ଼ ଟାଉନ (Old Town) ଅଞ୍ଚଳ ହଟସ୍ପଟ୍ ପାଲଟିଛି । ଭୁବନେଶ୍ବର ସମେତ ରାଜ୍ୟର ୧୮ଟି ଜିଲ୍ଲାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିବା ସୂଚନା ଅନୁସାରେ, ଚଳିତ ମାସ ୨ ତାରିଖ ସୁଦ୍ଧା ରାଜ୍ୟରେ ୧୧,୫୭୫ଟି ନମୂନା ପରୀକ୍ଷା ହୋଇଥିବା ବେଳେ ଏଥି ମଧ୍ୟରୁ ୧୯୭ ଜଣ ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ରୋଗୀଙ୍କ ମଧ୍ଯରୁ ୧୦୫ ଜଣ ଖୋର୍ଦ୍ଧା ଜିଲ୍ଲାରୁ ରହିଛନ୍ତି । ସୋମବାର ଦିନ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେଥିରୁ ପ୍ରାୟ ୯ ଜଣ ଖୋର୍ଦ୍ଧା ଜିଲ୍ଲାରୁ ରହିଥିଲେ । ସେହିପରି ଯାଜପୁରରୁ ୧୨ ଜଣ, ବାଲେଶ୍ବର-ପୁରୀରୁ ୧୦, କଟକରୁ ୧୧ ଓ ଭଦ୍ରକରୁ ପ୍ରାୟ ୮ ଜଣ ଡ଼େଙ୍ଗୁ ରୋଗୀ ଥିବା ଜଣାପଡ଼ିଛି । ଗତବର୍ଷ  ମୋଟ ୬୧୨୫ଟି ନମୂନା ପରୀକ୍ଷା ହୋଇଥିବା ବେଳେ ସେଥିରୁ ୩୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେଥିରୁ କେବଳ ୯୩ ଜଣ ଖୋର୍ଦ୍ଧା ଜିଲ୍ଲାରୁ ହିଁ ରହିଥିଲେ ।

ଡ଼େଙ୍ଗୁ ପଛରେ କୋଭିଡ଼!

ଗତ ୨ରୁ ୩ ବର୍ଷ ମଧ୍ୟରେ ଭୁବନେଶ୍ବର ତଥା ରାଜ୍ୟରେ ଡ଼େଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପଛରେ କୋଭିଡ଼ ମୁଖ୍ୟ କାରଣ ବୋଲି ବିଶେଷଜ୍ଞ କହିଛନ୍ତି । କୋଭିଡ଼ରେ ଲକଡ଼ାଉନ ଓ ସଟଡ଼ାଉନ ଯୋଗୁଁ ରାସ୍ତା ଘାଟ, ଡ଼ଷ୍ଟବିନ୍, ଗାଡ଼ି, ପାଣି ଟାଙ୍କି ପରି ଅନେକ ସ୍ଥାନ ସଫା ହୋଇ ପାରିନଥିଲା । ଫଳରେ ସେହି ସବୁ ସ୍ଥାନରେ ଅଳିଆ ଆର୍ବଜନା ବୃଦ୍ଧି ପାଇଥିଲା ।

କେମିତି ବ୍ୟାପିଥାଏ ଡ଼େଙ୍ଗୁ

ଏଡ଼ିସ ମଶା କାମୁଡ଼ିବା ଦ୍ବାରା ଡ଼େଙ୍ଗୁ ହୋଇଥାଏ । ସାଧାରଣତଃ ଏମାନେ ସକାଳ ଓ ସଂଧ୍ଯା ସମୟରେ ଅଧିକ କାମୁଡ଼ିଥାଆନ୍ତି । ଏହି ମଶା ସ୍ବଚ୍ଛ ପାଣି ବଂଶ ବିସ୍ତାର କରିଥାଏ । ଏହାର ଅଣ୍ତା ୧-୨ ବର୍ଷ ପାଇଁ ସତେଜ ରହିଥାଏ । କଠିନ ବର୍ଜ୍ୟବସ୍ତୁ ସହିତ ଏଡ଼ିସ ମଶାର ଅଣ୍ତା ଲାଗି ରହିଥାଏ । ବର୍ଷା ଦିନେ ଆସିବା ପରେ ପାଣି ବାଜି ଅଣ୍ତାରୁ ଛୁଆ ବାହାରିଥାଆନ୍ତି । ଡ଼େଙ୍ଗୁ ଏକ ଭୂତାଣୁଜନିତ ଜୂର ହୋଇଥିବାରୁ ପ୍ରାୟ ୯୦ ପ୍ରତିଶତ ଲୋକେ ଆପେ ସୁସ୍ଥ ହୋଇଯାଆନ୍ତି । ପାଣି ଜମୁଥିବା ସ୍ଥାନ ସଫା କରିବା, ଡ଼ଷ୍ଟବିନକୁ ପ୍ରତିଦିନ ସଫା କରିବା, ଖାଲୁଆ ଜାଗାରେ ଯେଭଳି ପାଣି ନ ଜମି ନରୁହେ ସେଥିପ୍ରତି ସତର୍କ ରହିଲେ ଡ଼େଙ୍ଗୁର ମୁକାବିଲା କରିହେବ ।

ଏହା ବି ପଢନ୍ତୁ-ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କ ଟେର ପାଉନି ପୋଲିସ

ତେବେ ଡ଼େଙ୍ଗୁର ମୁକାବିଲା ନେଇ ବିଏମସି (Bhubaneswar Municipal Corporation) ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଛି । ଏନେଇ ମେୟର ସୁଲୋଚନା ଦାସ (Mayor Sulochana Das) କହିଛନ୍ତି, ରାଜଧାନୀର ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ ଜାରି ରହିଛି । ଏମିତି କି, ସମ୍ବେଦନଶୀଳ ଅଞ୍ଚଳରେ ସଫେଇ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଉଛି । ଆବଶ୍ୟକତା ଥିବା ସ୍ଥାନରେ ମଶା ଔଷ ଓ ବ୍ଲିଚିଂ ପକାଯାଉଛି । ସମୂହ ସଫେଇ ମାଧ୍ୟମରେ ଏହାକୁ ପ୍ରତିହିତ କରାଯାଇପାରିବ ।

ପ୍ରକାଶ ଥାଉ କି, ସରକାରୀ ରିପୋର୍ଟ ଅନୁଯାୟୀ,  ଗତବର୍ଷ କୋରାପୁଟ ଜିଲ୍ଲାରେ ସର୍ବାଧିକ ୨୨୪ ଜଣ ଡ଼େଙ୍ଗୁରେ ଆକ୍ରାନ୍ତ ହୋଇଥିଲେ । ସେହିପରି ...

୨୦୨୧ ମସିହାରେ- ୧୫୨ ଜଣ

୨୦୨୦ ମସିହାରେ-୧୦୨ ଜଣ

୨୦୧୮ ମସିହାରେ -୧୭ ଜଣ ଡ଼େଙ୍ଗୁ ରୋଗୀ ଚିହ୍ନଟ୍ ହୋଇଥିଲେ ।