Delivery Boy: ଗ୍ରାହକଙ୍କ ଘର ସାମ୍ନାରୁ ଜୋତା ଚୋରିକଲେ ଡେଲିଭରୀ ବୟ, ଭିଡିଓ ଭାଇରାଲ୍
Advertisement
Article Detail0/zeeodisha/odisha1984857

Delivery Boy: ଗ୍ରାହକଙ୍କ ଘର ସାମ୍ନାରୁ ଜୋତା ଚୋରିକଲେ ଡେଲିଭରୀ ବୟ, ଭିଡିଓ ଭାଇରାଲ୍

Delivery Boy: ଆଜି ଆପଣଙ୍କୁ ଯେଉଁ ବିଷୟରେ କହିବାକୁ ଯାଉଛୁ ତାହା ଟିକେ ଭିନ୍ନ । କାରଣ ଜଣେ ଡେଲିଭରୀ ବୟ ଗ୍ରାହକଙ୍କ ଘର ସାମ୍ନାରୁ ଜୋତା ଚୋରି କରୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

Delivery Boy: ଗ୍ରାହକଙ୍କ ଘର ସାମ୍ନାରୁ ଜୋତା ଚୋରିକଲେ ଡେଲିଭରୀ ବୟ, ଭିଡିଓ ଭାଇରାଲ୍

Delivery Boy: ବର୍ତ୍ତମାନର ଇଣ୍ଟରନେଟ୍ ଯୁଗରେ ସବୁକିଛି ଆମକୁ ହାତ ପାହାନ୍ତାରେ ମିଳିଯାଉଛି । ଖାଦ୍ୟ ସାମଗ୍ରୀ ହେଉ ଅବା ରନ୍ଧା ଖାଦ୍ୟ କେବଳ ଗୋଟିଏ କ୍ଲିକରେ ସବୁକିଛି ଅର୍ଡର କରି ଆମେ ପାଇପାରୁଛନ୍ତି । କିନ୍ତୁ ଆପଣ ଜାଣନ୍ତି କି, ଏହି ସୁବିଧା ଅନେକ ସମୟରେ ଆମକୁ ବିପଦରେ ପକାଇପାରେ । ଅନେକ ବ୍ୟକ୍ତି ଠକାମିର ଶିକାର ହେଉଥିବା କଥା ଆପଣ ଶୁଣିଥିବେ କିନ୍ତୁ ଆଜି ଆପଣଙ୍କୁ ଯେଉଁ ବିଷୟରେ କହିବାକୁ ଯାଉଛୁ ତାହା ଟିକେ ଭିନ୍ନ । କାରଣ ଜଣେ ଡେଲିଭରୀ ବୟ ଗ୍ରାହକଙ୍କ ଘର ସାମ୍ନାରୁ ଜୋତା ଚୋରି କରୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

ନିକଟରେ ଇନଷ୍ଟାଗ୍ରାମରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଡେଲିଭରି ବୟ ଗ୍ରାହକଙ୍କ ଘର ଦ୍ୱାରରେ ରଖାଯାଇଥିବା ଜୋତା ଚୋରି କରିଥିଲେ । କ୍ୟାପଟେନ ମୋନିକା ଖାନ୍ନା ନାମକ ଜଣେ ଇନଷ୍ଟାଗ୍ରାମ ବ୍ୟବହାରକାରୀ ଏହି ଭିଡିଓଟିକୁ ସର୍ବସାଧାରଣରେ ସେୟାର କରିଛନ୍ତି। ଭିଡିଓରେ ଏହା ସ୍ପଷ୍ଟ ଭାବେ ଦେଖାଯାଉଛି ଯେ. ଡେଲିଭରି ବୟ ଜୋତା ଉଠାଇ ନେଇଯାଉଛନ୍ତି ।

ଆପାର୍ଟମେଣ୍ଟର ପ୍ରବେଶ ଦ୍ୱାରରେ ରହିଥିବା ଏକ ସିସିଟିଭି କ୍ୟାମେରା (CCTV Camera)ରେ ସମ୍ପୁର୍ଣ୍ଣ ଫୁଟେଜ ରେକର୍ଡ ହୋଇ ରହିଛି । କ୍ୟାପଟେନ ମୋନିକା ଦେଇଥିବା କ୍ୟାପସନ ଅନୁଯାୟୀ, ବ୍ଲିଙ୍କିଟ୍ ଡେଲିଭରି ଏଜେଣ୍ଟ ରାତି ୮ ଟା ପୂର୍ବରୁ ଘର ସାମ୍ନାରେ ପହଞ୍ଚି ଅର୍ଡର ଦେଇଥିଲେ ଚାଲିଯାଇଥିଲେ । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ କିଛି ସେକେଣ୍ଡ ପରେ ଡେଲିଭରୀ ବୟ ଘର ସାମ୍ନାକୁ ଆସିଥିଲେ ଏବଂ ଜୋତା ଉଠାଇ ଚୋରି କରିନେଇଥିଲେ ।

Post- 

ମୋନିକା ମଧ୍ୟ ଏହି ପୋଷ୍ଟରେ ସଂପ୍ରୁକ୍ତ ଡେଲିଭରୀ ସଂସ୍ଥାକୁ ଟ୍ୟାଗ୍ କରିଥିଲେ । ଭବିଷ୍ୟତରେ ଯେପରି ଏହି କାର୍ଯ୍ୟ ନହୁଏ ସେଥିପାଇଁ ସେ ଭିଡିଓଟିକୁ ଭାଇରାଲ୍ କରିଥିଲେ । ଏହି ଭିଡିଓଟିକୁ ୩.୨ ମିଲିୟନରୁ ଅଧିକ ଲୋକ ଦେଖିସାରିଛନ୍ତି । ଅନେକ ଉପଭୋକ୍ତା କମ୍ପାନୀକୁ ଏହାର ତୁରନ୍ତ ଉତ୍ତର ଦେବାକୁ ଏବଂ ସୁରକ୍ଷା ସମସ୍ୟାର ସମାଧାନ କରିବାକୁ ଅନୁରୋଧ କରୁଛନ୍ତି। ଜଣେ ବ୍ୟବହାରକାରୀ କହିଛନ୍ତି, ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଅନ୍ୟ ଜଣେ ମନ୍ତବ୍ୟ ଦେଇ କହିଛନ୍ତି, ଏପରି ଘଟଣା ଦେଖି ବିଶ୍ୱାସ କରିହେଉନି । ଏହି ଘଟଣା ଆମକୁ ସତର୍କ କରାଉଛି ଯେ, ଅନଲାଇନ୍ ବିତରଣ ସେବା ବ୍ୟବହାର କରିବାବେଳେ ଆମେ ସତର୍କ ହେବା ଉଚିତ୍ । ଆମ ଘରେ ସିସିଟିଭି କ୍ୟାମେରା ଲଗାଇବା ସହିତ ଡେଲିଭରୀ ବୟଙ୍କ ଗତୀବିଧି ଉପରେ ନଜର ରଖିବା ଆବଶ୍ୟକ ।

Also Read- ଘରୋଇ ବସ ମାଲିକ ସଂଘର ଘୋଷଣା, ଧର୍ମଘଟ ପ୍ରତ୍ୟାହୃତ

Also Read- ଅଞ୍ଜୁ ଭାରତ ଫେରିବା ପରେ ଏମିତି କହିଲେ ପ୍ରଥମ ସ୍ୱାମୀ ଅରବିନ୍ଦ