Delhi Liquor Scam: ମୁଖ୍ୟମନ୍ତ୍ରୀଙ୍କୁ ସମନ ଜାରି କଲେ କୋର୍ଟ, ୧୭ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ
Advertisement
Article Detail0/zeeodisha/odisha2099313

Delhi Liquor Scam: ମୁଖ୍ୟମନ୍ତ୍ରୀଙ୍କୁ ସମନ ଜାରି କଲେ କୋର୍ଟ, ୧୭ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ

Delhi CM Arvind Kejriwal: ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଭିଯୋଗକୁ ଗ୍ରହଣ କରି ରାଉସ୍ ଆଭେନ୍ୟୁ କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ଜାରି ଆସନ୍ତା ୧୭ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

 

Delhi Liquor Scam: ମୁଖ୍ୟମନ୍ତ୍ରୀଙ୍କୁ ସମନ ଜାରି କଲେ କୋର୍ଟ, ୧୭ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ

Rouse Avenue Court Summons Delhi CM: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଛି ଜବରଦସ୍ତ ଝଟକା। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଭିଯୋଗକୁ ଗ୍ରହଣ କରି ରାଉସ୍ ଆଭେନ୍ୟୁ କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ଜାରି କରିଛନ୍ତି। ତାଙ୍କୁ ଆସନ୍ତା ୧୭ ତାରିଖରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆପଣଙ୍କୁ କହି ରଖୁଛୁ ଯେ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଜାରି ହୋଇଥିବା ସମନ ଅଣଦେଖା କରିବାରୁ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ତାଙ୍କ ବିରୋଧରେ ଅଦାଲତର ଦ୍ୱାରସ୍ଥ ହୋଇଛି। 

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଜେରା କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ୫ ଥର ସମନ ଜାରି କରାଯାଇଛି। ହେଲେ ଅରବିନ୍ଦ କେଜ୍ରିୱାଲ ଥରେ ହେଲେ ମଧ୍ୟ ହାଜର ହୋଇନାହାଁନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ହୋଇଥିବାସ ସମନ ବେଆଇନ ବୋଲି ସେ କହିଛନ୍ତି। ସମନ ଜାରି ହେବା ପରେ ହାଜର ନହେବା କାରଣରୁ ଇଡି଼ ଅଦାଲତର ଦ୍ୱାରସ୍ଥ ହୋଇ ଏକ ଆବେଦନ କରିଥିଲେ। ଯେଉଁଥିରେ କୁହାଯାଇଛି ଯେ ବାରମ୍ବାର ସମନସ ଜାରି କରାଯିବା ସତ୍ତ୍ୱେ ଅରବିନ୍ଦ କେଜ୍ରିୱାଲ ଜେରା ପାଇଁ ହାଜର ହୋଇନାହାଁନ୍ତି। ଏହି ମାମଲାର ଶୁଣାଣି ବେଳେ କୋର୍ଟ କେଜ୍ରିୱାଲଙ୍କୁ ଫେବୃଆରୀ ୧୭ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ କୋର୍ଟ ପକ୍ଷରୁ ଜାରି ହୋଇଥିବା ସମନ ଉପରେ ପ୍ରତିକ୍ରିୟା ରଖିଛି ଆମ ଆଦମୀ ପାର୍ଟି। ଏନେଇ ଆପ୍ ପକ୍ଷରୁ କୁହାଯାଇଛି ଯେ ଆମେ ଅଦାଲତଙ୍କ ଆଦେଶ ଅଧ୍ୟୟନ କରୁଛୁ ଏବଂ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମସ୍ତ ସମନ କିପରି ବେଆଇନ ଥିଲା ତାହା ଆମେ ଅଦାଲତଙ୍କୁ ଜଣାଇବୁ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ କଣ ରହିଛି ଅଭିଯୋଗ?
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଭିଯୋଗ ହେଉଛି ଯେ ୨୦୨୧-୨୨ ମସିହାରେ ଦିଲ୍ଲୀ ସରକାରଙ୍କ ଅବକାରୀ ନୀତିରେ ମଦ ବ୍ୟବସାୟୀଙ୍କୁ ଲାଇସେନ୍ସ ପ୍ରଦାନ ନିୟମରେ ପରିବର୍ତ୍ତନ କରି ଜଣାଶୁଣା ବ୍ୟବସାୟୀଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଥିଲା। ଏଥିପାଇଁ ଲାଞ୍ଚ ମଧ୍ୟ ନିଆଯାଇଥିଲା। ହେଲେ ଆମ୍ ଆଦମୀ ପାର୍ଟି ଏହି ଅଭିଯୋଗକୁ ବାରମ୍ବାର ଅସ୍ୱୀକାର କରିଆସୁଛି। ପରେ ଦିଲ୍ଲୀ ସରକାର ଏହି ନୀତି ବାତିଲ କରିଥିଲେ। ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ମଧ୍ୟ ପୂର୍ବରୁ କହିଥିଲେ ଯେ କୌଣସି ଦୁର୍ନୀତି ହୋଇନାହିଁ। ମୋର ସବୁଠୁ ବଡ ସମ୍ପତ୍ତି ସଚ୍ଚୋଟତା ଉପରେ ଦାଗ ଲଗାଇବାକୁ ବିଜେପି ପ୍ରୟାସ କରୁଛି ବୋଲି କହିଥିଲେ ଅରବିନ୍ଦ କେଜ୍ରିୱାଲ। 

ଅରବିନ୍ଦ କେଜ୍ରିୱାଲଙ୍କୁ କୋର୍ଟ ସମନ ଜାରି କରାଯିବାର ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀ ସରକାରୀ ମନ୍ତ୍ରୀ ଅତିଶୀ ମାରଲେନା ଇଡି ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ନିଜେ ଇଡି ଅନୁସନ୍ଧାନରେ ଏକ ଘୋଟାଲା ରହିଛି। ଲୋକଙ୍କୁ ଭୟଭୀତ କରି ବିବୃତ୍ତି ଲେଖିବାକୁ ପ୍ରସ୍ତୁତ କରାଯାଉଛି। ଗତ ଦେଢ ବର୍ଷ ମଧ୍ୟରେ ସେ ଏହି ଘଟଣାରେ ଯେଉଁ ପ୍ରଶ୍ନ କରାଯାଇଛି ତାହାର ଅଡିଓ ରେକର୍ଡିଂ ଡିଲିଟ ହୋଇଯାଇଛି। ଅଡିଓ ବାହାରିବା ସହିତ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି।