Delhi Police ପାଖରେ ଅଛି ଅସଲି 'ଖଲି', ଦୈନିକ ଖାଆନ୍ତି ଅଢେଇ କେଜି ଚିକେନ୍ ଓ ୨୦ ଅଣ୍ଡା, ଚେହେରା ଦେଖି ଆପଣ ବି ହେବେ ଚକିତ!
Advertisement

Delhi Police ପାଖରେ ଅଛି ଅସଲି 'ଖଲି', ଦୈନିକ ଖାଆନ୍ତି ଅଢେଇ କେଜି ଚିକେନ୍ ଓ ୨୦ ଅଣ୍ଡା, ଚେହେରା ଦେଖି ଆପଣ ବି ହେବେ ଚକିତ!

Delhi Police: ଦିଲ୍ଲୀ ପୋଲିସର ହେଡ୍ କନଷ୍ଟେବଳ ନରେନ୍ଦ୍ର ଯାଦବ । ନିଜର ଏପରି ବିଶାଳ ଶରୀର ପାଇଁ ସେ 'ଖଲି' ନାମରେ ବେଶ ଜଣାଶୁଣା ।

ସୌ(ସୋସିଆଲ ମିଡିଆ)

Delhi Police Constable khali Narendra Yadav Diet plan : Narendra Yadav ସୁଗଠିତ ଶରୀର, ବଳିଷ୍ଠ ବାହୁ, କଡ଼ା ଲୁକ ସାଙ୍ଗକୁ ଫିଟନେସର ବେଷ୍ଟ ଅନ୍ଦାଜ ଆଉ ଦେହରେ ଖାକି ପୋଷାକ ।ଏଠି ଆମେ ଆପଣଙ୍କୁ ରୋହିତ ସେଠୀଙ୍କ ବଲିଉଡ଼ ୱାର୍ଲଡ଼ର ରିଲ ହିରୋଙ୍କ କାହାଣୀ କହୁନୁ । ଆମେ କହୁଛୁ ରିଆଲ ଲାଇଫର ବେଷ୍ଟ ଫିଜିକ ଥିବା ଦିଲ୍ଲୀ ପୋଲିସର ହେଡ଼ କନେଷ୍ଟବଲ ନରେନ୍ଦ୍ର ଯାଦବଙ୍କ କଥା । ନିଜର ଏପରି ବିଶାଳ ଶରୀର ପାଇଁ ସେ 'ଖଲି' ନାମରେ ମଧ୍ୟ ବେଶ ଜଣାଶୁଣା । 

ନରେନ୍ଦ୍ର ଯାଦବଙ୍କୁ ସୋସିଆଲ ମିଡି଼ଆରେ ମଧ୍ୟ ଲୋକେ ବେଶ ପସନ୍ଦ କରିଥାଆନ୍ତି । ତାଙ୍କ ଇଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରାୟ ୨.୫  ଲକ୍ଷ ଅଧିକ ଫଲୋୟର୍ସ ଅଛନ୍ତି । ତେବେ ବଡ଼ି ବିଲଡିଂ କରିବାକୁ ପସନ୍ଦ କରୁଥିବା ଲୋକେ ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ତାଙ୍କଠାରୁ ଫୁଡ଼୍ ଡାଏଟ ନେଇ ପ୍ରଶ୍ନ କରୁଥିବା ଦେଖିବାକୁ ମିଳିଥାଏ । ସେ କେଉଁ ବ୍ୟାୟାମ କରନ୍ତି, କଣ ଖାଆନ୍ତି ଏହା ଜାଣିବା ନେଇ ମଧ୍ୟ ଲୋକେ ତାଙ୍କୁ ପ୍ରଶ୍ନ ପଚାରିଥାଆନ୍ତି ।

ନରେନ୍ଦ୍ର ଯାଦବ ଦିଲ୍ଲୀ ପୋଲିସର ହେଡ୍ କନଷ୍ଟେବଳ ଅଟନ୍ତି । ସେ ଅନେକ ବଡ଼ି ବିଲଡିଂ ଟୁର୍ନାମେଣ୍ଟରେ ସ୍ୱର୍ଣ୍ଣ ପଦକ ବିଜେତା ମଧ୍ୟ ରହିଆସିଛନ୍ତି । ନଜାଫଗଡର ନରେନ୍ଦ୍ର ଯାଦବ ୨୦୦୬  ମସିହାରୁ ଦିଲ୍ଲୀ ପୋଲିସରେ କାର୍ଯ୍ୟ କରିଆସୁଛନ୍ତି । ସେ ୨୦୦୯ ମସିହାରେ ବଡି ବିଲଡିଂ ଆରମ୍ଭ କରିଥିଲେ । ଏହାପୂର୍ବରୁ ନରେନ୍ଦ୍ରଙ୍କ ଶରୀର ସାଧାରଣ ଲୋକଙ୍କ ପରି ଥିଲା ।  ଅବଶ୍ୟ, ବର୍ତ୍ତମାନ ତାଙ୍କ ଶରୀରର ଏପରି ହୋଇଛି ଯେ ଯିଏ ବି ତାଙ୍କୁ ଦୂରରୁ ଦେଖେ ସେ ଚିହ୍ନି ଯାଆନ୍ତି ।

ନରେନ୍ଦ୍ର ଯାଦବଙ୍କ ଉଚ୍ଚତା ୫ ଫୁଟ ୮ ଇଞ୍ଚ ରହିଥିଲା ବେଳେ ଓଜନ ରହିଛି ପ୍ରାୟ ୧୦୮ କିଲୋ । ବାଇସେପ୍ସ ୨୦ ଇଞ୍ଚ, ଛାତି ୫୮ ଇଞ୍ଚ ଓ ଅଣ୍ଟା ୩୪ ଇଞ୍ଚ ଅଟେ ।

ଣ ଖାଆନ୍ତି ନରେନ୍ଦ୍ର ଯାଦବ ?

ନରେନ୍ଦ୍ର ବେଶ ସମୟ ଧରି ବ୍ୟାୟାମ କରିଥାଆନ୍ତି । ତେବେ ଏହି ବ୍ୟାୟାମ ତାଙ୍କୁ ଭାରିଭରକମ ଡା଼ଏଟ କରିବାକୁ ପଡ଼ିଥାଏ । ସେ ପ୍ରତିଦିନ ୨.୫ କିଲୋ ଚିକିନ୍ ସହ ୨୦ଟି ଅଣ୍ତା, ୧୦ ରୁଟି, ୪ ଚାମଚ ପ୍ରୋଟିନ୍ ଓ ଗୋଟିଏ ପ୍ୟାକେଟ୍ ବ୍ରେଡ଼ ଖାଆନ୍ତି । ପୂରା ଦିନରେ ସେ ୬ ଥରରେ ସେ ଏହି ଖାଇବାକୁ ଖାଇଥାଆନ୍ତି । ଗୋଟିଏ ଦିନରେ ସେ ପ୍ରାୟ ୫ ହଜାରରୁ ଅଧିକ କ୍ୟାଲୋରୀର ଖାଦ୍ୟ ଖାଇଥାଆନ୍ତି ।

କେତେ ସମୟ କରନ୍ତି ବ୍ୟାୟାମ ?

ସକାଳେ ଉଠିବା ପରେ ନରେନ୍ଦ୍ର ଯାଦବ ପ୍ରଥମେ କାର୍ଡିଓ କରନ୍ତି, ଏଥିରେ ସେ ଦୌଡି଼ବା ସହ ସାଇକେଲ ମଧ୍ୟ ଚଳାଇଥାଆନ୍ତି । ଏହା ପରେ ସେ ବ୍ରେକଫାଷ୍ଟ କରି ୨ ରୁ ୨.୫ ଘଣ୍ଟା ବ୍ୟାୟାମ କରଥାଆନ୍ତି । ନରେନ୍ଦ୍ର କହନ୍ତି ଯେ ସେ ସପ୍ତାହକୁ ୫ ଦିନ ସେ ଏକସରସାଇଜ କରନ୍ତି ଓ ବାକି ଦୁଇ ଦିନ ସେ ବିଶ୍ରାମ କରିଥାଆନ୍ତି ।  ନରେନ୍ଦ୍ର ପୋଷାକକୁ ସହଜରେ ପିନ୍ଧପାରନ୍ତି କିନ୍ତୁ ଏତେ ଭାରୀ ଶରୀର ହେତୁ ସେ ଖୋଲିବା ସମୟରେ ସେ ବିନା ସାହାର୍ଯ୍ୟରେ ଡ଼୍ରେସ ଖୋଲିପାରନ୍ତି ନାହିଁ ।