Nitin Gadkari: କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କୁ ହତ୍ୟା ଧମକ, ଦାଉଦଙ୍କ ନାମରେ ଆସିଛି ତିନିଟି କଲ୍
Advertisement

Nitin Gadkari: କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କୁ ହତ୍ୟା ଧମକ, ଦାଉଦଙ୍କ ନାମରେ ଆସିଛି ତିନିଟି କଲ୍

Death Threat to Nitin Gadkari: କେନ୍ଦ୍ର ପରିବହନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ନିତିନ ଗଡକରୀଙ୍କୁ ହତ୍ୟା ଧମକ ଦିଆଯାଇଛି । ଦାଉଦଙ୍କ ନାମରେ ତିନୋଟି କଲ୍ ଆସିଛି । ଏହି ଧମକ ନାଗପୁର କାର୍ଯ୍ୟାଳୟର ଲ୍ୟାଣ୍ଡଲାଇନ ନମ୍ବରକୁ କଲ୍ କରି ଦିଆଯାଇଛି ।

ସୌ: ସୋସିଆଲ ମିଡିଆ

Death Threat to Nitin Gadkari: କେନ୍ଦ୍ର ପରିବହନ ମନ୍ତ୍ରୀ (Union Transport Minister) ତଥା ବରିଷ୍ଠ ବିଜେପି ନେତା ନିତିନ ଗଡକରୀଙ୍କୁ (Nitin Gadkari) ହତ୍ୟା ଧମକ ଦିଆଯାଇଛି । ଗଡକରୀର ନାଗପୁର କାର୍ଯ୍ୟାଳୟକୁ (Nagpur Office) ଫୋନ୍ କରି ହତ୍ୟା ଧମକ  (Death Threat)  ଦିଆଯାଇଛି । ନାଗପୁରରେ କେନ୍ଦ୍ର ମନ୍ତ୍ରୀଙ୍କ ଜନସମ୍ପର୍କ କାର୍ଯ୍ୟାଳୟର ଲ୍ୟାଣ୍ଡଲାଇନ ନମ୍ବରରେ ତିନିଥର ଧମକପୂର୍ଣ୍ଣ କଲ୍ ଆସିଛି । ଦାଉଦଙ୍କ ନାମରେ ଏହି ଧମକ ଦିଆଯାଇଛି । ସୂତ୍ରରୁ ପ୍ରକାଶ ଯେ ୧୦୦ କୋଟି ଟଙ୍କା ମଧ୍ଯ ମଗାଯାଇଛି । ସେ ଟଙ୍କା ନ ଦେଇଥିବାରୁ ତାଙ୍କୁ ମୃତ୍ୟୁ ଧମକ ଦିଆଯାଇଛି । ଧମକ କଲ୍ ଆସିବା ମାତ୍ରେ ଗଡକରୀର ନାଗପୁର କାର୍ଯ୍ୟାଳୟର ସୁରକ୍ଷା ବୃଦ୍ଧି କରାଯାଇଛି ।

ଆଜି ଅର୍ଥାତ୍ ଶନିବାର ଦିନ (ଜାନୁୟାରୀ ୧୪) ସକାଳ ଠାରୁ ତିନିଥର ଧମକପୂର୍ଣ୍ଣ କଲ୍ ଆସି ସାରିଛି । ସୂଚନା ପାଇବା ମାତ୍ରେ ନାଗପୁର ପୋଲିସକୁ ସତର୍କ କରାଯାଇଛି ଓ ତଦନ୍ତ ଆରମ୍ଭ ହୋଇଛି । ନାଗପୁରର କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କ ଜନସମ୍ପର୍କ କାର୍ଯ୍ୟାଳୟ ବାହାରେ ଚାରୋଟି ଫୋନ୍ ନମ୍ବର ପ୍ରଦର୍ଶିତ ହୋଇଛି । ଏହି ନମ୍ବରଗୁଡ଼ିକରେ ସକାଳ ତିନିଥର ଫୋନ୍ ଆସିସାରିଛି । 

ସ୍ଥାନୀୟ ପୋଲିସ ଦଳ ବ୍ୟତୀତ ଆତଙ୍କବାଦ ବିରୋଧୀ ସ୍କ୍ୱାଡ (ଏଟିଏସ) ମଧ୍ୟ କେନ୍ଦ୍ର ମନ୍ତ୍ରୀଙ୍କ ନାଗପୁର କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ମାମଲାର ତଦନ୍ତ ଆରମ୍ଭ ହୋଇଛି । ୨୬ ଜାନୁଆରୀ (ଗଣତନ୍ତ୍ର ଦିବସ) ଅବସରରେ ଆତଙ୍କବାଦୀମାନେ ଏପରି ଘୃଣ୍ୟ କାର୍ଯ୍ୟକଳାପ କରିବାକୁ ଚେଷ୍ଟା କରିପାରନ୍ତି । ଏଭଳି ପରିସ୍ଥିତିରେ ଏହି ପ୍ରସଙ୍ଗକୁ ଅତି ଗୁରୁତର ସହ ନିଆଯାଉଛି ।

ଆଜି ସକାଳୁ ନିତିନ ଗଡ଼କରୀଙ୍କ ନାଗପୁରରେ ଥିବା ଲୋକସମ୍ପର୍କ କାର୍ଯ୍ୟାଳୟ ତାଙ୍କୁ ହତ୍ୟା କରିବାର ଧମକ ତିନିଥର କଲ୍ ମାଧ୍ୟମରେ ମିଳିଛି । ପ୍ରଥମ କଲ୍ ସକାଳ ୧୧.୨୯ ରେ ଆସିଥିଲା । ଦ୍ୱିତୀୟ କଲ୍ ସକାଳ ୧୧.୩୫ ରେ ଆସିଥିଲା ​​। ତୃତୀୟ କଲ୍ ସକାଳ ୧୨.୩୨ ରେ ଆସିଥିଲା ​​। ନାଗପୁର ପୋଲିସ ଏବଂ ଏଟିଏସର ଟିମ୍ ପ୍ରଥମେ କେଉଁଠାରୁ କଲ କରାଯାଇଛି ତାହା ଜାଣିବାକୁ ଚେଷ୍ଟା କରୁଛି । ଦାଉଦଙ୍କ ନାମ ସାମ୍ନାକୁ ଆସୁଛି, ଏଥିରେ ପ୍ରକୃତରେ ଡି କମ୍ପାନୀର ସମ୍ପୃକ୍ତି ଅଛି ନା ତାଙ୍କ ନାମରେ ଅନ୍ୟ କେହି ଏହି କଲ କରିଛନ୍ତି ତାହା ଜାଣିବାକୁ ଚେଷ୍ଚା କରାଯାଉଛି? କଲର୍ ବିଷୟରେ ସମ୍ପୂର୍ଣ୍ଣ ସୂଚନା ପାଇବା ପାଇଁ ପ୍ରୟାସ କରାଯାଉଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ମନ୍ତ୍ରୀଙ୍କୁ ତିନିଥର ହତ୍ୟା ଧମକ ଆସିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।

ଏହା ବି ପଢ଼ନ୍ତୁ: President Security: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଦ ଛୁଇଁବାକୁ ଚେଷ୍ଟା କରି ନିଲମ୍ବିତ ହେଲେ ଇଞ୍ଜିନିୟର

ଏହା ବି ପଢନ୍ତୁ: Nitin Gadkari On Ethanol: ନିତିନ ଗଡକରୀ କଲେ ପୁଣି ଏପରି ଘୋଷଣା, ଖୁସିରେ ନାଚି ଉଠିବେ କାର-ବାଇକ୍ ଚାଳକ