Cyclone Sitrang: ରାଜ୍ୟକୁ ମାଡିଆସୁଥିବା ଆସନ୍ନ ବାତ୍ୟାକୁ ନେଇ ଆସିଲା ବଡ଼ ଅପଡେଟ୍
Advertisement
Article Detail0/zeeodisha/odisha1404034

Cyclone Sitrang: ରାଜ୍ୟକୁ ମାଡିଆସୁଥିବା ଆସନ୍ନ ବାତ୍ୟାକୁ ନେଇ ଆସିଲା ବଡ଼ ଅପଡେଟ୍

Cyclone Sitrang Update: ରାଜ୍ୟରେ ବିଭିନ୍ନ ଗଣମାଧ୍ୟମରେ ଆସନ୍ନ ବାତ୍ୟାକୁ ନେଇ ବର୍ତ୍ତମାନ ଭିନ୍ନ ଭିନ୍ନ ଖବର ପରିବେଷଣ କରଯାଉଛି । ଯାହାକୁ ଅନେକାଂଶରେ ଭୁବନେଶ୍ୱର ପାଣିପାଗ ବିଭାଗ ତରଫରୁ ଖଣ୍ଡନ କରାଯାଇଛି । 

ସୌ: ସୋସିଆଲ ମିଡିଆ

Cyclone Sitrang: ରାଜ୍ୟକୁ ମାଡିଆସୁଥିବା ଆସନ୍ନ ବାତ୍ୟାକୁ ନେଇ ଲୋକଙ୍କ ମଧ୍ୟରେ ବିଶେଷ କରି ଚାଷୀ ମାନଙ୍କର ଭୟ ବଢିବାରେ ଲାଗିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁବ କି ନାହିଁ ତାହାର କୌଣସି ଆକଳନ କରାଯାଇନାହିଁ । ରାଜ୍ୟରେ ବିଭିନ୍ନ ଗଣମାଧ୍ୟମରେ ଆସନ୍ନ ବାତ୍ୟାକୁ ନେଇ ବର୍ତ୍ତମାନ ଅନେକ ଖବର ପରିବେଷଣ କରଯାଉଛି । ଯାହାକୁ ଅନେକାଂଶରେ ଭୁବନେଶ୍ୱର ପାଣିପାଗ ବିଭାଗ ତରଫରୁ ଖଣ୍ଡନ କରାଯାଇଛି । କହିରଖୁଛୁ ଯେ ସମ୍ଭାବ୍ୟ ବାତ୍ୟା କେବେ ଓ କେଉଁଠି ସ୍ଥଳ ଭାଗ ଛୁଇଁବ ତାହାକୁ ନେଇ ବର୍ତ୍ତମାନ ସୁଦ୍ଧା ପାଣିପାଗ ବିଭାଗ ଆକଳନ କରାଯାଇ ନାହଁ ।

ଭାରତୀୟ ପାଣିପାଗ ବିଭଗ ତରଫରୁ ଯଦିଓ ଆସନ୍ତା ୨୩ ଅକ୍ଟୋବରରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବାର ଆକଳନ କରାଯାଇଛି । ଏହାସହ ଏହି ଦିନ ରାଜ୍ୟରେ ଅନେକ ଅଂଚଳରେ ଆକାଶ ମେଘୁଆ ଓ ଘଣ୍ଟା ପ୍ରତି ପବନ ୫୦-୬୦ କିଲୋମିଟରରେ ବହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହାକୁ ଦୃଷ୍ଟିରେ ରଖି ପାଣିପିଗ ବିଭଗ ଓଡ଼ିଶାର ପଶ୍ଚିମବଙ୍ଗ ଉପକୂଳର, ଉତ୍ତର ବଙ୍ଗୋପସାଗର ଓ ଏହାର ସଂଲଗ୍ନ କେନ୍ଦ୍ରୀୟ ଓଦକ୍ଷିଣ ପୂର୍ବ ବଙ୍ଗୋପସାଗର ମଧ୍ୟକୁ ମତ୍ସ୍ୟଜୀବୀମାନଙ୍କୁ ନ ଯିବାକୁ ପରାମର୍ଶ ଦେଇଛି ।

କିଛିଦିନ ପୂର୍ବରୁ ଆମେରିକୀୟ ପାଣିପାଗ ସଂସ୍ଥା ଦିବା କରିଥିଲା ଯେ, ଆସନ୍ତା ୨୨ରୁ ୨୫ ତାରିଖ ମଧ୍ୟରେ ବଙ୍ଗୋପସାଗରରେ 'ସୀତାଙ୍ଗ' ନାମକ ଏକ ମହାବତ୍ୟା ସୃଷ୍ଟି ହୋଇପାରେ । ଯାହାକୁ ଭାରତୀୟ ପାଣିପାଗ ବିଭାଗ ଖଣ୍ଡନ କରିଥିଲା । ଏହି ଆକଳନର କୌଣସି ଆଧାର ନାହିଁ ବୋଲି କହିଥିଲା । ଅନ୍ୟଦେଶ ତୁଳନାରେ ଭାରତୀୟ ପାଣିପାଗ ବିଭାଗର ଆକଳନ ସବୁଠୁ ଅଧିକ ବିଶ୍ୱସ୍ତ ବୋଲି IMD ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଦାବି କରିଥିଲେ । ତେବେ IMD ନିର୍ଦ୍ଦେଶକଙ୍କ ବୟାନ ଅନ୍ୟ ଭାରତୀୟ ପାଣିପାଗ ବିଶେଷଜ୍ଞଙ୍କ ବୟାନ ସହିତ ତାଳମେଳ ରହୁନଥିବା କୁହାଯାଉଛି । ଅନ୍ୟପକ୍ଷରେ ୨୪ ଅକ୍ଟୋବରରେ ବାତ୍ୟା ପ୍ରଭାବରେ ଓଡ଼ିଶାର ବିଚ୍ଛିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୪ ତାରିଖ ସକାଳ ପରଠାରୁ  ଉପକୂଳ ଓଡ଼ିଶାରେ କିଛି-କିଛି ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ଥିବା କୁହାଯାଉଛି । ଏହାଛଡା ରାଜ୍ୟରେ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି ବୋଲି କୁହାଯାଉଛି  ।

ଏହା ବି ପଢ଼ନ୍ତୁ: Britain Political Crisis: ଲିଜ ଟ୍ରସଙ୍କ ଇସ୍ତଫା ପରେ ବ୍ରିଟେନରେ କ'ଣ ହେବ? PM ପାଇଁ ରେସରେ ଅଛନ୍ତି ଏହିସବୁ ନେତା

ଏହା ବି ପଢ଼ନ୍ତୁ: India Russia Relations: ଭାରତ ସହ ଋଷର ବନ୍ଧୁତା ଅତୁଟ! ପୁଟିନ କଲେ ଏପରି କାମ, ରାଗି ରକ୍ତ ଚାଉଳ ଚୁବାଉଛି ପାକିସ୍ତାନ

ଏହା ବି ପଢ଼ନ୍ତୁ: Cracker Ban: ଆତସବାଜି ନିଷେଧାଦେଶକୁ ନେଇ ସୁପ୍ରିମକୋର୍ଟ ଦେଲେ ବଡ ରାୟ, ଜାଣନ୍ତୁ କ'ଣ କହିଲେ