Cyclone Update: ବିନାଶ ମୁଖା ବାତ୍ୟା ‘ମିଗଜୋମ’, ଗଲାଣି ୯ ଜୀବନ, ଜାଣନ୍ତୁ ରାଜ୍ୟରେ ଏହାର ପ୍ରଭାବ..
Advertisement
Article Detail0/zeeodisha/odisha1995687

Cyclone Update: ବିନାଶ ମୁଖା ବାତ୍ୟା ‘ମିଗଜୋମ’, ଗଲାଣି ୯ ଜୀବନ, ଜାଣନ୍ତୁ ରାଜ୍ୟରେ ଏହାର ପ୍ରଭାବ..

Cyclone Update: ଆନ୍ଧ୍ରପ୍ରଦେଶର ବାପଟଲା ସମୁଦ୍ର ତଟ ଦେଇ ଅତିକ୍ରମ କରିଛି ବାତ୍ୟା ‘ମିଗଜୋମ’। ଦୀର୍ଘ  ୩ ଘଣ୍ଟା ପର୍ଯ୍ୟନ୍ତ ଏହି ଲ୍ୟାଣ୍ଡଫଲ୍ ଚାଲିଥିବା ସୂଚନା ଦେଇଛି ପାଣିପାଗ କେନ୍ଦ୍ର। ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୯୦ ରୁ ୧୧୦ କିଲୋ ମିଟର ଥିବା ଜଣା ପଡ଼ିଛି।

Cyclone Update: ବିନାଶ ମୁଖା ବାତ୍ୟା ‘ମିଗଜୋମ’, ଗଲାଣି ୯ ଜୀବନ, ଜାଣନ୍ତୁ ରାଜ୍ୟରେ ଏହାର ପ୍ରଭାବ..

Cyclone Update: ଆନ୍ଧ୍ରପ୍ରଦେଶର ବାପଟଲା ସମୁଦ୍ର ତଟ ଦେଇ ଅତିକ୍ରମ କରିଛି ବାତ୍ୟା ‘ମିଗଜୋମ’। ଦୀର୍ଘ  ୩ ଘଣ୍ଟା ପର୍ଯ୍ୟନ୍ତ ଏହି ଲ୍ୟାଣ୍ଡଫଲ୍ ଚାଲିଥିବା ସୂଚନା ଦେଇଛି ପାଣିପାଗ କେନ୍ଦ୍ର। ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୯୦ ରୁ ୧୧୦ କିଲୋ ମିଟର ଥିବା ଜଣା ପଡ଼ିଛି। ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି। ବାପଟଲା ସମୁଦ୍ର ତଟ ଦେଇ ବାତ୍ୟା ଅତିକ୍ରମ କରିବା ପୂର୍ବରୁ ନିକଟବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସମୁଦ୍ର ତଟରୁ ଦୂରକୁ ନିଆଯାଇଛି। ବାତ୍ୟା ପ୍ରଭାବରେ ତାମିଲନାଡୁର ରାଜଧାନୀ ଚେନ୍ନାଇରେ ପ୍ରବଳ ବର୍ଷା ଲାଗି ରହିଛି। ଯେଉଁ କାରଣରୁ ରାସ୍ତା ବୁଡିଯିବା ସହ ଅନେକ ଘରେ ପାଣି ପଶିଯାଇଛି।

ତାମିଲନାଡୁର(Tamilnadu) ଭିନ୍ନ ଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ଫଶି ରହିଥିବା ଲୋକଙ୍କୁ ପ୍ରଶାସନ ତରଫରୁ ଉଦ୍ଧାର କରାଯାଉଛି । ବର୍ଷା କାରଣରୁ ଏପର୍ଯ୍ୟନ୍ତ ୯ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ତଥ୍ୟ ମିଳିଛି। ସେପଟେ ତାମିଲନାଡୁ, ଆନ୍ଧ୍ର ଓ ୟାନମ୍ ରେ ରେର୍ଡ଼ ଆଲର୍ଟ ଜାରି କରାଯାଇଛି। ବର୍ଷା ଯୋଗୁଁ ଚେନ୍ନାଇ ବିମାନବନ୍ଦରରେ (Chennai Airport) ରନୱେ ବର୍ଷା ପାଣିରେ ବୁଡିଯାଇଥିବାରୁ ରାତି ୧୧ଟା ପର୍ଯ୍ୟନ୍ତ ୭୦ଟି ବିମାନକୁ ବାତିଲ  (Flight Cancelled) ହୋଇଛି। ଏବଂ ଆଉ କିଛି ବିମାନର ଗତିପଥ ପରିବର୍ତ୍ତନ କରି ଦିଆଯାଇଛି । ୧୨ଟି ଘରୋଇ ବିମାନ ଓ ୪ଟି ଅନ୍ତର୍ଜାତୀୟ ବିମାନ ବାତିଲ କରାଯିବା ସହ ଆସୁଥିବା ୩ଟି ଅନ୍ତର୍ଜାତୀୟ ବିମାନକୁ ବେଙ୍ଗାଲୁରୁକୁ ଡାଇଭର୍ଟ କରାଯାଇଛି। 

ସେପଟେ ରାଜ୍ୟର କିଛି ଅଞ୍ଚଳରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି। କୋରାପୁଟ ଜିଲ୍ଲାରେ ବାତ୍ୟାର ପ୍ରଭାବ ଦେଖା ଦେଲାଣି। ବର୍ତମାନ ଧୀରେ ଧୀରେ ବର୍ଷାର ପ୍ରଭାବ ବଢିବାରେ ଲାଗିଛି। ପୁଟସିଲ ଠାରେ ନିର୍ମିତ ଇକୋ ରିଟ୍ରିଟ ର କିଛି ଅଂଶ ପବନ ରେ ନଷ୍ଟ ହୋଇ ଯାଇଛି। କୋରାପୁଟ, ପଟାଙ୍ଗି, ସେମିଳିଗୁଡା, ନାରାୟଣପାଟଣା, ବନ୍ଧୁଗାଁ,ନନ୍ଦପୁର, ଲମତାପୁଟ ଆଦି ବ୍ଲକ ଅଞ୍ଚଳରେ ବର୍ଷାର ପରିମାଣ ବୃଦ୍ଧି ପାଉଛି। ଚାଷୀମାନେ ନିଜ ନିଜ ଫସଲ କୁ ସୁରକ୍ଷିତ ରଖିବା ପାଇଁ ଉଦ୍ୟମ କରୁଛନ୍ତି। କିଛି ଚାଷୀ ଧାନ ଖଲାରୁ ଧାନ ସଂଗ୍ରହ କରି ପାରି ନାହାନ୍ତି। ତେଣୁ ଚଳିତ ବାତ୍ୟା ରେ ବ୍ୟାପକ ଫସଲ ନଷ୍ଟ ହେବା ଆଶଙ୍କା କରା ଯାଉଛି।

ସେହିପରି ଗଜପତିରେ ଗତ ରାତିଠାରୁ ବର୍ଷା ଲାଗି ରହିଥିବା ବେଳେ ଜନ ଜୀବନ ପ୍ରଭାବିତ ହୋଇଛି l ପାଣିପାଗ ବିଭାଗ ପକ୍ଷରୁ ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି l ତେଣୁ ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି l ମୋହନା ବ୍ଳକରେ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ୨୦୦ଟି ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ ହୋଇ ରହିଥିବା ବେଳେ ୩୯ ଟି ପଞ୍ଚାୟତ ରେ ନୋଡାଲ ଅଫିସର ଆଲର୍ଟ ହୋଇ ରହିଛନ୍ତି l

Also Read: Flight Cancelled: ବାତ୍ୟା ‘ମିଗଜୋମ୍’ପାଇଁ ଭୁବନେଶ୍ବର ବିମାନ ବନ୍ଦରରୁ ଏହି ସବୁ ଫ୍ଲାଇଟ୍ ବାତିଲ୍