Cyclone Dana Update: ସନ୍ଧ୍ୟାସୁଦ୍ଧା ଆଶ୍ରୟସ୍ଥଳ, ୯ ମନ୍ତ୍ରୀଙ୍କୁ ଦାୟିତ୍ୱ
Advertisement
Article Detail0/zeeodisha/odisha2485150

Cyclone Dana Update: ସନ୍ଧ୍ୟାସୁଦ୍ଧା ଆଶ୍ରୟସ୍ଥଳ, ୯ ମନ୍ତ୍ରୀଙ୍କୁ ଦାୟିତ୍ୱ

ସନ୍ଧ୍ୟା ପୂର୍ବରୁ ସମସ୍ତ ଚିହ୍ନିତ ସମ୍ବେଦନଶୀଳ ଅଞ୍ଚଳରୁ ଲୋକଙ୍କୁ ଆଶ୍ରୟସ୍ଥଳକୁ ନେବାକୁ  ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ ଆଦେଶ ଦେଇଛନ୍ତି। ଏହିକ୍ରମରେ ଜିଲ୍ଲାପାଳମାନେ ଲୋକଙ୍କୁ ସ୍ଥାନାନ୍ତରଣ କରୁଛନ୍ତି। ଶୂନ୍ୟ ଜୀବନହାନୀ ଲକ୍ଷ୍ୟକୁ ସାକାର କରିବା ଲାଗି ରାଜ୍ୟ ସରକାର ସତର୍କ ରହିଛନ୍ତି। 

Cyclone Dana Update: ସନ୍ଧ୍ୟାସୁଦ୍ଧା ଆଶ୍ରୟସ୍ଥଳ, ୯ ମନ୍ତ୍ରୀଙ୍କୁ ଦାୟିତ୍ୱ

ଭୂବନେଶ୍ୱର: ରାଜ୍ୟରେ ବାତ୍ୟା ‘ଦାନା’ର ପ୍ରକୋପକୁ ନଜରରେ ରଖି ରାଜ୍ୟ ସରକାର ମୁକାବିଲା ତଥା ସତର୍କତା ପଦକ୍ଷେପ ଗ୍ରହଣ କରିଛନ୍ତି। ଏହିକ୍ରମରେ ରାଜ୍ୟର ସମ୍ବେଦନଶୀଳ ଅଞ୍ଚଳର ଲୋକଙ୍କୁ ନିରାପଦ  ଆଶ୍ରୟସ୍ଥଳକୁ ନେବା ପାଇଁ ଅଭିଯାନ ଚାଲିଛି। ସନ୍ଧ୍ୟା ପୂର୍ବରୁ ସମସ୍ତ ଚିହ୍ନିତ ସମ୍ବେଦନଶୀଳ ଅଞ୍ଚଳରୁ ଲୋକଙ୍କୁ ଆଶ୍ରୟସ୍ଥଳକୁ ନେବାକୁ  ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ ଆଦେଶ ଦେଇଛନ୍ତି। ଏହିକ୍ରମରେ ଜିଲ୍ଲାପାଳମାନେ ଲୋକଙ୍କୁ ସ୍ଥାନାନ୍ତରଣ କରୁଛନ୍ତି। ଶୂନ୍ୟ ଜୀବନହାନୀ ଲକ୍ଷ୍ୟକୁ ସାକାର କରିବା ଲାଗି ରାଜ୍ୟ ସରକାର ସତର୍କ ରହିଛନ୍ତି। 

ସରକାରୀ ସ୍ତରରେ କାର୍ଯ୍ୟର ସୁପରିଚାଳନା ଲାଗି  ବରିଷ୍ଠ ଅମଲାତନ୍ତ୍ରୀଙ୍କୁ ଏହି କାର୍ଯ୍ୟର ନିରୀକ୍ଷଣ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହାସହ ବରିଷ୍ଠ ମନ୍ତ୍ରୀମାନଙ୍କୁ ମଧ୍ୟ ବିଭିନ୍ନ ,ଜିଲ୍ଲାରେ କାର୍ଯ୍ୟ ସୁପରିଚାଳନା ପାଇଁ ଦାୟିତ୍ୱ ଦିଆଯାଇଛି। ମନ୍ତ୍ରୀମାନଙ୍କୁ ଜିଲ୍ଲା ଦାୟିତ୍ୱ ଦିଆଯିବା ଏବଂ ବିପର୍ଯ୍ୟୟ ସମୟରେ ଲୋକଙ୍କ ଆଗରେ ଉତ୍ତରଦାୟୀ ରହିବା ଲାଗି ସୁଯୋଗ ଦିଆଯିବାରେ ଏହା ପ୍ରଥମ ଘଟଣା ହୋଇଛି। ଶ୍ରୀ ପୂଜାରୀଙ୍କ ସୂଚନା ଅନୁସାରେ ଜଗତସିଂହପୁର ଦାୟିତ୍ୱରେ ରହିଛନ୍ତି ସମ୍ପଦ ସ୍ୱାଇଁ, ସେହିପରି ବାଲେଶ୍ୱର ଦାୟିତ୍ୱରେ ରବି ନାଏକ, ମୟୁରଭଞ୍ଜ ଜିଲ୍ଲା ଦାୟିତ୍ୱରେ କୃଷ୍ଣଚନ୍ଦ୍ର ମହାପାତ୍ର, ଭଦ୍ରକକୁ ସୂର୍ଯ୍ୟବଂଶୀ ସୂରଜ, ଗଞ୍ଜାମରେ ବିଭୂତିଭୂଷଣ ନାଏକ, କଟକରେ ପୃଥ୍ୱୀରାଜ ହରିଚନ୍ଦନ, ପୁରୀରେ ପ୍ରଭାତୀ ପରିଡ଼ା, କେନ୍ଦ୍ରାପଡ଼ାରେ କନକବର୍ଦ୍ଧନ ସିଂହ ଦେଓ ଏବଂ କେନ୍ଦୁଝରରେ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି। ଏମାନେ ଉଦ୍ଧାର, ଥଇଥାନଠାରୁ ଆରମ୍ଭ କରି କ୍ଷତିପୂରଣ ପ୍ରଦାନ ଯାଏ ସମସ୍ତ କାର୍ଯ୍ୟର ଜିଲ୍ଲାଓ୍ୱାରୀ ଅନୁଧ୍ୟାନ କରିବେ। 

ଗତକାଲି ୬ଜଣ ବରିଷ୍ଠ ଆଇଏଏସ୍‍ ଅଧିକାରୀଙ୍କୁ ସେମାନଙ୍କ ଅଭିଜ୍ଞତା ଅନୁସାରେ ଜିଲ୍ଲାର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଏହାସହ ସମ୍ଭାବ୍ୟ ବାତ୍ୟାର ମୁକାବିଲା ଲାଗି ରାଜ୍ୟ ସରକାର ରାଜ୍ୟ ଓ ଜିଲ୍ଲାସ୍ତରରେ ସହାୟତା ଫୋନ୍‍ ଲାଇନ୍‍ ବ୍ୟବସ୍ଥା କରିଛନ୍ତି। ଏହା ୨୪ ଘଣ୍ଟା କାର୍ଯ୍ୟ କରିବ। ବ୍ଲକ୍‍ ସ୍ତରରେ ଅଧିକାରୀଙ୍କୁ ଲୋକ ବିପଦରେ ଯୋଗାଯୋଗ କରିବା ଲାଗି ଜରୁରୀକାଳୀନ ଫୋନ୍‍ ଲାଇନ୍‍ ଘୋଷଣା କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। କେବଳ ରାଜସ୍ୱ ବିପର୍ଯ୍ୟୟ ପ୍ରଶମନ ନୁହେ, ଗ୍ରାମ ଉନ୍ନୟନ, ଜଳସେଚନ, କୃଷି, ସ୍ୱାସ୍ଥ୍ୟ, ପଞ୍ଚାୟତିରାଜ, ଯୋଗାଣ ପ୍ରଭୃତି ବିଭାଗର ୨୪ ଘଣ୍ଟିଆ ସହାୟତା ଲାଇନ୍‍ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। 

ରାଜ୍ୟ ସରକାର ୧୦ ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିଲାଗି ୬ ହଜାର ବାତ୍ୟା ଆଶ୍ରୟସ୍ଥଳ ଚିହ୍ନଟ କରଯାଇଛି। ଏହି ଆଶ୍ରୟସ୍ଥଳରେ ଘରେ ମିଳୁଥିବା ସମସ୍ତ ସୁବିଧା ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି। ଅପରପକ୍ଷେ ଯେଉଁମାନେ ଘର ଛାଡ଼ିବାକୁ ଚାହୁଁନାହାନ୍ତି ତାଙ୍କୁ ମଧ୍ୟ ସରକାର ଆଶ୍ୱାସନା ଦେଇଛନ୍ତି । ସେମାନଙ୍କ ଅନୁପସ୍ଥିତିରେ ପୁଲିସ ତାଙ୍କ ଘରର ସୁରକ୍ଷା ଦାୟିତ୍ୱ ଗ୍ରହଣ କରିବ ବୋଲି ଶ୍ରୀ ପୂଜାରୀ କହିଛନ୍ତି।

Also Read- Top 10 News: ବାତ୍ୟା 'ଦାନା' ପ୍ରଭାବରେ ଆରମ୍ଭ ହେଲାଣି ବର୍ଷା, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Also Read- Shukra Nakshatra Parivartan: ୪ ଦିନ ପରେ ୩ ରାଶିର ବ୍ୟକ୍ତିଙ୍କୁ ଧନ ଲାଭ