ଭକ୍ତଙ୍କ ଭାବନା ସହ ସାଂଘାତିକ ଖେଳ ! ବଡ଼ ଠାକୁରଙ୍କ ନାଁରେ ବଡ଼ ଠକେଇ
Advertisement

ଭକ୍ତଙ୍କ ଭାବନା ସହ ସାଂଘାତିକ ଖେଳ ! ବଡ଼ ଠାକୁରଙ୍କ ନାଁରେ ବଡ଼ ଠକେଇ

Lord Jagannath: ‘ଉତ୍ସବ’ ନାମକ ଏକ ମୋବାଇଲ ଆପରେ ଶ୍ରୀମନ୍ଦିରରେ ଦର୍ଶନ, ପୂଜା ଓ ଭୋଗ ଲାଗି ଅନଲାଇନରେ ବିଜ୍ଞାପନ ଦିଆଯାଇଛି । ଏଥିରେ ଭକ୍ତମାନେ ଯେକୌଣସି ସ୍ଥାନେ ଥାଇ ମଧ୍ଯ ନିଜ ନାଁରେ ଭୋଗ ଚଢାଇ ପାରିବେ ବୋଲି କୁହାଯାଇଛି । ଲୋକଙ୍କ ଆସ୍ତା ଓ ବିଶ୍ବାସ ସହ ଖେଳିବା ସହ ଏହି ଅନଲାଇନ୍ ପ୍ଲାର୍ଟଫର୍ମ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି ।

ସୌ(ସୋସିଆଲ ମିଡିଆ)

Lord Jagannath: ଗୋଟେ ପଟେ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା (Rath Yatra) ଲାଗି ଶ୍ରୀକ୍ଷେତ୍ର ପୁରୀ ଚଳଞ୍ଚଚଳ ଥିବା ବେଳେ ଅନ୍ୟପଟେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାଁରେ ଚାଲଛି ଠକେଇ । ଏକ ମୋବାଇଲ ଆପ ଜରିଆରେ ମହାପ୍ରଭୁଙ୍କ ପୂଜା ଲାଗି ମାସିକିଆ ଚାନ୍ଦା ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି । ସୂଚନା ଥାଉ କି, ‘ଉତ୍ସବ’ ନାମକ ଏକ ମୋବାଇଲ ଆପରେ ଶ୍ରୀମନ୍ଦିରରେ ଦର୍ଶନ, ପୂଜା ଓ ଭୋଗ ଲାଗି ଅନଲାଇନରେ ବିଜ୍ଞାପନ ଦିଆଯାଇଛି । ଏଥିରେ ଭକ୍ତମାନେ ଯେକୌଣସି ସ୍ଥାନେ ଥାଇ ମଧ୍ଯ ନିଜ ନାଁରେ ଭୋଗ ଚଢାଇ ପାରିବେ ବୋଲି କୁହାଯାଇଛି । ଲୋକଙ୍କ ଆସ୍ତା ଓ ବିଶ୍ବାସ ସହ ଖେଳିବା ସହ ଏହି ଅନଲାଇନ୍ ପ୍ଲାର୍ଟଫର୍ମ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ଗୋଟେ ପଟେ ଶ୍ରୀଜିଉଙ୍କ ଦର୍ଶନ ଲାଗି ଦୂରଦୂରାନ୍ତରୁ ଲକ୍ଷ ଲକ୍ଷ ଭକ୍ତ ଶ୍ରୀ କ୍ଷେତ୍ର ପୁରୀ ଧାଇଁ ଆସୁଥିବା ବେଳେ ‘ଉତ୍ସବ’ ନାମକ ଆପରେ ଏହି ଠକେଇ କରାଯାଉଥିବା ନେଇ ଅଭିଯୋଗ ହୋଇଛି । ଏହି ଆପରେ ସ୍ବତନ୍ତ୍ର ପୂଜା କରିବା ପାଇଁ ୨୪୦୧ ଟଙ୍କା, ଶ୍ରୀମନ୍ଦିରରେ ଧ୍ବଜା ବାନ୍ଧିବା ଲାଗି ୨୧୫୧ ଟଙ୍କା, ଗୋତ୍ର ସଂକଳ୍ପ ଓ ମନ୍ଦିରରେ ନାମ ପାଇଁ ୮୦୧ ଟଙ୍କା ଏପରିକି ମହାପ୍ରଭୁଙ୍କ ମସ୍ତକରେ ଆଟିକା ବାନ୍ଧିବା ପାଇଁ ୧୧୫୦୧ ଟଙ୍କା ଆଦାୟ କରୁଥିବା ଜଣାପଡ଼ିଛି । ତେବେ ଏଥି ମଧ୍ୟରେ ପ୍ରାୟ ୩୭୦୦ ଭକ୍ତ ଟଙ୍କା ଦେଇ ଅନଲାଇନ ବୁକିଂ କରିସାରିଥିବା ଜଣାପଡ଼ିଛି । ପ୍ରକାଶ ଥାଉ କି, ପଶ୍ଚିମବଙ୍ଗରୁ ଏହି ଆପକୁ ଅପରେଟ କରାଯାଉଥିବା ଜଣାପଡ଼ିଛି । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଏନେଇ ତୀବ୍ର ବିରୋଧ କରିବା ସହ ଜଗନ୍ନାଥ ସେନା ପକ୍ଷରୁ ଶ୍ରୀ ଗୁଣ୍ତିଚା ମନ୍ଦିର ସମ୍ମୁଖରେ ପ୍ରତିବାଦ କରାଯିବା ସହ ଥାନାରେ ଏତଲା ଦିଆଯାଇଛି । ଏହା ପୂର୍ବରୁ ଶ୍ରୀକ୍ଷେତ୍ର ପୁରୀରେ ନକଲି ଅବଢା ବିକ୍ରି କରିବାର ନେଇ ଅଭିଯୋଗ ହୋଇଥିଲା । ଏଭଳି ସଙ୍ଗୀନ ଅଭିଯୋଗ ଆସିବା ପରେ ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି । ଏହି ନକଲି ଅବଢା ବିକ୍ରି ପ୍ରସଙ୍ଗରେ ଗଜପତି ମହାରାଜ କହିଥିଲେ ଯେ, ‘ଏହା କଳି ଯୁଗର ପ୍ରଭାବ । ଶ୍ରୀମନ୍ଦିର ବାହାରେ ଅବଢା ବିକ୍ରି ହୋଇପାରିବ ନାହିଁ । ଏ ଦିଗରେ ମନ୍ଦିର ପ୍ରଶାସନ ପଦକ୍ଷେପ ନେବା ଆବଶ୍ୟକତା ରହିଛି’ । ପୂର୍ବରୁ ତିପୁରତି ମନ୍ଦିରରୁ ମଧ୍ୟ ସମାନ ଅଭିଯୋଗ ଆସିଥିଲା । ଏକ ୱେବସାଇଟ୍ ମାଧ୍ୟମରେ ତିରୁପତି ମନ୍ଦିର ଲାଗି ନକଲି ଟିକେଟ୍ ବିକ୍ରି କରାଯାଉଥିଲା । ଖାଲି ଏତିକି ନୁହେଁ, ତିରୁପତି ନାଁରେ ଖେଲାଯାଇଥିବା ସମସ୍ତ ୪୧ଟି ଯାକ ୱେବସାଇଟ୍ ନକଲି ଥିଲା । ଲୋକେ ଏହି ୱେବସାଇଟରୁ ନକଲି ଟିକେଟ୍ କିଣିବା ପରେ ଏହା ନକଲି ବୋଲି ଜାଣିବାକୁ ପାଇଥିଲେ । ତେବେ ଲକ୍ଷ ଲକ୍ଷ ଲୋକେ ଏହି ଠକେଇର ଶିକାର ହେବା ପରେ ପୋଲିସ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସମସ୍ତ ୪୧ଟି ନକଲି ୱେବସାଇଟକୁ ବନ୍ଦ କରିଦେଇଛି ।

ଏହା ବି ପଢନ୍ତୁ-ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡ଼ପ ଦର୍ଶନ କରି ଭାବବିହ୍ବଳ ହେଲେ ଭକ୍ତ, ଜନ ସମୁଦ୍ର ପାଲଟିଲା ଗୁଣ୍ତିଚା ମନ୍ଦିର

ସେପଟେ ଆଜି ରଥଯାତ୍ରାର ପଞ୍ଚମ ଦିନ ଅର୍ଥାତ୍ ପବିତ୍ର ହେରା ପଞ୍ଚମୀ (Hera Panchami) । ଆଜି ରାଗ ଗରଗର ହୋଇ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଭାଙ୍ଗିବେ ମାଆ ମହାଲକ୍ଷ୍ମୀ (Maa Laxmi)। କାଳିଆ ସାଆନ୍ତଙ୍କ (lord jagannath) ଉପରେ ଅଭିମାନ କରି ନନ୍ଦିଘୋଷ ରଥର (Nandighosh chariot ) ଚକ ଭାଙ୍ଗିବେ ମା’ ଲକ୍ଷ୍ମୀ। ଏନେଇ ପତିମହାପାତ୍ର ଓ ବିଦ୍ୟାପତି ସେବାୟତଙ୍କ ପକ୍ଷରୁ ହେରାପଞ୍ଚମୀ ନୀତି (Hera Panchami ritual) ଆୟୋଜନ ଲାଗି ଗୁଣ୍ଡିଚା ମନ୍ଦିରରେ ପ୍ରସ୍ତୁତି ସରିଛି। ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ମହାପ୍ରଭୁ ଜଗନ୍ନାଥ ନଅ ଦିନ ପାଇଁ ଗୁଣ୍ଡିଚା ମନ୍ଦିରକୁ (gundicha temple) ଯାତ୍ରା କରିଛନ୍ତି।