Flipkart Sale: ଅନଲାଇନରୁ ୧ ଲକ୍ଷ ଟଙ୍କାର ଟିଭି ଅର୍ଡର କଲେ ଗ୍ରାହକ, କିନ୍ତୁ ବାହାରିଲା...
Advertisement

Flipkart Sale: ଅନଲାଇନରୁ ୧ ଲକ୍ଷ ଟଙ୍କାର ଟିଭି ଅର୍ଡର କଲେ ଗ୍ରାହକ, କିନ୍ତୁ ବାହାରିଲା...

Flipkart Sale: ଜଣେ ଗ୍ରାହକ ଫ୍ଲିପକାର୍ଟରୁ ୧ ଲକ୍ଷ ଟଙ୍କା ମୂଲ୍ୟର ଏକ ସୋନି ଟିଭି ଅର୍ଡର କରିଥିଲେ କିନ୍ତୁ ବାକ୍ସ ଖୋଲିବା ପରେ ସେ ଯାହା ପାଇଲେ ତାହା ଦେଖି ଖୁବ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ କଣ ବାହାରିଥିଲା ପ୍ୟାକେଟରୁ ଆସନ୍ତୁ ଜାଣିବା ।

Flipkart Sale: ଅନଲାଇନରୁ ୧ ଲକ୍ଷ ଟଙ୍କାର ଟିଭି ଅର୍ଡର କଲେ ଗ୍ରାହକ, କିନ୍ତୁ ବାହାରିଲା...

Flipkart Sale: ଅନଲାଇନ୍ ପ୍ଲାଟଫର୍ମରୁ ସପିଂ କରିବାକୁ ନେଇ ଅନେକ ଲୋକଙ୍କ ମନରେ ସନ୍ଦେହ ରହିଛି । ସନ୍ଦେହର ମୁଖ୍ୟ କାରଣ ହେଉଛି ଭୁଲ ଜିନିଷ ବିତରଣ ଏବଂ ଫେରସ୍ତରେ ସମସ୍ୟା । ନିକଟରେ ଜଣେ ଗ୍ରାହକ ଫ୍ଲିପକାର୍ଟରୁ ୧ ଲକ୍ଷ ଟଙ୍କା ମୂଲ୍ୟର ଏକ ସୋନି ଟିଭି ଅର୍ଡର କରିଥିଲେ କିନ୍ତୁ ବାକ୍ସ ଖୋଲିବା ପରେ ସେ ଯାହା ପାଇଲେ ତାହା ଦେଖି ଖୁବ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ କଣ ବାହାରିଥିଲା ପ୍ୟାକେଟରୁ ଆସନ୍ତୁ ଜାଣିବା ।

ଭଲ ଅଫର ପାଇବା ତଥା ଜିନିଷ ଶସ୍ତାରେ ପାଇବା ଆଶା ନେଇ ଅନେକ ବ୍ୟକ୍ତି ଅନଲାଇନ୍ ସପିଂକୁ ପ୍ରାଧାନ୍ୟ ଦେଇଥାନ୍ତି । କିନ୍ତୁ ଅନଲାଇନ ସପିଂ ଜିନିଷ ଗ୍ରହଣ କରିବା ପରେ କେତେକାଂଶରେ ସମସ୍ୟା ଦେଖାଯାଇଥାଏ । ସଠିକ ଜିନିଷ ବଦଳରେ ଭୁଲ ଜିନିଷ ଗ୍ରାହକଙ୍କୁ ମିଳିବା ପରି ଅନେକ ଅଭିଯୋଗ ଆସିଥାଏ । ଏଭଳି ଏକ ନୂଆ ମାମଲା ବର୍ତ୍ତମାନ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ବ୍ୟକ୍ତି ୧ ଲକ୍ଷ ଟଙ୍କା ମୂଲ୍ୟର ଏକ ଟିଭି ଅର୍ଡର କରିଥିଲେ। ଗ୍ରାହକ ଜଣକ ସୋନି ବ୍ରାଣ୍ଡ୍ ଟିଭି ଅର୍ଡର କରିଥିଲେ କିନ୍ତୁ ଡେଲିଭରୀ ସମୟରେ ତାଙ୍କୁ ମିଳିଥିଲା ଅନ୍ୟ ଏକ ବ୍ରାଣ୍ଡର ଟିଭି । କୌତୁହଳର ବିଷୟ ଏହା ଯେ, ଉପଭୋକ୍ତାଙ୍କୁ ଦିଆଯାଇଥିବା ଟିଭିର କଭର କିନ୍ତୁ ସୋନି ବ୍ରାଣ୍ଡ୍ ର ଥିଲା, କିନ୍ତୁ କଭର୍ ଭିତରେ ଟିଭିଟି ଅନ୍ୟ ଏକ ବ୍ରାଣ୍ଡର ଥିଲା । ଗ୍ରାହକ ଜଣକ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏହି ସମସ୍ତ ସୂଚନା ଅପଲୋଡ କରିଛନ୍ତି ।

ଯଦି ଏହି ପୋଷ୍ଟଟି ସତ ହୋଇଥାଏ ତେବେ ଗ୍ରାହକ ଜଣକ ଫ୍ଲିପକାର୍ଟ ବିଗ ବିଲିୟନ ସେଲ (flipkart big billion sale)ରୁ ୧ ଲକ୍ଷ ଟଙ୍କା ମୂଲ୍ୟର ସୋନି ଟିଭି ଅର୍ଡର କରିଥିଲେ । ଏଥିସହ ଅର୍ଡର ରିସିଭ୍ କରିବାକୁ ସେ ଆଗ୍ରହର ସହ ଅପେକ୍ଷା କରିଥିଲେ କାରଣ ସେହି ଟିଭିରେ ସେ ଆଇସିସି ବିଶ୍ୱକପ୍ ୨୦୨୩ ଦେଖିବାକୁ ଯୋଜନା କରିଥିଲେ । ତେବେ ସେ ଯେତେବେଳେ ଡେଲିଭରି ବକ୍ସ ଖୋଲିଲେ ସେତେବେଳେ ସେ ଖୁବ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଗ୍ରାହକ ଲେଖିଛନ୍ତି ଯେ, 'ମୁଁ ୭ ଅକ୍ଟୋବରରେ ଫ୍ଲିପକାର୍ଟରୁ ସୋନି ଟିଭି କିଣିଥିଲି, ଯାହା ୧୦ ଅକ୍ଟୋବରରେ ଡେଲିଭରୀ ହୋଇଥିଲା । ଅକ୍ଟୋବର ୧୧ ରେ ସୋନିରୁ ଜଣେ ବ୍ୟକ୍ତି ଟିଭି ଲଗେଇବାକୁ ଆସିଥିଲେ ।ଯ ଯେତେବେଳେ ସେ ବକ୍ସ ଖୋଲିଲେ ସେତେବେଳେ ସେ ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ବକ୍ସରେ ସୋନି ଟିଭି ବଦଳରେ ଥମସନଙ୍କ ଟିଭି ରହିଥିଲା । କେବଳ ସେତିକି ନୁହେଁ ସେଥିରେ ଟିଭି ଷ୍ଟାଣ୍ଡ ଏବଂ ରିମୋଟ ମଧ୍ୟ ନଥିଲା ।

ମିଳିଥିବା ସୂଚନା ମୁତାବକ ଏହି ସମସ୍ୟାର ସମାଧାନ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇନାହିଁ। ଗ୍ରାହକ ବକ୍ସର ଫଟୋ ମଧ୍ୟ ସେୟାର କରିଛନ୍ତି । ସେ କହିଛନ୍ତି ଯେ, ଏହି ସମସ୍ୟା ବିଷୟରେ ସେ ତୁରନ୍ତ ଫ୍ଲିପକାର୍ଟ ଗ୍ରାହକଙ୍କ କେନ୍ଦ୍ରକୁ ସୂଚନା ଦେଇଥିଲେ କିନ୍ତୁ ଘଟଣାଟି ଦୁଇ ସପ୍ତାହ ବିତିଯାଇଥିଲେ ମଧ୍ୟ ସେମାନେ ଏହାର ସମାଧାନ କରିନାହାଁନ୍ତି । ଗ୍ରାହକ କହିଛନ୍ତି ଯେ, ଫଟୋ ଅନେକ ଥର ଅପଲୋଡ୍ କରିବା ପରେ ମଧ୍ୟ କମ୍ପାନୀ ରିଟର୍ଣ୍ଣ ଅନୁରୋଧ ପ୍ରକ୍ରିୟା ଆରମ୍ଭ କରିନାହିଁ ।

Post- 

ପୋଷ୍ଟଟି ଖୁବ୍ ଭାଇରାଲ ହେବା ପରେ ଫ୍ଲିପକାର୍ଟ ପକ୍ଷରୁ ଗ୍ରାହକଙ୍କୁ X ମାଧ୍ୟମରେ ଉତ୍ତର ଦିଆଯାଇଥିଲା । ଏହି ଉତ୍ତର କମ୍ପାନୀ ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଛି । ଏହି ସମସ୍ୟାର ଶୀଘ୍ର ସମାଧାନ ହେବ ବୋଲି କୁହାଯାଇଛି ।

ଆପଣଙ୍କୁ କହିରଖୁଛୁ ଯେ, ଯଦି ଆପଣ ମଧ୍ୟ ଅନଲାଇନରେ ସପିଂ କରୁଛନ୍ତି ତେବେ ଜିନିଷ ଆପଣଙ୍କ ପାଖରେ ପହଞ୍ଚିବା ସମୟରେ ହିଁ ଯାଞ୍ଚ କରନ୍ତୁ । ବକ୍ସ ଖୋଲିବା ସମୟରେ ଭିଡିଓ ରେକଡିଂ କରି ରଖନ୍ତୁ । ଯାହାଦ୍ୱାରା ଆପଣ ଠକେଇର ଶିକାର ହେବାରୁ ରକ୍ଷା ପାଇପାରିବେ ।

Also Read- କୋଟିଆକୁ ହାତକୁ ନେବାକୁ ଆନ୍ଧ୍ରର ଚେଷ୍ଟା ! ପ୍ରଲୋଭିତ କରିବାକୁ 'ମେଗା ସ୍ୱାସ୍ଥ୍ୟ ମେଳା'

Also Read- Ollywood News: ଆରପାରିରେ ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ