Sambalpur: ସମ୍ବଲପୁରରେ ଆହୁରୀ କୋହଳ ହେଲା କର୍ଫ୍ୟୁ ସମୟ, ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ ଲୋକେ
Advertisement

Sambalpur: ସମ୍ବଲପୁରରେ ଆହୁରୀ କୋହଳ ହେଲା କର୍ଫ୍ୟୁ ସମୟ, ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ ଲୋକେ

Sambalpur violence: ସମ୍ବଲପୁର ସହରରେ ଆହୁରୀ କୋହଳ କରାଗଲା କର୍ଫ୍ୟୁ ସମୟ । ଏଣିକି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଅର୍ଥାତ୍ ୧୨ ଘଣ୍ଟା ପାଇଁ କର୍ଫ୍ୟୁକୁ କୋହଳ କରାଯାଇଛି । କର୍ଫ୍ୟୁ କୋହଳ ହେବା ସମୟରେ ଲୋକେ ନିଜର ଆତ୍ୟାବଶ୍ୟକ ସାମଗ୍ରୀ କିଣାପାରିବେ। 

ସୌ(ସୋସିଆଲ ମିଡିଆ)

Sambalpur violence: ସମ୍ବଲପୁର ସହରରେ ଆହୁରୀ କୋହଳ କରାଗଲା କର୍ଫ୍ୟୁ (curfew)। ଏଣିକି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଅର୍ଥାତ୍ ୧୨ ଘଣ୍ଟା ପାଇଁ କର୍ଫ୍ୟୁକୁ (curfew) କୋହଳ କରାଯାଇଛି । ପୂର୍ବରୁ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ କର୍ଫ୍ୟୁ କୋହଳ କରାଯାଉଥିଲା । ତେବେ କର୍ଫ୍ୟୁ କୋହଳ ହେବା ସମୟରେ ଲୋକେ ନିଜର ଆତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ। ଏହି ସମୟରେ କୌଣସି ସ୍ଥାନ ଏମିତି ଧାର୍ମିକସ୍ଥଳରେ ମଧ୍ୟ ଲୋକଙ୍କୁ ଏକାଠି ହେବା ନେଇ କଟକଣା ଜାରି କରାଯାଇଛି । ଯଦି କୌଣସି ସ୍ଥାନରେ ଲୋକେ ଏକାଠି ହୁଅନ୍ତି ତେବେ ଏନେଇ ପୂର୍ବରୁ ଅନୁମତି ନେବାକୁ ପଡିବ। ସେପଟେ ସହରରେ ଇଣ୍ଟରନେଟ୍ ବନ୍ଦ (Internet services suspended) କାରଣରୁ ସମସ୍ୟା ଭୋଗୁଛନ୍ତି ଲୋକେ । ଏଥିଲାଗି ସହରରେ ଗୁରୁବାର ଦିନ ୧୦ଟାରୁ ସଂନ୍ଧ୍ୟା ୫ଟା ଯାଏଁ ଲିଜ ଲାଇନ ଓ ବ୍ରଡ଼ବ୍ୟାଣ୍ତ ସେବା ଚାଲୁ କରାଯାଇଛି । ଯେଉଁ ମାନଙ୍କ ନିକଟରେ ବ୍ରଡ଼ବ୍ୟାଣ୍ତ (Broadband) ବା ଲିଜ ଲାଇନ ଅଛି ସେମାନେ ଇଣ୍ଟରନେଟ ପାଇପାରିବେ। ବିଭିନ୍ନ ଅନୁଷ୍ଠାନ ଓ କାର୍ଯ୍ୟାଳୟ ଗୁଡିକରେ ସୁବିଧା ଲାଗି ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଯାହା ଫଳରେ ଲୋକେ ଅଫିସ କାମ କରିବାକୁ ସକ୍ଷମ ହୋଇଛନ୍ତି । କିନ୍ତୁ ମୋବାଇଲ ଇଣ୍ଟରନେଟ୍ (Mobile internet) ସେବାକୁ ଆସନ୍ତାକାଲି ଅର୍ଥାତ୍ ରବିବାର ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ସହରରରେ ଶାନ୍ତି ଫେରାଇ ଆଣିବା ଲାଗି ଉଦ୍ୟମ ଜାରି ରହିଛି ।

ସୂଚନା ଅନୁଯାୟୀ, ଗୁରୁବାର ଦିନ ତମାମ ବିଭିନ୍ନ ଶାନ୍ତି କମିଟି ସହ ପର୍ଯ୍ୟାୟକ୍ରମେ ପ୍ରଶାସନ ଆଲୋଚନା କରିଛି । ସହରରେ ଆଶିଂକ ଉପଲବ୍ଧ ଥିବା ଇଣ୍ଟରନେଟ୍ ସେବାର (Internet services) ଯେପରି ଅପବ୍ୟବହାର ନହୁଏ ସେଥିଲାଗି ନଜର ରଖାଯାଇଛି । ଯିଏ ଏହାର  ଅପବ୍ୟବହାର କରିବା ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ପ୍ରଶାସନ ପକ୍ଷରୁ ଚେତାଇ ଦିଆଯାଇଛି । ଅନ୍ୟପଟେ ସାମ୍ପ୍ରତିକ ପରିସ୍ଥିତି ଯୋଗୁଁ ସହରର ସମସ୍ତ ମସଜିଦରେ ସାମୂହିକ ନମାଜ ପାଠ ଉପରେ ରୋକ ଲଗାଯାଇଛି । ପ୍ରକାଶ ଥାଉ କି, ହନୁମାନ ଜୟନ୍ତୀ (Hanuman Jayanti) ବାଇକ ରାଲିରେ ପଥର ମାଡ଼ ଘଟଣା ପରେ ହିଂସା ରୋକିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଲାଗି ସମ୍ବଲପୁରରେ ଗୁରୁବାର ଦିନ ପୁଣି ଥରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ (Internet service suspended) କରିବା ନେଇ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଏହାବ୍ୟତୀତ ଫେସବୁକ, ଇଣ୍ଟାଗ୍ରାମ ଓ ଟୁଇଟର ଆଦିରେ ପୋଷ୍ଟ ଉପରେ ମଧ୍ଯ କଟକଣା ଜାରି କରାଯାଇଥିଲା । ତେବେ ହନୁମାନ ଜୟନ୍ତୀ (Hanuman jayanti) ବାଇକ ଶୋଭାଯାତ୍ରା ସମୟରେ ହୋଇଥିବା ଟେକା, ପଥରମାଡ଼ ଘଟଣା ଓ ୧୪ ତାରିଖରେ ଦୋକାନ ଭଙ୍ଗାରୁଜା ଓ ପୋଡା଼ଜଳା ଘଟଣାରେ ବର୍ତ୍ତମାନ ସୁଦ୍ଧା ୮୫ ଜଣଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ କେତେକ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି । ତେବେ ଏମାନଙ୍କୁ ଧରିବା ଲାଗି ପୋଲିସ ଛାନଭିନ ଜାରି ରଖିଛି ।

ଏହା ମଧ୍ଯ ପଢନ୍ତୁ-Odia jawan martyred in Jammu: ଜମ୍ମୁ କାଶ୍ମୀରରେ ଓଡ଼ିଆ ଯବାନ ସହିଦ, ଦିନକ ପରେ ପାଳିଥାଆନ୍ତେ ବିବାହ ବାର୍ଷିକୀ

ସୂଚନାଯୋଗ୍ୟ, ଗତ ୧୨ ତାରିଖ ରାତିରେ ହନୁମାନ ଜୟନ୍ତୀ (Hanuman Jayanti) ପାଇଁ ବାଇକ ରାଲି ଶୋଭାଯାତ୍ରା ବେଳେ ସମ୍ବଲପୁର (Sambalpur) ସହରରେ ଦୁଇଗୋଷ୍ଠୀ ଭିତରେ ଗଣ୍ଡଗୋଳ ହୋଇଥିଲା। ପୁଲିସ୍‌ ଏହାକୁ ଅଟକାଇବାକୁ ଚେଷ୍ଟା କରିବାରୁ ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ପଥର ମାଡ଼ କରିଥିଲେ। ଏଥିରେ ଅତିରିକ୍ତ ଏସ୍ପି ଓ ଧନୁପାଲି ଆଇଆଇସିଙ୍କ ସମେତ ୧୦ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ଏହି ଘଟଣା ପରଠାରୁ ସମ୍ବଲପୁରରେ ଉତ୍ତେଜନା ଲାଗି ରହିଥିଲା। ଉତ୍ତ୍ୟକ୍ତ ଲୋକମାନେ ଦୋକାନ ପୋଡ଼ା ଜଳା କରିବା ସହ ଭଙ୍ଗା ରୁଜା କରିଥିଲେ। ଏହାକୁ ଦୃଷ୍ଟିରେ ସମ୍ବଲପୁରରେ ଇଣ୍ଟରନେଟ୍ ସେବାକୁ  (Internet service) ବନ୍ଦ କରିଦିଆଯାଇଥିଲା।