Odisha News: ସମ୍ବଲପୁରରେ କର୍ଫ୍ୟୁ, ଆହୁରୀ ୨ ଦିନ ବନ୍ଦ ରହିବ ଇଣ୍ଟରନେଟ୍ ସେବା
Advertisement

Odisha News: ସମ୍ବଲପୁରରେ କର୍ଫ୍ୟୁ, ଆହୁରୀ ୨ ଦିନ ବନ୍ଦ ରହିବ ଇଣ୍ଟରନେଟ୍ ସେବା

Sambalpur Curfew:  ସମ୍ବଲପୁରରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କର୍ଫ୍ୟୁ । ହିସାଂକାଣ୍ତକୁ ନିୟନ୍ତ୍ରଣ କରିବା ଲାଗି ୪୮ ଘଣ୍ଟା ଲାଗି ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ତେବେ ପୁଣିଥରେ ଆଗାମୀ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରିବା ଲାଗି ସରକାରଙ୍କୁ ସୁପାରିଶ କରିଥିବା ନେଇ ଅନନ୍ୟା ଦାସ ସୂଚନା ଦେଇଛନ୍ତି ।

ସୌ(ସୋସିଆଲ ମିଡିଆ)

Sambalpur Curfew: ପୋଲିସ ଛାଉଣୀରେ ସମ୍ବଲପୁର (Sambalpur) । ସହରରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବଳବତ୍ତର ରହିଛି କର୍ଫ୍ୟୁ (curfew) । ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ (Hanuman Jayanti Violence Sambalpur) ବେଳେ ସହରରେ ଘଟିଥିବା ହିସାଂକାଣ୍ତକୁ ନିୟନ୍ତ୍ରଣ କରିବା ଲାଗି ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିଲା । ତେବେ ଶୁକ୍ରବାର ମଧ୍ଯରାତ୍ରିରୁ ସହରରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରାଯାଇଛି । ରାତି ୧୨ଟାରୁ ଅନ୍ୟାଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ସମ୍ବଲପୁର ଜିଲ୍ଲାପାଳ ଘୋଷଣା କରିଛନ୍ତି । ତେବେ କର୍ଫ୍ୟୁ ସମୟରେ ଡ଼ାକ୍ତରଖାନା ଓ ଔଷଧ ଦୋକାନ ଭଳି ଅତ୍ୟାବଶ୍ୟକ ସେବା ବାଦ ସବୁକିଛି ବନ୍ଦ ରହିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ହିସାଂକାଣ୍ତକୁ ନିୟନ୍ତ୍ରଣ କରିବା ଲାଗି ୪୮ ଘଣ୍ଟା ଲାଗି ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ତେବେ ପୁଣିଥରେ ଆଗାମୀ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ (Internet services suspended in sambalpur) କରିବା ଲାଗି ସରକାରଙ୍କୁ ସୁପାରିଶ କରିଥିବା ନେଇ ଅନନ୍ୟା ଦାସ ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉ କି, ସମ୍ବଲପୁର ଉପଜିଲ୍ଲାପାଳଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କର୍ଫ୍ୟୁ ୟୁ/ଏସ୍- 144(1) CrPc ରାଜ୍ୟ ଘୋଷଣା କରାଯାଇଛି। ଫଳରେ ଜନସାଧାରଣଙ୍କୁ ସକାଳ ୮ଟାରୁ ୧୦ଟା ଓ ୩:୩୦ରୁ ୫:୩୦ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଅନୁମତି ଦିଆଯାଇଛି। ତେବେ ଏହି ସମ୍ବେଦନଶୀଳ ପରିସ୍ଥିତିରେ ଜିଲ୍ଲାପାଳ ଅନନ୍ୟା ଦାସ ସମସ୍ତ ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ ଓ ବେସରକାରୀ କାର୍ୟ୍ୟାଳୟ ବନ୍ଦ ଘୋଷଣା କରିଛନ୍ତି। ସହରରେ ଶାନ୍ତି ଫେରାଇ ଆଣିବା ପାଇଁ ପ୍ରଶାସନକୁ ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଶୁକ୍ରବାର ରାତିରେ ହିଂସାକାଣ୍ଡ ପରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ କର୍ଫ୍ୟୁ ଜାରି କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି DIG ବ୍ରିଜେଶ କୁମାର ରାୟ ସୂଚନା ଦେଇଛନ୍ତି।

ହନୁମାନ ଜୟନ୍ତୀ ଉପଲକ୍ଷେ (Hanuman Jayanti) ବୁଧବାର ସମ୍ବଲପୁର ଧନୁପାଲି ଛକରୁ ବାହାରିଥିବା ବାଇକ ରାଲିକୁ ନେଇ ମୁହାଁମୁହିଁ ହୋଇଥିଲେ ୨ ଗୋଷ୍ଠୀ । ବ୍ୟାପକ ପୋଡା଼ ଜଳା ସହ ଭଙ୍ଗା ରୁଜା କରିଥିଲେ ଉତ୍ୟକ୍ତ ଲୋକ । ଏମିତି କି ଦୋକାନ, କାର ଓ ବାଇକରେ ନିଆଁ ଲଗାଇ ଦେଇଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ନାକେଦମ ହୋଇଥିଲା ପୋଲିସ । ଲୋକଙ୍କ ପଥର ମାଡରେ ୧୦ ପୋଲିସ କର୍ମଚାରୀଙ୍କ ସମେତ ୫୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଏହି ଘଟଣାରେ ୪୨ ଜଣଙ୍କୁ ଅଟକ ରଖିଛି ପୋଲିସ । ଉତ୍ତେଜନାକୁ ଦୃଷ୍ଟିରେ ରଖି ସମ୍ବଲପୁର ସହରରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ତେବେ  ଗତକାଲି ୧୪୪ ଧାରା (Section 144 imposed in Sambalpur) ସତ୍ୱେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । 

ଏହା ବି ପଢନ୍ତୁ-Trending News: ଓଡ଼ିଶାରେ ଅନ୍ଧବିଶ୍ବାସ! ପୁଅ ଓ ଝିଅକୁ କୁକୁର ସାଙ୍ଗରେ ବାହାଘର କଲେ ପରିବାର ଲୋକେ

ସେପଟେ ଘଟଣାକୁ ନେଇ ମୁହାଁମୁହିଁ ହୋଇଥିଲା ବିରୋଧୀ ଓ ଶାସକ ଦଳ (Bjp-Bjd)। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Minister Dharmendra Pradhan) ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ଶାନ୍ତି ବଜାୟ ରଖିବା ପାଇଁ ସମ୍ବଲପୁରବାସୀଙ୍କୁ ଅନୁରୋଧ କରିବା ସହ ପରିସ୍ଥିତି ପାଇଁ ପ୍ରଶାସନିକ ଅପରାଗତାକୁ ସେ ଦାୟୀ କରିଥିଲେ । ଅନ୍ୟପଟେ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ସ୍ପର୍ଶକାତର ଘଟଣାରେ ରାଜନୀତି କରିବାକୁ ପଛାଉ ନାହିଁ ବିଜେପି । ସମ୍ବଲପୁରର ପରିସ୍ଥିତି ଉପରେ ପୋଲିସ ନଜର ରଖିଛି । ରାଉରକେଲାରୁ ରାପିଡ ଆକ୍ସନ ଫୋର୍ସ ମଗାଯାଇଛି । ତେବେ ସହରରେ ଏପ୍ରିଲ ୨୦ ତାରିଖ ସକାଳ ୯ଟା ଯାଏଁ ୧୪୪ ଧାରା ଜାରି ବଳବତ୍ତର ରହିବ । ଏହି ସମୟରେ ୨ ଜଣରୁ ଅଧିକ ଲୋକ ଏକାଠି ହେବାକୁ ବାରଣ କରାଯାଇଛି ।