Mo Bus: ଆଜିଠୁ ଆଉ ୬ଟି ନୂଆ ରୁଟରେ ଗଡ଼ିଲା ମୋ ବସ୍
Advertisement
Article Detail0/zeeodisha/odisha1635212

Mo Bus: ଆଜିଠୁ ଆଉ ୬ଟି ନୂଆ ରୁଟରେ ଗଡ଼ିଲା ମୋ ବସ୍

MO BUS: ଆଜି ଉତ୍କଳ ଦିବସ (Utkal Dibasa) । ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହା ଗର୍ବ ଓ ଗୌରବର ଦିନ । ଏ ଅବସରରେ ରାଜ୍ୟ ସରକାର ଇସ୍ସାତନଗରବାସୀଙ୍କୁ ଭେଟି ଦେଇଛନ୍ତି । ଆଜିଠୁ ମୋ-ବସ୍ (Mo Bus)ଯାତ୍ରାରେ ଯୋଡି ହୋଇଛି ଆଉ ୬ଟି ନୂଆ ରୁଟ୍ । ଆର୍ଥାତ୍ ୬ଟି ନୂଆ ରୁଟ୍ ଦେଇ ଯାତାୟତ କରିବ ମୋବସ୍ (Mo Bus)।

ସୌଜନ୍ୟ- ସୋସିଆଲ ମିଡ଼ିଆ

MO BUS: ଆଜି ଉତ୍କଳ ଦିବସ (Utkal Dibasa) । ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହା ଗର୍ବ ଓ ଗୌରବର ଦିନ । ଏ ଅବସରରେ ରାଜ୍ୟ ସରକାର ଇସ୍ସାତନଗରବାସୀଙ୍କୁ ଭେଟି ଦେଇଛନ୍ତି । ଆଜିଠୁ ମୋ-ବସ୍ (Mo Bus)ଯାତ୍ରାରେ ଯୋଡି ହୋଇଛି ଆଉ ୬ଟି ନୂଆ ରୁଟ୍ ।  ଆର୍ଥାତ୍ ୬ଟି ନୂଆ ରୁଟ୍ ଦେଇ ଯାତାୟତ କରିବ ମୋବସ୍ (Mo Bus)।  ଏ-ନେଇ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (Capital Region Urban Transport)ପକ୍ଷରୁ ସୂଚନା ଦିଆଯାଇଛି । 

ନଜର ପକାନ୍ତୁ କେଉଁ କେଉଁ ରୁଟ୍ ଦେଇ ଯାତାୟତ କରିବ ମୋବସ: ରୁଟ୍ ନମ୍ବର ୧୧୦- ରାଉରକେଲା ନୂଆ(Rourkela) ବସଷ୍ଟାଣ୍ତ-କାଲୁଙ୍ଗା(ଭାୟା ରଘୁନାଥପଲ୍ଲୀ), ରୁଟ୍ ନମ୍ବର ୧୧୩- ରାଉରକେଲା ନୂଆ ବସଷ୍ଟାଣ୍ତ-ଉସ୍ରା(ଭୟା ଏନଏଚ୍) ,ରୁଟ୍ ନମ୍ବର ୧୧୪- ରାଉରକେଲା ନୂଆବସ୍ ଷ୍ଟାଣ୍ତ-ନୂଆଗାଁ (ଭାୟା-ହାତିବରୀ), ସେହିପରି ରୁଟ୍ ନମ୍ବର  ୧୧୫-ରାଉରେକଲା ନୂଆବସ୍-ଷ୍ଟାଣ୍ତ-ପୋତାବ୍ (ଭାୟା-ହାତୀବରି) । ରୁଟ୍ ନମ୍ବର ୧୧୬- ରାଉରକେଲା ନୂଆବସଷ୍ଟାଣ୍ତ-ଲୋରାମ୍ (ଭାୟା-ନିଟ୍,ଜାଗଦା ଛକ, ଖୁତାଗାଁ,ସୋରଡା)। ସେହିପରି ରୁଟ୍ ନମ୍ବର ୧୧୭-ରାଉରକେଲା ନୂଆ ବସଷ୍ଟାଣ୍ତ-ଜରାଇକେଲା(ଭାୟା-ବନ୍ଧୋମୁଣ୍ତା,ବିସ୍ରା) ଦେଇ ମୋବସ ଚଳାଚଳ ଆରମ୍ଭ କରିଛି । 

ଏହାବି ପଢନ୍ତୁ : Balasore News: ୫ ପୋଲିସଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ଦୁର୍ବୃତ୍ତ

ଏହାବି ପଢନ୍ତୁ : Weird News: ୩୮ ଦିନ ସମୁଦ୍ରରେ ଫସି ରହିଲେ ପୁରା ପରିବାର, ଜୀବନ ବଞ୍ଚାଇବା ପାଇଁ ପିଇଲେ କଇଁଛର ରକ୍ତ ସାଙ୍ଗକୁ...

ଏହାବି ପଢନ୍ତୁ : Balasore News: ମେଡିକାଲ କଲେଜ ଛାତରୁ ପଡି ଛାତ୍ରଙ୍କ ମୃତ୍ୟୁ, ଶେଷ ମେସେଜରେ ବାପାଙ୍କୁ ଲେଖିଥିଲେ...

ସେହିପରି ନିକଟରେ, କ୍ରୁଟ ପକ୍ଷରୁ ମଧ୍ୟ ଚଳିତ ବର୍ଷ ଜାନୁଆରୀ ୨୪ରେ  ଟୁଇନ ସିଟିରେ ଆଉ ଦୁଇଟି ରୁଟରେ ମୋବସ ଚଳାଚଳ ଆରମ୍ଭ କରିଥିଲା।  ଟୁଇନ୍ ସିଟିରେ ଲୋକଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି କ୍ରୁଟ୍ ପକ୍ଷରୁ ଏଭଳି ନିସ୍ପତି ନିଆଯାଇଥିଲା। ଏ-ହି ଦୁଇଟି ନୂଆ ରୁଟ୍ ହେଉଛି ୪୧ ଏବଂ ୪୨ ନମ୍ୱର। ୪୧ ନମ୍ବର ରୁଟ ବସଟି ବରମୁଣ୍ଡା ବସ ଷ୍ଟାଣ୍ଡରୁ ଟାଙ୍ଗୀ ପାଇଁ ଯାତ୍ରା ଆରମ୍ଭ କରିଥିଲା। ଭାୟା ଲିଙ୍କ ରୋଡ୍ ଏବଂ ବାଦାମବାଡି ଦେଇ ଏହି ବସ୍ ଯାତାୟତ ଆରମ୍ଭ କରିଥିଲା

ସେହିପରି ୪୨ ନମ୍ବର ରୁଟର ବସଟି ବରମୁଣ୍ଡାରୁ ନନ୍ଦନକାନନ ଭାୟା ଚନ୍ଦକା ଦେଇ ଚଳାଚଳ ଆରମ୍ଭ କରିଥିଲା। ସିଆରୟୁଟିର ପରିଚାଳନା ନିର୍ଦ୍ଦେଶକ ବା ବିଏମସି କମିଶନର ବିଜୟ କୁଲାଙ୍ଗେ ପ୍ରେସ ରିଲିଜ ଜାରି କରି କହିଛନ୍ତି, ଲୋକାଙ୍କ ସୁବିଧା ପାଇଁ ମୋ ବସ ସେବା ଚାଲୁଛି। ଏହି ଦୁଇ ନୂଆ ରୁଟରେ ବସ ଚଳାଇବାକୁ ଅନେକ ଦାବି ଆସିବା ପରେ ମ୍ୟାନଜେମେଣ୍ଟ ନୂଆ ଦୁଇଟି ରୁଟ ଯୋଡ଼ିଛି। ଉଲ୍ଲେଖଯୋଗ୍ୟ, ଟୁଇନ ସିଟିରେ ମୋ ବସ ପାଲଟିଛି ଲୋକଙ୍କ ଯିବା ଆସିବା ପାଇଁ ପ୍ରମୁଖ ମାଧ୍ୟମ। କମ୍ ଦାମରେ ଏବଂ ଅଳ୍ପ ସମୟ ବ୍ୟବଧାନରେ ସିୟୁଆରଟି ଯୋଗାଇ ଦେଉଛି ମୋ ବସ ସେବା (Mo Bus) ।

ଏହାବି ପଢନ୍ତୁ : Rule Change From 1 April 2023: ଆଜିଠାରୁ ସୁନା, LPG, ଔଷଧର ମୂଲ୍ୟ ସହ ହେଲା ଏସବୁ ବଡ଼ ପରିବର୍ତ୍ତନ; ଦେଶର କୋଟି କୋଟି ଲୋକ ହେବେ ପ୍ରଭାବିତ!

ଏହାବି ପଢନ୍ତୁ : Ram Setu Stone: କାହିଁକି ପାଣିରେ ଭାସିଥାଏ ରାମସେତୁ ପଥର? ଏହା ପଛରେ ରହିଛି କେଉଁ ରହସ୍ୟ?

ଏହାବି ପଢନ୍ତୁ :  April fool’s day 2023: କାହିଁକି ପାଳନ କରାଯାଏ 'ଏପ୍ରିଲ୍ ଫୁଲ ଡ଼େ’, ଜାଣନ୍ତୁ କ’ଣ ରହିଛି ଏହା ପଛର ଇତିହାସ

ଏହାବି ପଢନ୍ତୁ : World Idle Day: ଜଣେ ବ୍ୟକ୍ତି ବର୍ଷକରେ ଖାଇଗଲେ ୬ ଲକ୍ଷ ଟଙ୍କାର ଇଡଲୀ, ରିପୋର୍ଟରୁ ଖୁଲାସା ହେଲା ଏହି ତଥ୍ୟ