Shocking: ଝଗଡ଼ା ବେଳେ ସ୍ବାମୀଙ୍କ କାନକୁ… ମାମଲା ରୁଜୁ
Advertisement

Shocking: ଝଗଡ଼ା ବେଳେ ସ୍ବାମୀଙ୍କ କାନକୁ… ମାମଲା ରୁଜୁ

Shocking News: ବେଳେବେଳେ ଦୁନିଆରେ ବହୁ ଅଜବ ଘଟଣା ସବୁ ସାମ୍ନାକୁ ଆସିଥାଏ । କେତେବେଳେ ଏହି ଘଟଣା ଶୁଣି ଲୋକେ ହସି ହସି ବେଦମ ହୋଇଥାଆନ୍ତି ତ ଆଉ କେତେବେଳେ କିଛି ଘଟଣା ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥାଏ । ତେବେ ନିକଟରେ ଦିଲ୍ଲୀ ସୁଲତାନପୁରୀ ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ ।

ସୌ(ସୋସିଆଲ ମିଡିଆ)

ସୂଚନା ଅନୁଯାୟୀ, ଦିଲ୍ଲୀ ସୁଲତାନପୁରୀ (Delhi Sultanpuri) ଅଞ୍ଚଳରେ ରହୁଥିବା ଏକ ଦମ୍ପତ୍ତିଙ୍କ ମଧ୍ଯରେ ବଚସା ହୋଇଥିଲା । ଝଗଡ଼ା ବେଳେ ମହିଳା ଜଣଙ୍କ ରାଗ ତମତମ ହୋଇ ସ୍ବାମୀଙ୍କ କାନକୁ କାମୁଡ଼ି ଛିଣ୍ତାଇ ଦେଇଥିବା ସୂଚନା ମିଳିଛି । ବାସ୍ତବରେ, ଘର ସଫାକୁ କେନ୍ଦ୍ର କରି ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ଧିରେ ଧିରେ ଝଗଡ଼ା ବଢିବାକୁ ଲାଗିଥିଲା । ଏହାପରେ ସ୍ତ୍ରୀ ସ୍ବାମୀଙ୍କୁ ଘର ବିକିବାକୁ କହି ତାଙ୍କୁ ତାଙ୍କ ଭାଗ ଦେବାକୁ କହିଥିଲେ । ଏହାସହ ସେ ପିଲାମାନଙ୍କୁ ଧରି ଅଲଗା ରହିବାକୁ କହିଥିଲେ । ଏହା ଶୁଣିବା ପରେ ସ୍ବାମୀ ସ୍ତ୍ରୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ ବୁଝିବାକୁ ନାରଜ ଥିଲେ । ଏହାପରେ ମହିଳା ଜଣକ ସ୍ୱାମୀଙ୍କୁ ଆକ୍ରମଣ କରିଥିଲେ । ନିଜ ରକ୍ଷା କରିବାକୁ ଯାଇ ସ୍ୱାମୀ ପତ୍ନୀଙ୍କୁ ଧକ୍କା ପକାଇଥିଲେ । ଏହାପରେ ପରେ ସ୍ୱାମୀ ଘରୁ ବାହାରକୁ ଯିବା ସମୟରେ ମହିଳା ରାଗ ଜର୍ଜରିତ ହୋଇ ପଛପଟୁ ସ୍ବାମୀଙ୍କ କାନକୁ ଧରି କାମୁଡି଼ ଦେଇଥିଲେ । ମହିଳା ଜଣକ ଏତେ ଜୋରରେ କାନ କାମୁଡିଥିଲେ ଯେ, ବ୍ୟକ୍ତିଙ୍କୁ କାନ ସର୍ଜରୀ କରିବାକୁ ପଡିଥିଲା । ସ୍ଥାନୀୟ ହସପିଟାଲରେ କାନ ସର୍ଜରୀ କରିବା ପରେ ପୀଡିତ ସ୍ୱାମୀ ଥାନାରେ ଏନେଇ ଅଭିଯୋଗ କରିଛନ୍ତି ।

Also Read-Vande Bharat Express: ରାଉରକେଲା-ଭୁବନେଶ୍ୱର ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ଼, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବ୍ୟକ୍ତିଙ୍କ ଅଭିଯୋଗକୁ ଆଧାର କରି ‘ଆଇପିସି’ ଧାରା ୩୨୪ ଅନୁଯାୟୀ ମହିଳାଙ୍କ ନାଁରେ ‘ଏଫ୍‌ଆଇଆର୍‌’ ରେଜିଷ୍ଟ୍ରି କରାଯାଇଛି। ତେବେ ଏହି ଘଟଣାର ଅଧିକ ତଦନ୍ତ ଚାଲିଥିବା ପୋଲିସ କହିଛି ।