HBD Virat Kohli: ସ୍ୱାମୀ ବିରାଟଙ୍କୁ ନିଆରା ଢଙ୍ଗରେ ୱିସ୍ କଲେ ଅନୁଷ୍କା, ଦେଖନ୍ତୁ ଫଟୋ...
Advertisement
Article Detail0/zeeodisha/odisha1945750

HBD Virat Kohli: ସ୍ୱାମୀ ବିରାଟଙ୍କୁ ନିଆରା ଢଙ୍ଗରେ ୱିସ୍ କଲେ ଅନୁଷ୍କା, ଦେଖନ୍ତୁ ଫଟୋ...

ଆଜି ହେଉଛି ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ଜନ୍ମଦିନ (Virat kohli) । ୩୫ ବର୍ଷରେ ପାଦ ଥାପିଛନ୍ତି କିଙ୍ଗ କୋହଲି । ତେବେ ଏନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଭରି ରହିଛି । ୧୯୮୮ ମସିହାରେ ନଭେମ୍ବର ୫ରେ ଏକ ମଧ୍ଯବତ୍ତି ପରିବାରରେ ବିରାଟଙ୍କ ଜନ୍ମ । ପୂର୍ବରୁ ଉତ୍ତରପ୍ରଦେଶରେ ରହୁଥିବା ବିରାଟଙ୍କ ପରିବାର ପରେ

ସୌ(ସୋସିଆଲ ମିଡିଆ)

Happy Birthday Virat kohli: ଆଜି ହେଉଛି ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ଜନ୍ମଦିନ (Virat kohli) । ୩୫ ବର୍ଷରେ ପାଦ ଥାପିଛନ୍ତି କିଙ୍ଗ କୋହଲି । ତେବେ ଏନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଭରି ରହିଛି । ୧୯୮୮ ମସିହାରେ ନଭେମ୍ବର ୫ରେ ଏକ ମଧ୍ଯବତ୍ତି ପରିବାରରେ ବିରାଟଙ୍କ ଜନ୍ମ । ପୂର୍ବରୁ ଉତ୍ତରପ୍ରଦେଶରେ ରହୁଥିବା ବିରାଟଙ୍କ ପରିବାର ପରେ ଦିଲ୍ଲୀ ଚାଲି ଆସିଥିଲେ । ସେବେଠାରୁ ବିରାଟ ଦିଲ୍ଲୀରେ ରହିବାକୁ ଲାଗିଲେ । ବାସ୍ ଏହିଠାରୁ ଆରମ୍ଭ ହୋଇଥିଲା ବିରାଟଙ୍କ କ୍ରିକେଟ୍ ଯାତ୍ରା ।

ତେବେ ସ୍ବାମୀଙ୍କ ଜନ୍ମଦିନରେ ପତ୍ନୀ ଅନିଷ୍କା ଶର୍ମା (Anushka Sharma) ବିରାଟଙ୍କୁ ଖାସ୍ ଅନନ୍ଦାଜରେ ୱିସ୍ କରିଛନ୍ତି । ଅନୁଷ୍କା ନିଜ ଇନଷ୍ଟାଗ୍ରାମରେ ବିରାଟଙ୍କ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ଜୀବନର ପ୍ରତ୍ୟେକ ଭୂମିକାରେ ବିରାଟ ବେଷ୍ଟ ଅଟନ୍ତି । ଆଇ ଲଭ ୟୁ, ଜୀବନ ସାରା ମୁଁ ତୁମକୁ ଭଲ ପାଇବି । ଜୀବନର ପ୍ରତ୍ୟେକ ମୋଡ଼ରେ ମୁଁ ତୁମ ସହ ଅଛି । ପରିସ୍ଥିତି ଯାହା ବି ହେଉନା କାହିଁକି ମୁଁ ତୁମ ସହ ସବୁବେଳେ ରହିଛି’ ।

 

୨୦୦୮ ମସିହାରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ ବିରାଟ । ଏହାପରେ ସେ ଟେଷ୍ଟ ଓ ଟି-୨୦ ଦଳରେ ସାମିଲ ହୋଇଥିଲେ । ୨୦୧୧ ମସିହାରେ ବାଂଲାଦେଶ ବିରୋଧରେ ଶତକ ଓ ଫାଇନାଲ ମ୍ୟାଚ୍ ରେ ଦମଦାର ୩୧ ରନ୍ ତାଙ୍କୁ କ୍ରିକେଟ୍ ଜଗତରେ ପରିଚିତ କରାଇଥିଲା ।

ପ୍ରକାଶ ଥାଉ କି, ବିରାଟ ବର୍ତ୍ତମାନ ୨୮୮ଟି ମ୍ୟାଚ୍ ଖେଳିଥିବା ବେଳେ ୧୩୫୨୫ ରନ୍ ସଂଗ୍ରହ କରିଛନ୍ତି । ଏବେ ସୁଦ୍ଧା ବିରାଟ ୪୮ଟି ଶତକ ହାସଲ କରିଥିବା ବେଳେ ୭୦ଟି ଅର୍ଦ୍ଧଶତକ ପୂରଣ କରିଛନ୍ତି ।  ସେହିପରି ୧୧ଟି ଟେଷ୍ଟ ମ୍ୟାଚ୍ ଖେଳି ସେ ୮୬୭୬ ରନ୍ କରିଛନ୍ତି । ଏଥିରେ ମୋଟ ୨୯ଟି ଶତକ, ୨୯ଟି ଅର୍ଦ୍ଧଶତକ ଓ ୭ଟି ଦ୍ବିଶତକ ସାମିଲ ରହିଛି ।

ସେହିପରି ମୋଟ ୧୧୫ଟି ଅନ୍ତରାଷ୍ଟ୍ରୀୟ ଟି-୨୦ ଖେଳି ସେ ୪୦୦୮ ରନ୍ ହାସଲ କରିଛନ୍ତି । ଏଥିରେ ୧ ଶତକ ଓ ୩୭ଟି ଅର୍ଦ୍ଧଶତକ ରହଛି । ଅନ୍ୟପଟେ ଆଇପିଏଲରେ ସେ ମୋଟ ୨୩୭ ମ୍ୟାଚ୍ ଖେଳିଥିବା ବେଳେ ୭୨୬୩ ରନ୍ ହାସଲ କରିଛନ୍ତି ଏଥିରେ ୭ଟି ଶତକ ଓ ୫୦ଟି ଅର୍ଦ୍ଧଶତକ ସାମିଲ ରହିଛି ।