Covid-19 JN1 Cases: କର୍ଣ୍ଣାଟକରେ ୩ ମୁଣ୍ଡ ନେଲା କରୋନାର ନୂଆ ଭାରିଆଣ୍ଟ, କେରଳ ସ୍ଥିତି ସଙ୍ଗିନ୍
Advertisement

Covid-19 JN1 Cases: କର୍ଣ୍ଣାଟକରେ ୩ ମୁଣ୍ଡ ନେଲା କରୋନାର ନୂଆ ଭାରିଆଣ୍ଟ, କେରଳ ସ୍ଥିତି ସଙ୍ଗିନ୍

Covid-19 JN1 Cases:  ସୋମବାର କର୍ଣ୍ଣାଟକରେ ୩୪ ନୂଆ ମାମଲା ସାମ୍ନାକୁ ଆସିଥିବା ସମୟରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଅନ୍ୟପଟରେ କେରଳରେ ମଧ୍ୟ କରୋନାର ନୂଆ ଭାରିଏଣ୍ଟ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ମାତ୍ର ଗୋଟିଏ ଦିନରେ କେରଳରେ ୧୧୫ଟି ପଜିଟିଭ୍ କେସ୍ ସାମ୍ନାକୁ ଆସିଛି ।

Covid-19 JN1 Cases: କର୍ଣ୍ଣାଟକରେ ୩ ମୁଣ୍ଡ ନେଲା କରୋନାର ନୂଆ ଭାରିଆଣ୍ଟ, କେରଳ ସ୍ଥିତି ସଙ୍ଗିନ୍

Covid-19 JN1 Cases: ଦେଶରେ ବର୍ତ୍ତମାନ କରୋନାର ନୂଆ ଭାରିଆଣ୍ଟ୍ ଜେଏଲ୧ ମାମଲା କ୍ରମାଗତ ଭାବରେ ବଢିବାରେ ଲାଗିଛି । ସୋମବାର କର୍ଣ୍ଣାଟକ (Karnataka)ରେ ୩୪ ନୂଆ ମାମଲା ସାମ୍ନାକୁ ଆସିଥିବା ସମୟରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଅନ୍ୟପଟରେ କେରଳ (Kerala)ରେ ମଧ୍ୟ କରୋନାର ନୂଆ ଭାରିଏଣ୍ଟ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ମାତ୍ର ଗୋଟିଏ ଦିନରେ କେରଳରେ ୧୧୫ଟି ପଜିଟିଭ୍ କେସ୍ ସାମ୍ନାକୁ ଆସିଛି ।

କର୍ଣ୍ଣାଟକ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁଯାୟୀ, ରାଜ୍ୟରେ ମୋଟ ୩୪ ଟି JN.1 ମାମଲା ଚିହ୍ନଟ ହୋଇଛି। ସେମଧ୍ୟରେ କେବଳ ବେଙ୍ଗାଲୁରୁରେ ୨୦ ଟି ମାମଲା ଆସିଛି । ସେହିପରି ମିସୁରୁରୁ ୪ଟି, ମାଣ୍ଡିଆରେ ୩ଟି ମାମଲା ଏବଂ ରାମନାଗର, ବେଙ୍ଗାଲୁରୁ ଗ୍ରାମାଞ୍ଚଳ, କୋଡାଗୁ ଏବଂ ଚାମରାଜା ନଗରରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆ ଭାରିଆଣ୍ଟ JN.1 ଯୋଗୁଁ ରୋଗୀମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ସେହିପରି କେରଳରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୫ ଟି ନୂଆ କୋଭିଡ -୧୯ ଜେଏଲ ୧ ଭାରିଆଣ୍ଟ ମାମଲା ରିପୋର୍ଟ ହୋଇଛି । ଗତକାଲିର ରିପୋର୍ଟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ମୋଟ୍ ଆକ୍ଟିଭ୍ କେସ୍ ୧,୭୪୯ ରହିଛି । ତେବେ ବିଗତ ୨୪ ଘଣ୍ଟା ମଧ୍ୟରେ କେରଳରେ କାହାର କରୋନା ଜନିତ ମୃତ୍ୟୁ ହୋଇଥିବା ରେକର୍ଡ ହୋଇନାହିଁ ।

କରୋନାର ନୂଆ ଭାରିଆଣ୍ଟ୍ JN.1କୁ ପ୍ରଥମେ ଅଗଷ୍ଟ ମାସରେ ଚିହ୍ନଟ କରାଯାଇଥିଲା । ଏହା ଓମିକ୍ରନ୍ ର ଏକ ସବ୍ ଭାରିଆଣ୍ଟ BA.2.86 ରୁ ସୃଷ୍ଟି ହୋଇଥିବା ସୂଚନା ରହିଛି । ୨୦୨୨ ମସିହା ଆରମ୍ଭରେ BA.2.86 କରୋନା ମାମଲା ବୃଦ୍ଧି ହୋଇଥିଲେ ମଧ୍ୟ ଏହା ଅଧିକ ସଂକ୍ରମିତ କରିନଥିଲା କିନ୍ତୁ ଏହା ବିଶେଷଜ୍ଞମାନଙ୍କୁ ଚିନ୍ତିତ କରିଥିଲା । ଚିନ୍ତିତ କରିବାର ​​କାରଣ ଏହା ଥିଲା ଯେ, BA.2.86 ର ସ୍ପାଇକ୍ ପ୍ରୋଟିନରେ ଅତିରିକ୍ତ ପରିବର୍ତ୍ତନ ହୋଇଥିଲା  । ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବାନୁଯାୟୀ ସର୍ବଭାରତୀୟ ସ୍ତରରେ ବର୍ତ୍ତମାନ ନୂଆ ମାମଲା ଗୁଡ଼ିକର ବୃଦ୍ଧି ଏହା ସୂଚାଇ ଦେଉଛି ଯେ, JN.1 ଓମିକ୍ରନ୍ ର ଏକ ସବ ଭାରିଆଣ୍ଟ୍ । ଏହା ଅଧିକ ଇମ୍ୟୁନିଟି ପାୱାର ଥିବା ଲୋକଙ୍କୁ ମଧ୍ୟ ସଂକ୍ରମିତ କରିପାରେ । ଅନ୍ୟପଟେ ଯୁକ୍ତରାଷ୍ଟ୍ର ଆମେରିକାର ରୋଗ ନିୟନ୍ତ୍ରଣ (CDC) ଏହାକୁ ଆମେରିକାର ଦ୍ରୁତତମ ବୃଦ୍ଧି ପାଉଥିବା ପ୍ରକାର ବୋଲି ବର୍ଣ୍ଣନା କରିଛି। ଯାହା ଲୋକଙ୍କ ମନରେ ଅଧିକ ଭୟ ଭରିଛି ।

Also Read- ପୋଲିସକୁ ଗାଳିଗୁଲଜ କରି ଓଲିଉଡ ଅଭିନେତା ବିରଞ୍ଚି ଗିରଫ ପରେ କୋର୍ଟ ଚାଲାଣ

Also Read- ଆଜି ମଙ୍ଗଳବାର: ଏମିତି କରନ୍ତୁ ଶ୍ରୀରାମଙ୍କ ଭକ୍ତ ହନୁମାନଙ୍କ ପୂଜା... ଦୂର ହେବ ସବୁ ସଂକଟ