Couple Private Video Leaked: କପଲଙ୍କ ପ୍ରାଇଭେଟ୍ ଭିଡିଓ ହେଲା ଲିକ୍, ହୋଟେଲରେ ଘଟିଲା ଏପରି କିଛି...ସୃଷ୍ଟି କଲା ହଇଚଇ
Advertisement

Couple Private Video Leaked: କପଲଙ୍କ ପ୍ରାଇଭେଟ୍ ଭିଡିଓ ହେଲା ଲିକ୍, ହୋଟେଲରେ ଘଟିଲା ଏପରି କିଛି...ସୃଷ୍ଟି କଲା ହଇଚଇ

Couple Private Video Leaked: ଯେତେବେଳେ କି ଏଥିରେ ସେମାନଙ୍କର କୌଣସି ଦୋଷ ମଧ୍ୟ ନଥିଲା । ଏହି କ୍ରମରେ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଥିଲା ଯେ ଏହାକୁ କିପରି ରୋକା ଯାଇହେବ । ଏହି ଚର୍ଚ୍ଚାରେ ଜଣେ ୟୁଜର ବ୍ରାଜିଲରେ ଘଟିଥିବା ଏକ ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି ଯେଉଁଥିରେ କପଲ୍ ଏକ ହୋଟେଲରେ ରହିବାର ଭିଡିଓ ଲିକ୍ ହୋଇଥିଲା । ଏହି ଘଟଣା ପରେ ଏକ ଜୋରଦାର ହଙ୍ଗମା ସୃଷ୍ଟି ହୋଇଥିଲା ।

ପ୍ରତୀକାତ୍ମକ ଫଟୋ

Couple Private Video Leaked: ଗତ କିଛି ଦିନ ହେବ ଦେଶ ଓ ଦୁନିଆରୁ ଏପରି ଘଟଣା ସାମ୍ନାକୁ ଆସିଛି, ଯେତେବେଳେ ଲୋକଙ୍କ ପ୍ରାଇଭେଟ୍ ଭିଡିଓ ଲିକ୍ କରିଦିଆଯାଇଛି । ଏପରି ସେତେବେଳେ ମଧ୍ୟ ହୋଇଛି ଯେତେବେଳେ କି ଏଥିରେ ସେମାନଙ୍କର କୌଣସି ଦୋଷ ମଧ୍ୟ ନଥିଲା । ଏହି କ୍ରମରେ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଥିଲା ଯେ ଏହାକୁ କିପରି ରୋକା ଯାଇହେବ । ଏହି ଚର୍ଚ୍ଚାରେ ଜଣେ ୟୁଜର ବ୍ରାଜିଲରେ ଘଟିଥିବା ଏକ ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି ଯେଉଁଥିରେ କପଲ୍ ଏକ ହୋଟେଲରେ ରହିବାର ଭିଡିଓ ଲିକ୍ ହୋଇଥିଲା । ଏହି ଘଟଣା ପରେ ଏକ ଜୋରଦାର ହଙ୍ଗମା ସୃଷ୍ଟି ହୋଇଥିଲା ।

ବାସ୍ତବରେ ଏହି ଘଟଣା ବ୍ରାଜିଲ (Brazil) ର ଏକ ହୋଟେଲର ଥିଲା । ଘଟଣାଟି କିଛି ପୁରୁଣା ଯାହା ପୁନର୍ବାର ଆଲୋଚନାରେ ଆସିବା ପରେ ଭାଇରାଲ ହୋଇଛି । ମିଡିଆ ରିପୋର୍ଟ ଅନୁଯାୟୀ, ଏକ ଦମ୍ପତି ଛୁଟିଦିନ କାଟିବାକୁ ଯାଉଥିଲେ । ବ୍ରାଜିଲରୁ ରିଓ ଡି ଜେନେରିଓ ଯିବାକୁ ସେ ଏକ ପ୍ଲାନ୍ ପ୍ରସ୍ତୁତ କରିଥିଲେ । ତା’ପରେ ଏଥିପାଇଁ ସେମାନେ ଏକ ହୋଟେଲ ବୁକ୍ ମଧ୍ୟ କରିଥିଲେ । ଦୁହେଁ ସେମାନଙ୍କର ଛୁଟିଦିନ ପାଳନ କରିବାକୁ ପହଞ୍ଚିଥିଲେ ଓ ପ୍ରାୟ ୭ ଦିନ ଧରି ଛୁଟି କାଟି ଥିଲେ |

ଆଶ୍ଚର୍ଯ୍ୟର କଥା ସେମାନେ ଜାଣି ନଥିଲେ ଯେ ଏସବୁ ରେକର୍ଡ କରାଯାଉଛି । ଗୋଟିଏ ସପ୍ତାହ ପରେ ହଠାତ୍ ଦୁହେଁ ନିଜ ବେଡ୍ ରୁମରେ ଏକ ଅଦ୍ଭୁତ ଭେଣ୍ଟିଲେସନ୍ ଦେଖିଲେ । କପଲ୍ କହିଛନ୍ତି ଯେ, ଯେତେବେଳେ ସେମାନେ କାନ୍ଥ ନିକଟରେ ଏପରି କିଛି ଦେଖିଲେ,  ଆଶ୍ଚର୍ଯ୍ୟ ହୋଇଗଲେ । ଶେଷରେ ସେମାନେ ନିଜ ଫୋନର ଫ୍ଲାସକୁ ସେହି ଛିଦ୍ର ଉପରେ ଧରିଥିଲେ ଯେଉଁଠାରେ ହଠାତ୍ କ୍ୟାମେରା ଲେନ୍ସ ପରି ଏକ ଚମକ ଦେଖାଗଲା । ଏହା ପରେ ଦୁହେଁଙ୍କ ହୋସ୍ ଉଡ଼ି ଯାଇଥିଲା ।

ଅଧିକ ପଢ଼ନ୍ତୁ:-୫ ସନ୍ତାନଙ୍କୁ ହତ୍ୟା କରିଥିବା ମା'କୁ ମିଳିଲା ଇଚ୍ଛା ମୃତ୍ୟୁ: ମରିବା ପାଇଁ ଶିଶୁଙ୍କ ହତ୍ୟା ତାରିଖକୁ କଲା ଚୟନ

ଅଧିକ ପଢ଼ନ୍ତୁ:-ଚଳିତ ବର୍ଷ ଭାରତ ଆସିବ ପାକିସ୍ତାନ କ୍ରିକେଟ୍ ଦଳ!

ଅଧିକ ପଢ଼ନ୍ତୁ:-ଦଳକୁ ଲାଗିଲା ବଡ଼ ଝଟକା, ଏହି ବଡ଼ ମ୍ୟାଚ୍ ୱିନର ଖେଳାଳି ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟରୁ ହେଲେ ବାହାର!

ଏହା ପରେ ସେମାନେ ଏହାକୁ ଧ୍ୟାନ ଦେଇ ଦେଖବାକୁ ଚାହୁଁଥିଲେ । କେବଳ ଏତିକି ନୁହେଁ, ଏହି ଲେନ୍ସ ସହିତ ସେ ଏକ କେବୁଲ ମଧ୍ୟ ପାଇଥିଲେ । ଏହା ପରେ ଦମ୍ପତି ସେଠାରୁ ପୋଲିସକୁ ଡାକିଥିଲେ । ପୋଲିସ ପହଞ୍ଚିବା ମାତ୍ରେ ଉତ୍ତେଜନା ଦେଖାଦେଇଥିଲା ଓ ଶେଷରେ ଯେତେବେଳେ ସେହି ଉପକରଣଟି ହଟାଗଲା, ଏହା ପ୍ରକୃତରେ ଏକ କ୍ୟାମେରା ଥିଲା । ବର୍ତ୍ତମାନ ହୋଟେଲ ନିଶ୍ଚିତ ଭାବରେ ଏହା ଉପରେ ସ୍ପଷ୍ଟୀକରଣ ଦେଇଛି କିନ୍ତୁ ତଦନ୍ତ ବିଷୟରେ ମଧ୍ୟ କହିଛି ।