ଜେଜେ ବୟସରେ ବାପା ହେଲେ ୬୨ ବର୍ଷୀୟ ବୃଦ୍ଧ, ଦ୍ୱିତୀୟ ପତ୍ନୀ ଜନ୍ମ ଦେଲେ ତିନି ସନ୍ତାନ
Advertisement
Article Detail0/zeeodisha/odisha1738457

ଜେଜେ ବୟସରେ ବାପା ହେଲେ ୬୨ ବର୍ଷୀୟ ବୃଦ୍ଧ, ଦ୍ୱିତୀୟ ପତ୍ନୀ ଜନ୍ମ ଦେଲେ ତିନି ସନ୍ତାନ

ସତନା ଜିଲ୍ଲାରୁ ଏପରି ଏକ ଖବର ସାମ୍ନାକୁ ଆସୁଛି, ଯଦି ଆପଣ ଏହା ବିଷୟରେ ଜାଣିବେ ତେବେ ଆପଣ ଟିକେ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଯେଉଁ ବୟସରେ ନାତି ନାତୁଣୀମାନଙ୍କୁ ଖେଳାଇବା କଥା, ସେହି ବୟସରେ ଜଣେ ବୃଦ୍ଧ ତିନି ସନ୍ତାନର ପିତା ହୋଇଛନ୍ତି । ଆଜ୍ଞା ହଁ, ଜଣେ ୬୨ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଘରେ କୁଆଁ କୁଆଁ ଶଦ୍ଦ ଶୁଭିଛି ।

ଜେଜେ ବୟସରେ ବାପା ହେଲେ ୬୨ ବର୍ଷୀୟ ବୃଦ୍ଧ, ଦ୍ୱିତୀୟ ପତ୍ନୀ ଜନ୍ମ ଦେଲେ ତିନି ସନ୍ତାନ

ମଧ୍ୟପ୍ରଦେଶ: ସତନା ଜିଲ୍ଲାରୁ ଏପରି ଏକ ଖବର ସାମ୍ନାକୁ ଆସୁଛି, ଯଦି ଆପଣ ଏହା ବିଷୟରେ ଜାଣିବେ ତେବେ ଆପଣ ଟିକେ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଯେଉଁ ବୟସରେ ନାତି ନାତୁଣୀମାନଙ୍କୁ ଖେଳାଇବା କଥା, ସେହି ବୟସରେ ଜଣେ ବୃଦ୍ଧ ତିନି ସନ୍ତାନର ପିତା ହୋଇଛନ୍ତି । ଆଜ୍ଞା ହଁ, ଜଣେ ୬୨ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଘରେ କୁଆଁ କୁଆଁ ଶଦ୍ଦ ଶୁଭିଛି । ପିଲାମାନଙ୍କର ମା’ର ବୟସ ୪୨ ବୋଲି କୁହାଯାଉଥିବାବେଳେ ପିତାଙ୍କ ବୟସ ୬୨ ବର୍ଷ। ଅବଶ୍ୟ, ଅକାଳ ପ୍ରସବ କାରଣରୁ ପିଲାମାନଙ୍କର ଓଜନ ଅତ୍ୟନ୍ତ କମ୍ ରହିଛି, ଏହି କାରଣରୁ ପିଲାମାନଙ୍କୁ ଜିଲ୍ଲା ଡାକ୍ତରଖାନାର SNCU ରେ ଭର୍ତ୍ତି କରାଯାଇଛି ।

ଏକାବେଳେ ତିନି ସନ୍ତାନ ଜନ୍ମ ହେବା ପରେ ବୃଦ୍ଧ ଜଣଙ୍କ ବେଶ୍ ଖୁସି ଅଛନ୍ତି । ସତନା ଜିଲ୍ଲାର ଉଚେରା ପୋଲିସ ଷ୍ଟେସନ ଅଞ୍ଚଳର ଅଟାର୍ଭେଡିଆ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ୱାମୀ ୬୨ ବର୍ଷିୟ ଗୋବିନ୍ଦ କୁଶୱାଙ୍କ ଘରକୁ ଖୁସି ଫେରି ଆସିଛି । ପରିବାର (family)ରେ ଖୁସିର ଲହରୀ ଖେଳିଯାଇଛି। ପିଲାମାନଙ୍କର ଓଜନ କମ୍, ତେଣୁ ଡାକ୍ତରମାନେ ଏହି ତିନି ପିଲାଙ୍କୁ ସ୍ୱତନ୍ତ୍ର କେୟାର (special care unit) ୟୁନିଟରେ ରଖିଛନ୍ତି ।

ସରପଞ୍ଚ ସ୍ୱାମୀଙ୍କ କାହାଣୀ ଆସନ୍ତୁ ଜାଣିବା 
ବାସ୍ତବରେ, ୬୨ ବର୍ଷୀୟ ଗୋବିନ୍ଦ କୁଶୱାଙ୍କ ପ୍ରଥମ ପତ୍ନୀଙ୍କଠାରୁ ଜନ୍ମ ହୋଇଥିବା ବାଳକ ୧୮ ବର୍ଷ ବୟସରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲା । ଏହି ଘଟଣା ପରେ ଗୋବିନ୍ଦ ପୁରା ଭାଙ୍ଗି ଯାଇଥିଲେ ଓ ତାଙ୍କ ଦାମ୍ପତ୍ୟ ଜୀବନରେ ନିରାଶା ଦେଖାଦେଇଥିଲା । ଦ୍ୱିତୀୟ ସନ୍ତାନ ପାଇଁ ଗୋବିନ୍ଦ କୁଶୱା ତାଙ୍କର ପ୍ରଥମ ପତ୍ନୀଙ୍କୁ ଡାକ୍ତରଙ୍କୁ ଦେଖାଇଥିଲେ, କିନ୍ତୁ ଅନେକ ଚିକିତ୍ସା ପରେ ମଧ୍ୟ କସ୍ତୁରୀ ବାଇ ଆଉ ମା ହୋଇ ପାରିନଥିଲେ। ଉଭୟ ସ୍ୱାମୀ ସ୍ତ୍ରୀ ଉଦାସ ଥିଲେ ଓ ତା’ପରେ ପ୍ରଥମ ପତ୍ନୀ କସ୍ତୁରୀ ବାଇ ସ୍ୱାମୀଙ୍କୁ ପୁନର୍ବାର ବିବାହ କରିବାକୁ ମନାଇଥିଲେ। ଆଉ ୬ ବର୍ଷ ପୂର୍ବେ କାଞ୍ଚନପୁରର ବାସିନ୍ଦା ହିରବାଇଙ୍କ ସହ ସ୍ବାମୀଙ୍କର ଦ୍ଵିତୀୟ ବିବାହ (marriage) କରାଇଥିଲେ । ବର୍ତ୍ତମାନ ଦ୍ୱିତୀୟ ପତ୍ନୀ (second wife) ହିରା ବାଇ ଏକାବେଳେ ତିନି ସନ୍ତାନ ଜନ୍ମ ଦେଇଛନ୍ତି। ସମସ୍ତ ତିନୋଟି ପିଲା ପୁଅ, କିନ୍ତୁ ଦୁର୍ବଳ ଅଛନ୍ତି । ସେଥିପାଇଁ ସମସ୍ତ ତିନୋଟି ପିଲାଙ୍କୁ ସ୍ୱତନ୍ତ୍ର କେୟାର ୟୁନିଟରେ ରଖାଯାଇଛି । କସ୍ତୁରୀ ବାଇ ଅଟର୍ଭେଡିଆ ପଞ୍ଚାୟତର ସରପଞ୍ଚ ରହିଆସିଛନ୍ତି । ବର୍ତ୍ତମାନ ଏହି ପରିବାରରେ ଖୁସି ଖେଳିଯାଇଛି।

ଗୋବିନ୍ଦ କୁଶୱା କ’ଣ କହିଛନ୍ତି ଜାଣନ୍ତୁ ।

ଗୋବିନ୍ଦ କୁଶୱା କହିଛନ୍ତି ଯେ, ମୋର ସନ୍ତାନ ହୋଇଥିବାରୁ ମୁଁ ବହୁତ ଖୁସି ଅଛି । ବର୍ତ୍ତମାନ ପିଲାଙ୍କୁ ଅକ୍ସିଜେନ ଲଗାଯାଇ ରଖାଯାଇଛି । ମୋର ପ୍ରଥମ ପତ୍ନୀ ମୋତେ ଦ୍ୱିତୀୟ ବିବାହ ପାଇଁ କହିଥିଲେ, ସେ ନିଜେ ଝିଅକୁ ଦେଖିବାକୁ ଆସିଥିଲେ । ଏହା ପରେ ମୁଁ ପଶୁପତିନାଥ ମନ୍ଦିରରେ କାଞ୍ଚନପୁରର ବାସିନ୍ଦା ହିରବାଇଙ୍କୁ ବିବାହ କରିଥିଲି। କିଛି ବର୍ଷ ପରେ ହୀରବାଇ ଗର୍ଭବତୀ (pregnant) ହେଲେ । ଆଜି ସକାଳେ ସତନା ଜିଲ୍ଲା ଡାକ୍ତରଖାନା (Hospital)ରେ ତିନିଟି ସନ୍ତାନକୁ ଜନ୍ମ ଦେଇଛନ୍ତି।

ତିନି ସନ୍ତାନ ଜନ୍ମ ଦେଲେ।
ଉଲ୍ଲେଖନୀୟ କଥା ହେଉଛି, ଏକାଠି ତିନି ସନ୍ତାନ ଜନ୍ମ ଏହା ପ୍ରଥମ ଘଟଣା ନୁହେଁ । ଏହାପୂର୍ବରୁ ଏଭଳି ଅନେକ ମାମଲା ସମଗ୍ର ବିଶ୍ୱରେ ସାମ୍ନାକୁ ଆସିଛି। ନିକଟରେ ବାଲାଘାଟରେ ଜଣେ ମହିଳା ଏକାଥରକେ ୪ ସନ୍ତାନକୁ ଜନ୍ମ ଦେଇଥିଲେ । ତେବେ ଏହି ମାମଲା ମଧ୍ୟ ଭିନ୍ନ କାରଣ ଏଠାରେ ଜଣେ ୬୨ ବର୍ଷ ବୟସ୍କ ବ୍ୟକ୍ତି ପିଲାମାନଙ୍କର ପିତା ହୋଇଛନ୍ତି , ତାହା ପୁଣି ଜେଜେବାପା ହେବା ବୟସରେ ।

Also read- ହାଣ୍ଡିରୁ ସରିଗଲା ମଟନ: ବେଦିରୁ ଉଠିଗଲା କନ୍ୟା !