Trending News: ପୃଥ୍ବବୀର ଏହି ଛୋଟିଆ ଅଞ୍ଚଳ ସାରା ଦୁନିଆକୁ ଯୋଗାଇପାରିବ ଇଲେକଟ୍ରିସିଟି୍, କରିବାକୁ ହେବ ଏହି କାମ
Advertisement
Article Detail0/zeeodisha/odisha1579707

Trending News: ପୃଥ୍ବବୀର ଏହି ଛୋଟିଆ ଅଞ୍ଚଳ ସାରା ଦୁନିଆକୁ ଯୋଗାଇପାରିବ ଇଲେକଟ୍ରିସିଟି୍, କରିବାକୁ ହେବ ଏହି କାମ

Trending News:ବିଶ୍ୱରେ ଜନସଂଖ୍ୟା ବଢିବା ସହ  ଆମେ ବ୍ୟବହାର କରୁଥିବା ବିଦ୍ୟୁତ ଶକ୍ତିର ଚାହିଦା ବଢୁଛି। ତେଣୁ ପାରମ୍ପରିକ ଉତ୍ସ ଯଥା କୋଇଲା ଓ ଜଳ ସ୍ତର ଆଦି କ୍ରମାଗତ ଭାବେ ହ୍ରାସ ପାଉଛି। ତେଣୁ ଏହାର ବିକଳ୍ପ ବାହାର କରିବା ପାଇଁ ବୈଜ୍ଞାନିକ ମାନେ କ୍ରମାଗତ ଭାବେ ଉଦ୍ୟମ ଜାରି ରଖିଛନ୍ତି। ନିକଟରେ ସୋସିଆଲ ମିଡିଆରେ ଜଣେ ବୈଜ୍ଞାନିକ ମତ ରଖିଛନ୍ତି ଯେ ସାହାରା ମରୁଭୂମିର ୧.୨ ପ୍ରତିଶତ ଅଂଶ ସମ୍ପୂର୍ଣ୍ଣ ବିଶ୍ୱକୁ ବିଦ୍ୟୁତ ଶକ୍ତି ଯୋଗାଇବା ପାଇଁ ସମର୍ଥ।

ସୌ(ସୋସିଆଲ ମିଡିଆ)

ଏମିତି ମିଳିବ ସାହାରା ମରୁଭୂମିରୁ ସାରା ବିଶ୍ୱକୁ ବିଦ୍ୟୁତ ଶକ୍ତି

ଆମେ ଏହା ପୂର୍ବରୁ ଜାଣିଛୁ ଯେ, ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର। ଅର୍ଥାତ ସୂର୍ଯ୍ୟଙ୍କଠାରୁ ଆମେ ସମସ୍ତ ପ୍ରକାରର ପ୍ରାକୃତିକ ଶକ୍ତି ପାଇଥାଉ। ବୈଜ୍ଞାନିକ ମାନେ ମତ ରଖିଛନ୍ତି ଯେ, ଆମେ ସୂର୍ଯ୍ୟଙ୍କଠାରୁ ପାଉଥିବା ଶକ୍ତିକୁ ଉପଯୁକ୍ତ ଭାବେ ବିନିଯୋଗ କରିପାରୁ ନାହୁଁ। ଏହା ସହ ସେମାନେ କହିଛନ୍ତି ଯେ ଯଦି ଆମେ ସାହାରା ମରୁଭୂମିର ମାତ୍ର ୧.୨ ପ୍ରତିଶତ ଅଂଶରେ ସୋଲାର ପ୍ୟାନେଲ ଲଗାଇ ପାରିବା ତାହେଲେ ଏହା ସମଗ୍ର ବିଶ୍ୱର ବିଦ୍ୟୁତ ଚାହିଦା ମେଣ୍ଟାଇ ପାରିବ।

ଟ୍ୱିଟରର ମାଲିକ ଏଲନ ମସ୍କ କଲେ ସମର୍ଥନ

ବୈଜ୍ଞାନିକଙ୍କର ଏହି ମତକୁ ଏଲନ ମସ୍କ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ, ସୂର୍ଯ୍ୟଙ୍କଠାରୁ ଆମେ ପାଉଥିବା ଉର୍ଜା ଦ୍ୱାରା ବିଶ୍ୱରେ ବ୍ୟବହୃତ ହେଉଥିବା ୧୦୦ ପ୍ରତିଶତ ବିଦ୍ୟୁତ ଶକ୍ତି ଉତ୍ପାଦନ କରି ପାରିବା। ଏହି ଗବେଷଣାରେ ୱାଲ୍ଡ ଏନର୍ଜି ଷ୍ଟାଟ୍ସର ତଥ୍ୟକୁ ନେଇ ଦର୍ଶାଯାଇଛି ଯେ ବର୍ତ୍ତମାନ ବିଶ୍ୱରେ କୋଇଲା, ହାଇଡ୍ରୋଇଲେକ୍ଟ୍ରି ଓ ଇନ୍ଧନକୁ ବ୍ୟବହାର କରି ୧୭.୩ ଟେରାୱାଟ ବିଦ୍ୟୁତ ଉତ୍ପାଦନ ହୋଇପାରୁଛି। କିନ୍ତୁ ଆଗକୁ ଦେଖାଯାଉଥିବା ଚାହିଦା ଅନୁସାରେ ଏହିପରି ଭାବେ ପ୍ରାକୃତିକ ଉତ୍ସ ଗୁଡିକ ବ୍ୟବହାର କଲେ ଆଗାମୀ ଦିନରେ ଏହାର ଅଭାବ ଦେଖାଯିବ।

ବୈଜ୍ଞାନିକଙ୍କର ଏହି ଗବେଷଣା ଅନୁଯାୟୀ ଯଦି ପୃଥିବୀର ୩୩୫x୩୩୫ କିଲୋମିଟର ପରିସୀମାରେ ଆମେ ସୋଲାର ପ୍ୟାନେଲ ଲଗାଇବା ପାଇଁ ସକ୍ଷମ ହେଉ ତେବେ ଏହା ୧୭.୪ ଟେରାୱାଟରୁ ବି ଉର୍ଦ୍ଧ୍ୱ ପରିମାଣର ବିଦ୍ୟୁତ ଶକ୍ତି ଉତ୍ପାଦନ କରିବା ପାଇଁ ସକ୍ଷମ ହେବ। ଏଥିପାଇଁ ସାହାରା ମରୁଭୂମି ଏକ ଉତ୍କୃଷ୍ଟ ସ୍ଥାନ କାରଣ ଏଠାରେ ୧୨ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ସୂର୍ଯ୍ୟ କିରଣ ପଡିଥାଏ।